Posted inଫୁରସତ

ପିକ୍‌ନିକ୍‌ ସ୍ପଟ୍‌: ତିନି ନଦୀର ସଙ୍ଗମସ୍ଥଳ ମୀନାଝୋଲା

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଉପାନ୍ତ ରାୟଗଡ଼ା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଏଠାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳ ତଥା ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକ ଜିଲା, ରାଜ୍ୟ, ଦେଶ ସମେତ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ବେଶ୍‌ ଆକୃଷ୍ଟ କରିଥାଏ। ଏହା ମଧ୍ୟରେ ଅନ୍ୟତମ ହେଲା ଜିଲାର ଚନ୍ଦ୍ରପୁର ବ୍ଲକ୍‌ ହନୁମନ୍ତପୁର ପଞ୍ଚାୟତରେ ରହିଥିବା ପ୍ରସିଦ୍ଧ ତଥା ପୁରାତନ ଶୈବପୀଠ ମୀନାଝୋଲା।
ଚିରସ୍ରୋତା ବଂଶଧାରା, ଫଳଫଳିଆ ଏବଂ ଚାଉଳଧୁଆ ନଦୀର ଏହି ସଙ୍ଗମସ୍ଥଳ ତ୍ରିବେଣୀର ଭ୍ରମ ସୃଷ୍ଟି କରିଥାଏ। ସେହିପରି ତିନି ନଦୀର ୧୦୦ମିଟର ତଳେ ପଥର ଗୁମ୍ଫା ମଧ୍ୟରେ ଲୁଚି ରହିଥିବା ମୀନ ଆକୃତିର ପଥର ଶିବଲିଙ୍ଗ ଏଠାକାର ପ୍ରମୁଖ ଆକର୍ଷଣ। ସବୁଜ ବନାନୀ, ନଦୀର କୁଳୁକୁଳୁ ନାଦ ଏବଂ ଟାଙ୍ଗୀ ଫୁଲର ବାସ୍ନା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଶିବଲିଙ୍ଗ ଦର୍ଶନ ପାଇଁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥାଏ। ବିଶେଷକରି ଶିବରାତ୍ରି, କାର୍ତ୍ତିକ ଓ ଶ୍ରାବଣ ସୋମବାର ଏବଂ ନୂଆ ବର୍ଷରେ ପିକ୍‌ନିକ୍‌ ପାଇଁ ଏଠାକୁ ପର୍ଯ୍ୟଟକଙ୍କ ଧାଡ଼ି ଲାଗିଥାଏ। ତେବେ ବର୍ଷାଦିନରେ ନଦୀରେ ପାଣି ଅଧିକ ଯୋଗୁ ଶିବଲିଙ୍ଗ ଦର୍ଶନ ସମ୍ଭବ ହୋଇ ନ ଥାଏ। ତେଣୁ ଡିସେମ୍ବରରୁ ମେ’ମାସ ପର୍ଯ୍ୟନ୍ତ ଏଠାରେ ଭିଡ଼ ଜମିଥାଏ। ମୀନାଝୋଲାକୁ ଯିବାପାଇଁ ପୂର୍ବରୁ ଭଲ ରାସ୍ତା ନ ଥିଲା। ଏବେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀ ତଳ ପର୍ଯ୍ୟନ୍ତ ପିଚୁରାସ୍ତା ନିର୍ମାଣ ହୋଇସାରିଛି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ପୀଠକୁ ଯିବାକୁ ୭୨ଟି ସିମେଣ୍ଟ ପାହାଚ କରାଯାଇଛି। କରୋନା କଟକଣା ଯୋଗୁ ପର୍ଯ୍ୟଟନସ୍ଥଳଗୁଡ଼ିକ ଲୋକଙ୍କ ପାଇଁ ବନ୍ଦ ରହିଥିଲା। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେଣୁ ପିକ୍‌ନିକ୍‌ ଋତୁରେ ମୀନାଝୋଲା ପୁଣି ଚଳଚଞ୍ଚଳ ହୋଇଉଠିଛି। ଆଗକୁ ଶିବରାତ୍ରି ରହିଥିବାରୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବିଭିନ୍ନ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri