Posted inଫୁରସତ

ମୃତ କୀଟପତଙ୍ଗକୁ ଦିଅନ୍ତି ପରୀର ରୂପ

ନେଦରଲାଣ୍ଡର କଳାକାର ସେଡ୍ରିକ୍‌ ଲାକୁଇଜ୍‌। ତାଙ୍କ କଳା କାରିଗରି ସମ୍ପୂର୍ଣ୍ଣ ଭିନ୍ନ। ସେ ମୃତ କିଟପତଙ୍ଗକୁ ଦିଅନ୍ତି ନୂଆ ଏକ ରୂପ। ଅର୍ଥାତ ମୃତ କିଟପତଙ୍ଗକୁ ସଂଗ୍ରହ କରି ସେ ତାକୁ ପରୀ ଭଳି ଆକୃତି ଦିଅନ୍ତି। କଥାଟି ବିଶ୍ୱସନୀୟ ନ ଲାଗିଲେ ବି ସତ। ୧୦ ବର୍ଷ ଧରି ସେ ଏହି କାମ କରୁଛନ୍ତି। ଏଥିପାଇଁ ସେ ବିଭିନ୍ନ ପ୍ରଜାତିର ମୃତ କୀଟପତଙ୍ଗ ସଂଗ୍ରହ କରନ୍ତି। ତା’ପରେ ବେଶ୍‌ ସତର୍କତାର ସହ ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଅଲଗା ଅଲଗା କରନ୍ତି। ଆଉ ଭିନ୍ନ ଭିନ୍ନ କୀଟପତଙ୍ଗର ଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଯୋଡ଼ି ସେ ଗୋଟିଏ ପରୀର ଆକୃତି ଗଢ଼ନ୍ତି। ବେଳେବେଳେ ସେ ୧୦ ପ୍ରକାରର କୀଟପତଙ୍ଗର ଶରୀରକୁ ଯୋଡ଼ି ଗୋଟିଏ ସ୍ଥାପତ୍ୟ ଗଢ଼ିଥାନ୍ତି। ପ୍ରତ୍ୟେକ କଳାକୃତି ଭିନ୍ନ ଓ ଆକର୍ଷକ ହୋଇଥାଏ। କୌଣସି ଗୋଟିଏ କଳାକୃତି ଦେଖିବାକୁ ଏକା ହୋଇ ନ ଥାଏ। ଏହି ପଦ୍ଧତିରେ ତିଆରି କରୁଥିବା ପରୀର କଳାକୃତିଗୁଡ଼ିକ ଏତେ ଆକର୍ଷକ ହୋଇଥାଏ ଯେ, ସେଗୁଡ଼ିକ କୌଣସି କାଳ୍ପନିକ କାହାଣୀର ଚରିତ୍ର ପରି ଲାଗନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?