ଶ୍ରୀଜଗନ୍ନାଥ ଷ୍ଟିଲ୍‌ କମ୍ପାନୀରେ ପିଲେଟ୍‌ ଉତ୍ପାଦନ ବନ୍ଦ

ବଡ଼ବିଲ, ୨୬।୫(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ନୂତନ ଏକ୍ସପର୍ଟ ଡ୍ୟୁଟି (ବହିଃ ଶୁଳ୍କ) ଲାଗୁ ହେବା ଯୋଗୁ ବିଭିନ୍ନ ଇସ୍ପାତ ଶିଳ୍ପରେ ଅଚଳାବସ୍ଥା ଦେଖାଦେଇଛି। କେନ୍ଦୁଝର ଜିଲା ବଡ଼ବିଲ ଉପକଣ୍ଠର ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ କମ୍ପାନୀର ପିଲେଟ କାରଖାନାରେ ଉତ୍ପାଦନକୁ ବୁଧବାରଠାରୁ ବନ୍ଦ କରାଯାଇଛି। କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କର ଏହି ନୂତନ ଏକ୍ସପର୍ଟ ଡ୍ୟୁଟିର ଦ୍ୱାହି ଦେଇ ନୋଟିସ ଜରିଆରେ ସମସ୍ତ ଠିକାଦାର ଓ କର୍ମଚାରୀଙ୍କୁ ଦିନେ ଛଡ଼ା ଦିନେ କାର୍ଯ୍ୟରେ ଯୋଗଦେବାକୁ ନିବେଦନ କରିଛି। ଏତଦ୍‌ବ୍ୟତୀତ ପ୍ରତ୍ୟେକ ରବିବାର ବାଧ୍ୟତାମୂଳକ ଛୁଟି ବୋଲି କମ୍ପାନୀ ଏହି ନିବେଦନରେ ଜଣାଇଛି। ଆସନ୍ତା ୨୬ ତାରିଖ ଠାରୁ ଏହି ନିୟମ ଲାଗୁ ହେବ ବୋଲି କମ୍ପାନୀର ନୋଟିସରେ ଉଲ୍ଲେଖ ରହିଛି। ଯାହାକି କର୍ମଚାରୀମାନଙ୍କୁ ପରୋକ୍ଷରେ ଛଟେଇ ସଦୃଶ ହୋଇଛି।
୩୦ ଦିନରୁ ଦିନେ ଛଡ଼ା ଦିନେ କାର୍ଯ୍ୟରେ ଯୋଗଦେଲେ ମାତ୍ର ୧୫ ଦିନର ଦରମାରେ କର୍ମଚାରୀମାନେ କିଭଳି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। କମ୍ପାନୀର କର୍ମଚାରୀ ସୁଧାଂଶୁ ଶେଖର ରାଉତ କହିଛନ୍ତି ଯେ, ଉକ୍ତ କମ୍ପାନୀରେ ପାଖାପାଖି ୬୦୦ ଶ୍ରମିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। କେନ୍ଦ୍ର ସରକାରଙ୍କର ଏକ୍ସପର୍ଟ ଡ୍ୟୁଟିରେ ୪୫ ପ୍ରତିଶତ ବୃଦ୍ଧି ଯୋଗୁ କମ୍ପାନୀରେ ଦେଢ ଲକ୍ଷରୁ ଦୁଇ ଲକ୍ଷ ଟନ୍‌ ପିଲେଟ ରପ୍ତାନୀ ହୋଇ ନ ପାରି ଗଚ୍ଛିତ ହୋଇ ରହିଛି। ଏହାଦ୍ୱାରା କମ୍ପାନୀର କ୍ଷତି ହୋଇଛି। ବହିଃ ଶୁଳ୍କ ବୃଦ୍ଧି ଯୋଗୁ କମ୍ପାନୀ ଉତ୍ପାଦନକୁ ବନ୍ଦ ରଖିଛି ଏବଂ କର୍ମଚାରୀଙ୍କୁ ପୁରା ଦରମା ଦେବାକୁ ପ୍ରସ୍ତୁତ ନାହିଁ। ତେଣୁ ଏନେଇ ସରକାରଙ୍କ ପକ୍ଷରୁ ଶ୍ରମିକ ଓ କର୍ମଚାରୀଙ୍କ ଜୀବିକା ରଖିବା ନିମନ୍ତେ ବିଚାରକୁ ଆଣି ଏହାର ସୁବ୍ୟବସ୍ଥା କଲେ ଉପକୃତ ହେବେ ବୋଲି ରାଉତ ଜଣାଇଛନ୍ତି।
ଜଗନ୍ନାଥ ଷ୍ଟିଲ କମ୍ପାନୀର ଏଚ୍‌ଆର ମୁଖ୍ୟ ଜ୍ୟୋତି ରଞ୍ଜନ ପାତ୍ରଙ୍କୁ ପଚାରିବାରୁ ୪୫% ଶୁଳ୍କ ଲାଗୁ ହେବା ଯୋଗୁ ଉତ୍ପାଦନ ଉପରେ ଏବଂ ବଜାର ଉପରେ ପ୍ରଭାବ ପକାଇଛି। କମ୍ପାନୀର ବହୁ ପରିମାଣର ମାଲ ବିକ୍ରି ହୋଇ ନ ପାରି ଗଚ୍ଛିତ ହୋଇ ରହିଛି। ଶ୍ରମିକ ଓ କର୍ମଚାରୀମାନଙ୍କୁ ଛଟେଇ ନ କରି କିଭଳି ସେମାନଙ୍କୁ ନିୟୋଜିତ କରିପାରିବୁ ସେ ନେଇ ଦିନେ ଛଡା ଦିନେ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି। ଯାହାକି ମଙ୍ଗଳବାର ନୋଟିସ ଦ୍ୱାରା ସମସ୍ତଙ୍କୁ ଅବଗତ କରାଯାଇଛି। ତେବେ ବର୍ତ୍ତମାନର ସ୍ଥିତିକୁ ଆୟତ୍ତରେ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏ ନେଇ କେନ୍ଦ୍ର ସରକାର ଆଉ ଥରେ ଚିନ୍ତା କରି ଏକ୍ସପର୍ଟ ଡ୍ୟୁଟିକୁ ଅପସାରଣ କରନ୍ତୁ, ନଚେତ୍‌ ଇସ୍ପାତ୍‌ ଶିଳ୍ପ ଉପରେ ବହୁମାତ୍ରାରେ କୁପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?