ଓଲଟିଲା ପିକଅପ୍‌ ଭ୍ୟାନ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୧୭ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେରାଣ୍ଡିମାଳ ପର୍ବତ ଶିଖରରେ ଅବସ୍ଥିତ ମା’ ବାଙ୍କେଶ୍ୱରୀଙ୍କୁ ଦର୍ଶନ ପାଇଁ ଯାଉଥିବା ଏକ ପିକଅପ ଭ୍ୟାନ୍‌ ଶୁକ୍ରବାର ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଗୁରୁତର ହୋଇଛନ୍ତି। ଆହାତ ମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଖଇରପଙ୍କ ଗ୍ରାମର ଲିଙ୍ଗା କନିୟାରୀ (୪୨)। ଗୁରୁତରମାନେ ହେଲେ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମର ବୃନ୍ଦା କନିୟାରୀ, ଭାଗ୍ୟଲତା ବାଡତ୍ୟା, ରମ୍ଭା ପ୍ରଧାନ, ଏଲ୍‌ .ଦମୟନ୍ତୀ।
ମିଳିଥିବା ସୂଚନା ମୁତାବକ, ଖଇରପଙ୍କ ଗ୍ରାମର ଡି. ଜାଗିଲିଙ୍କ ପୁଅର ମାନସିକ ପୂଜା କାର୍ଯ୍ୟ ସହ ମୁଣ୍ଡନ ନିମନ୍ତେ ଏକ ପିକଅପ ଭ୍ୟାନ୍‌ରେ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ପୀଠକୁ ଯାଉଥିଲେ। ତେବେ ୪୦ରୁ ଊଦ୍ଧର୍‌ବ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ପିକ୍‌ ଅପ୍‌ ଭ୍ୟାନଟି ଘାଟି ରାସ୍ତାର ପିଲିକାଢିଅ ଗ୍ରାମ ନିକଟସ୍ଥ ମଗୁରମା ନାଳ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପ୍ରଚାରିତ ହେବା ପରେ ନିକଟସ୍ଥ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗୁରୁତର ଅବସ୍ଥାରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଲିଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଗୁରୁତର ୪ ଜଣଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଦିଗପହଣ୍ଡି ପୋଲିସ ମାମଲା ରୁଜୁ କରିଛି। ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ପିକଅପ୍‌ ଭ୍ୟାନକୁ ପୋଲିସ ଜବତ କରିଛି। ଚାଳକ ଫେରାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଗୁଣ୍ଡି ପଞ୍ଚାୟତର ଏହି ଗାଁ ଶଟ୍‌ଡାଉନ୍‌

ଭଣ୍ଡାରିପୋଖରୀ,୧୩ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ପିରିଜିପୁର ଗାଁରେ ଜନୈକ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ନମିତା ପାତ୍ର...

ଗୁଣିଆ ପାଖକୁ ଯାଇ ରୋଗୀ ହଟହଟା

ସଜନାଗଡ଼, ୨୬।୪(ଡି.ଏନ.ଏ.)-କରୋନା ଏବେ ସାରା ବିଶ୍ୱରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ଲାଗି ଲୋକେ ସଚେତନ ହେବାକୁ ଲାଗିଲେଣି। ବାଲେଶ୍ୱର ଜିଲା...

‘ଯୋଗ୍ୟଙ୍କୁ ଆବାସ ନ ମିଳିବା ଯାଏ ଆନ୍ଦୋଳନ’

ଧାମନଗର, ୨୫।୧ (ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦରେ ମଙ୍ଗଳବାର ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।...

ଅବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ:ସୁରକ୍ଷା ଢିଲା, ସିସିଟିଭି ଅଚଳ

କଟକ ଅଫିସ,୧୬।୭: ଓଡ଼ିଶାର ସବୁଠୁ ବଡ ଜେଲ ହେଉଛି ଚୌଦ୍ୱାର ସର୍କଲ ଜେଲ। ଏଠାରେ ସବୁଠୁ ଅଧିକ କଏଦୀ ମଧ୍ୟ ରହୁଛନ୍ତି। ହେଲେ ଏହି ଜେଲରେ...

ପାଣି ସମସ୍ୟା ନେଇ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା

କନିଷି,୯ ।୬(ଡି.ଏନ.ଏ.)-ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁରେ ରବିବାର ଗ୍ରାମବାସୀ ପାଣି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଏଥିପାଇଁ ସକାଳ ୭ଟାରୁ ୧୦ଟା...

କମିବାର ନାଁ ନେଉନି: ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ ରେ ପହଞ୍ଚିଥିବା...

ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆଉ ଆମେ..

ଉମରକୋଟ, ୨୯।୧୧(ସ୍ବ.ପ୍ର.): ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ। ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ। ମନ୍ତ୍ରୀ...

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ

ଦାରିଙ୍ଗବାଡ଼ି,୨୩।୯(ଡି.ଏନ.ଏ)- ଦାରିଙ୍ଗବାଡି ଅଞ୍ଚଳର ଜଣେ ଟ୍ୟୁଶନ ଶିକ୍ଷକ ଜଣେ ନାବାଳିକା ଛାତ୍ରୀ (ସପ୍ତମ ଶ୍ରେଣୀ)ଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ଅଞ୍ଚଳରେ...

Advertisement
Archives

Model This Week