Posted inUncategorized

ପିକ୍‌ନିକ୍‌ ଟାଇମ୍‌

ଫ୍ୟାମିଲି ପିକ୍‌ନିକ୍‌। ମାନେ ଖୁସି, ମଜା, ମସ୍ତି। ଧରାବନ୍ଧା ନିୟମରୁ ବାହାରି ଭିନ୍ନ ଏକ ପରିବେଶରେ କିଛି ମୁହୂର୍ତ୍ତ। ଯାହା ସମସ୍ତଙ୍କ ପାଇଁ ଏକ ସୁନ୍ଦର ଅବସର। ହେଲେ ପିକ୍‌ନିକ୍‌ର ପ୍ରକୃତ ମଜା ନେବା ପାଇଁ ଯିବା ପୂର୍ବରୁ ଠିକ୍‌ ଭାବରେ ପ୍ରସ୍ତୁତି କରିବା ଦରକାର…

କରୋନା ଭୟ ଏଯାଏ ମନରୁ ଲିଭିନି। ହେଲେ କିଛି ମାତ୍ରାରେ ସ୍ବାଭାବିକ ହେଉଛି ଜୀବନ। ସେଥିପାଇଁ ଅଧିକ ଲୋକଙ୍କ ସହିତ ନ ହେଲେ ବି ପରିବାର ସହ ପିକନିକ୍‌ ଯିବାକୁ ପସନ୍ଦ କରୁଛନ୍ତି ଅନେକ। ଏହାପରେ ବି ପିକନିକ୍‌ ଯିବା ପାଇଁ ହେଲେ ସତର୍କତା ପଦକ୍ଷେପ ସ୍ବରୂପ ବିଭିନ୍ନ ଦିଗରୁ ଘରୁ ପ୍ରସ୍ତୁତ ହୋଇ ଯିବାକୁ ହେଉଛି। ଆଉ ସବୁକୁ ଦୃଷ୍ଟିରେ ରଖି ଗୃହିଣୀମାନେ ହିଁ ଠିକ୍‌ ସମୟରେ ସବୁ ପ୍ରସ୍ତୁତି କରି ବୁଦ୍ଧିମତ୍ତାର ପରିଚୟ ଦେଉଛନ୍ତି।
ଘରୁ ଖାଦ୍ୟ
ପିକନିକ୍‌ରେ ଯିବା ଆଉ ବାହାରେ ଖାଇବାର ମଜା ନିଶ୍ଚିତଭାବେ ନିଆରା। ବୁଲିବା ସାଙ୍ଗକୁ ଭଲ ଖାଇବା ହିଁ ପିକନିକ୍‌ର ମୁଖ୍ୟ ଆକର୍ଷଣ। ହେଲେ ବର୍ତ୍ତମାନ ସମୟରେ ବି ସବୁ ପ୍ରକାରର ଖାଦ୍ୟ ବାହାରେ ଖାଇବା ପାଇଁ ସଙ୍କୋଚ ଲାଗୁଛି। ତେଣୁ ପିକନିକ୍‌ରେ ଯିବାପୂର୍ବରୁ ସମସ୍ତଙ୍କ ପାଇଁ ଘର ତିଆରି ଖାଦ୍ୟ ସାଙ୍ଗରେ ନେଇଗଲେ ଚିନ୍ତା ଯିବ। ଏଥିପାଇଁ ଗୃହିଣୀମାନଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। କିଛି ଖାଦ୍ୟ ପୂର୍ବ ଦିନରୁ ପ୍ରସ୍ତୁତ କରିହେବ ତ ଆଉ କିଛି ଖାଦ୍ୟ ସେହି ଦିନ କରି ସାଙ୍ଗରେ ନେବାକୁ ପସନ୍ଦ କରୁଛନ୍ତି।
ଶୀତ ପାଇଁ
ପିକନିକ୍‌ରେ କେଉଁଠିକୁ ଯିବାକୁ ହେବ ସେଠାରେ ପିଲାମାନେ କିଭଳି ପୋଷାକ ପିନ୍ଧିବେ ଏଥିପ୍ରତି ମଧ୍ୟ ମହିଳାଙ୍କୁ ପ୍ରସ୍ତୁତ ହୋଇ ଯିବାକୁ ହୁଏ। ଯଦି ସମୁଦ୍ରକୂଳ କିମ୍ବା ଝରଣା ପାଖକୁ ଯିବେ ତା’ହେଲେ ହୁଏତ ପିଲାଙ୍କ ପୋଷାକ ଓଦା ହେବାର ସମ୍ଭାବନା ଥିବ। ତେଣୁ ପିଲାଙ୍କ ପାଇଁ ସାଙ୍ଗରେ ଅଧିକ ହଳେ ଲେଖାଏଁ ପୋଷାକ ନେବା ଫଳରେ ପିକନିକ୍‌ର ମଜା ଆରାମଦାୟକ ହୋଇପାରିବ। ତା’ ଛଡା ସମସ୍ତଙ୍କ ପାଇଁ ଶୀତ ପୋଷାକ ମଧ୍ୟ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ।
ପିଲାଙ୍କ ଖୁସି
ଫ୍ୟାମିଲି ପିକନିକ୍‌ରେ ସବୁବେଳେ ପିଲାମାନଙ୍କ ଖୁସିକୁ ହିଁ ବେଶି ଗୁରୁତ୍ୱ ଦିଆଯାଏ। ତେଣୁ କେଉଁ ସ୍ଥାନକୁ ବୁଲିବାକୁ ଗଲେ ସେମାନେ ମଜା ନେଇପାରିବେ ସେଥିପ୍ରତି ପ୍ରଥମେ ଦୃଷ୍ଟି ଦେବା ଆବଶ୍ୟକ।

