Posted inଫୁରସତ

ରକ୍ତରେ ଚିତ୍ର

କାନ୍‌ଭାସ୍‌ରେ ଚିତ୍ରକର ରଙ୍ଗତୂଳୀ ସାହାଯ୍ୟରେ ଚିତ୍ର କରେ। ହେଲେ ଫିଲିପାଇନ୍ସର ଏଲିଟୋ ସିର୍‌କା ନାମକ ଜଣେ ଚିତ୍ରକର ଏଭଳି ଜିନିଷକୁ ବ୍ୟବହାର କରି ଚିତ୍ର କରୁଛନ୍ତି, ଯେଉଁଥିପାଇଁ ସେ ପ୍ରଶଂସିତ ହେବା ସହ ଅନେକେ ତାଙ୍କୁ କ୍ରିଟିସାଇଜ୍‌ ବି କରୁଛନ୍ତି। ସେ ନିଜ ରକ୍ତକୁ ବ୍ୟବହାର କରି ତିଆରି କରୁଛନ୍ତି ଅନେକ ଆକର୍ଷକ କାନ୍‌ଭାସ୍‌ ପେଣ୍ଟିଂ। ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଏଲିଟୋ ସିର୍‌କା ଚିତ୍ର କରିବା ଲାଗି ସାମଗ୍ରୀ କିଣି ପାରୁ ନ ଥିଲେ। ତେଣୁ ସେ ପେଣ୍ଟିଂ କରିବା ପାଇଁ ବିଭିନ୍ନ ପ୍ରକାରର ଅଦରକାରୀ ସାମଗ୍ରୀ ବ୍ୟବହାର କରିବା ଆରମ୍ଭ କରିଥିଲେ। ଆଉ ଶେଷରେ ସେ ନିଜ ରକ୍ତକୁ ବ୍ୟବହାର ଚିତ୍ର କରିବା ଆରମ୍ଭ କଲେ। ସେହି ପେଣ୍ଟିଂଗୁଡିକୁ ତାଙ୍କୁ ବେଶି ନିଜର ଲାଗିଲା। ତାହା ତାଙ୍କ ଜୀବନର ଅଙ୍ଗ ପାଲଟିଗଲା। ତେବେ ଏହି ରକ୍ତକୁ ନିଜ ଶରୀରରୁ ବାହାର କରିବା ପାଇଁ ୩ ମାସରେ ଥରେ କ୍ଲିନିକ୍‌କୁ ଯାଇ ନିଜ ରକ୍ତକୁ ଶରୀରରୁ ବାହାର କରନ୍ତି। ଆଉ ତାକୁ ତାଙ୍କ ଷ୍ଟୁଡିଓର ଫ୍ରିଜର୍‌ରେ ଷ୍ଟୋର କରି ରଖନ୍ତି। ଆବଶ୍ୟକ ବେଳେ ସେଥିରୁ କିଛି କିଛିକୁ ବାହାର କରି ପେଣ୍ଟିଂ କରନ୍ତି। ସେ କୁହନ୍ତି, ରକ୍ତରେ ପେଣ୍ଟିଂ କରୁଥିବାରୁ ଅନେକେ ମତେ କ୍ରିଟିସାଇଜ କରନ୍ତି। ହେଲେ ମୁଁ ଲୋକଙ୍କ ମନରେ ରକ୍ତକୁ ନେଇ ଥିବା ଭୟକୁ ଦୂର କରିବାକୁ ଚାହେଁ। ରକ୍ତର ଅର୍ଥ ମୃତ୍ୟୁ ନୁହେଁ ବରଂ ପ୍ରେମ ଓ ଜୀବନ ବୋଲି ଜଣାଇବାକୁ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?