କ’ଣ କହନ୍ତି ଏମାନେ…

ପାଖ ଜାଗା ବୁଲିବାକୁ ଯାଉଛୁ
କରୋନା ପାଇଁ ଆମେ ଗତବର୍ଷ କୌଣସି ଗ୍ରୁପରେ ପିକନିକ୍‌ ଯାଇ ନ ଥିଲୁ। ଏମିତିରେ ପିଲାମାନେ ଏବେ ବି ସାଙ୍ଗମାନଙ୍କ ସହ ବାହାରକୁ ଯାଇ ପାରୁ ନାହାନ୍ତି। ତେଣୁ ସମସ୍ତଙ୍କ ସହିତ ଆମେ ପ୍ରଥମେ ପାଖରେ ଥିବା ଏକ ଚିଡିଆଖାନା ବୁଲିବାକୁ ଯାଇଥିଲୁ। ପାଖ ଜାଗା ବୁଲିବାକୁ ଯାଉଥିବାରୁ ଘରେ ଖାଇ ବାହାରୁଛୁ। ଆଉ ବାହାରେ କେବଳ ବିସ୍କୁଟ, ମିକ୍ସର, ଫଳ ଆଉ ଘର ତିଆରି ମିଠା, ନିମିକି ଆଦି ଖାଇବା ପାଇଁ ଗାଡିରେ ନେଇ ଯାଉଛୁ।
-ଗୀତାଞ୍ଜଳି ଦାସ
ରାହୁଲ ଟାୱାର, ଶାମ୍ବାଶିବାପେଟ, ଗୁଣ୍ଟୁର, ଆନ୍ଧ୍ରପ୍ରଦେଶ
ରାତିରୁ ଉଠି ରୋଷେଇ କରିଥିଲି
ଆମେ ସମସ୍ତେ ଏବେ କିଛି ଦିନ ତଳେ କେନ୍ଦୁଝର ପିକନିକ୍‌ ଯାଇ ଫେରିଛୁ। ସମସ୍ତେ ସକାଳ ୬ଟାରେ ବାହାରିଲୁ, ହେଲେ ମୁଁ ରାତି ୪ଟାରୁ ଉଠି ସମସ୍ତଙ୍କ ପାଇଁ ସକାଳ ଓ ଖରାବେଳ ପାଇଁ ଖାଇବା ତିଆରି କରି ନେଇଥିଲି। ତା’ଛଡା ବାହାରେ ବୁଲିବାବେଳେ ଆମେ ବାଦାମ, କେକ୍‌ ଆଉ ଚିପ୍ସ କିଣି ଖାଇଥିଲୁ। ପିଲାଙ୍କ ଖୁସି ପାଇଁ ତ ମତେ କଷ୍ଟ କରିବାକୁ ପଡ଼ିବ।
-ଅନସୂୟା ମହାନ୍ତି, ଶଶିକାଦେଈପୁର, କରଞ୍ଜମାଳ, ଭଦ୍ରକ
ସମସ୍ତଙ୍କ ଖୁସି ପାଇଁ…
ପିକନିକ୍‌ରେ ବାହାରିଲେ ମତେ ବହୁତ କାମ କରିବାକୁ ପଡେ। ପିଲାମାନଙ୍କ ପାଇଁ ଅଧିକ ଡ୍ରେସ, ଶୀତବସ୍ତ୍ର ଆଉ ସେମାନଙ୍କ ଖାଇବା ବ୍ୟବସ୍ଥା ବି ମତେ କରିବାକୁ ହୁଏ। ତା’ ଛଡା କିଏ କେଉଁ ସମୟରେ ଖାଇବେ ସେଥିପାଇଁ ବାହାରେ ମତେ ହିଁ ବ୍ୟବସ୍ଥା କରିବାକୁ ହୁଏ। ପିକନିକ୍‌ ପାଇଁ ମତେ ଅଧିକ କାମ କରିବାକୁ ପଡେ, ସତ କିନ୍ତୁ ସମସ୍ତଙ୍କ ଖୁସି ପାଇଁ ମୁଁ ସେମାନଙ୍କ ସାଙ୍ଗରେ ଯାଇଥାଏ। -ସବିତା ପାଣିଗ୍ରାହୀ, ବିକାଶନଗର, କୋତ୍ରା ରୋଡ, ଛତିଶଗଡ଼
ବୁଲି ଆସିଲେ ଫ୍ରେଶ୍‌ ଲାଗେ
ସବୁବେଳେ ଅଫିସ୍‌ ଆଉ ଘରକାମ କରି କରି ମତେ କେମିତି ଗୋଟେ ଅଣନିଶ୍ୱାସୀ ଲାଗିଲେ ମୁଁ ଟିକେ କୁଆଡେ ବାହାରକୁ ଯାଇ ବୁଲି ଆସେ ଆଉ ଫ୍ରେଶ୍‌ ହୋଇଥାଏ। ଆଉ ବର୍ଷକୁ ଥରେ ପିକନିକ୍‌ରେ ଆମେ ସମସ୍ତେ ବାହାରକୁ ବୁଲିବାକୁ ଯାଉ। ଏଥର ଆମେ ସମସ୍ତେ ମିଶି ଚିଲିକା ଆଉ ପୁରୀ ବୁଲିବାକୁ ଯିବୁ। ସେଥିପାଇଁ ମୁଁ ଛୁଟି ନେବା ସହିତ ସବୁ ପ୍ରସ୍ତୁତି କରି ସାରିଛି।
-ସୁଜାତା ଦାଶ, ନୀଳାଦ୍ରି ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?