ବାଉଁଶୁଣୀ ଛକରେ ଜବରଦଖଲ ଉଚ୍ଛେଦ: ବିରୋଧ କରି ବିଷ ପିଇଦେଲେ ମହିଳା

ବାଉଁଶୁଣୀ, ୧୭।୩(ଡି.ଏନ.ଏ): ବୌଦ୍ଧ ଜିଲା ବାଉଁଶୁଣୀରେ ଶୁକ୍ରବାର ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ହେଲେ ଜବରଦଖଲ ଉଚ୍ଛେଦବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜବରଦଖଲରେ ଥିବା ଏକ ଘରକୁ ଭାଙ୍ଗିବାକୁ ଯିବା ସମୟରେ ଜାନକୀ ତ୍ରିପାଠୀ ନାମ୍ନୀ ଜଣେ ମହିଳା ନିଜ ଘର ଛାତ ଉପରକୁ ଯାଇ ହାତରେ ବିଷ ଧରି ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ। ପୋଲିସ ବାରମ୍ବାର ତଳକୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ମାନି ନ ଥିଲେ। ମହିଳା ପୋଲିସ କର୍ମଚାରୀମାନେ ଯାଇ ମହିଳାଙ୍କୁ ଉଦ୍ଧାର କଲାବେଳକୁ ସେ ବିଷ ଖାଇଦେଇଥିଲେ। ସଙ୍ଗେସଙ୍ଗେ ବାଉଁଶୁଣୀ ଥାନା ଗାଡ଼ିରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ବାଉଁଶୁଣୀର ପ୍ରଶାନ୍ତ ତ୍ରିପାଠୀଙ୍କ ଘର ଭଙ୍ଗା କାର୍ଯ୍ୟକୁ ପୂର୍ବରୁ ପ୍ରତିବାଦ କରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କେଶ କରିଥିଲେ ଓ ପରେ ଜିଲାପାଳ ଏହାକୁ ରଦ୍ଦ କରିଥିଲେ। ସେମାନେ ଆର୍‌ଡିସିରେ ମଧ୍ୟ କେଶ ଫାଇଲ କରିଥିଲେ। ଆସନ୍ତା ୨୨ରେ ସେମାନଙ୍କ ଶୁଣାଣି ଥିଲା। ପ୍ରଶାସନକୁ ସେମାନେ ପରିବାର ତରଫରୁ ଆସି ଗୁହାରି କରିଥିଲେ ଯେ, ଜାଗା ମାପ କରାଯାଇ ଚିହ୍ନଟ କରାଗଲେ ଯଦି ସରକାରୀ ଜାଗା ପ୍ରମାଣ ହେବ ଆମେ ନିଜେ ଭାଙ୍ଗିଦେବୁ। ମାତ୍ର ପ୍ରଶାସନ ବଳପୂର୍ବକ ତାଙ୍କ ଘର ଭାଙ୍ଗିଦେବାବେଳେ ସହ୍ୟ ନ କରିପାରି ପ୍ରଶାନ୍ତଙ୍କ ସ୍ତ୍ରୀ ଜାନକୀ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ପ୍ରକାଶ ଯେ, ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ଗତ ଅକ୍ଟୋବର ୧୭ରେ ବାଉଁଶୁଣୀରେ ଗୋଟିଏ ସପ୍ତାହ ମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଦେଇଥିବା ସମୟ ମଧ୍ୟରେ ଛୋଟ ଦୋକାନ, ଚା ଆଉ ଫଳ ଦୋକାନ କରି ପରିବାର ଚଳାଉଥିବା ଦୋକାନୀ ଜାଗା ଛାଡିଥିଲେ। କିନ୍ତୁ ବଡ଼ବଡ଼ିଆ ଜାଗା ଛାଡ଼ି ନ ଥିଲେ। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟ ଅବଧିର ୪ ମାସରୁ ଊଦ୍ଧର୍‌ବ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ଫୁ କଲା ଭଳି ଜାଗା ଛାଡ଼ୁନାହାନ୍ତି ବଡ଼ବଡ଼ିଆ ଲୋକେ। ଗତ ଅକ୍ଟୋବର ୨୦ରେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣୀ ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହାମିଦ ମଲ୍ଲିକ ବାଉଁଶୁଣୀ ପୋଲିସ ଉପସ୍ଥିତିରେ ମାପ କରି ସରକାରୀ ସ୍ଥାନକୁ ଚିହ୍ନଟ କରିଥିଲେ। ସେତେବେଳେ କାନ୍ଥରେ ଦିଆଯାଇଥିବା ନାଲିଗାରକୁ କିଛି ବଡ଼ବଡ଼ିଆ ଲୋକ ସିମେଣ୍ଟ ଘସି ଲିଭେଇ ଦେଇଥିଲେ। ମାର୍ଚ୍ଚ ୧୨ରେ ଜବରଦଖଲ ଉଚ୍ଛେଦକୁ ନେଇ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା। ଏହା ପରେ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ମାଜିଷ୍ଟ୍ରେଟ ପାୱାରରେ ମନୋରଞ୍ଜନ ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ତହସିଲଦାର ମହମ୍ମଦରଜା ରସୁଲ ଖାଁ, ବାଉଁଶୁଣୀ ରାଜସ୍ବ ନିରୀକ୍ଷକ ସୁଜିତ ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହମିତ ମଲିକ, ବାଉଁଶୁଣୀ ଥାନା ଅଧିକାରୀ ଅରୁଣ କୁମାର ସିଂହ, ବାଉଁଶୁଣୀ ଓ ମନମୁଣ୍ଡା ପୋଲିସ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ସମ୍ମୁଖରେ ଥିବା ଜବରଦଖଲ ଘରଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କ୍ୱାର୍ଟର୍ସରେ ମହିଳା ମାଓବାଦୀଙ୍କ ଆତ୍ମହତ୍ୟା

ମାଲକାନଗିର,୨୫ା୨: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡ଼ା ଜିଲାରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ପାଣ୍ଡେ କବାସୀ। ସେ...

ପୋଡ଼ିଲେ ମାଓବାଦୀ ପୋଷାକ, ସମାଜର ମୁଖ୍ୟସ୍ରୋତରେ ହେଲେ ସାମିଲ

ଚିତ୍ରକୋଣ୍ଡା,୧୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସଫଳ ହେବାକୁ ଲାଗିଛି ସରକାରଙ୍କ ଆଣ୍ଟି ମାଓବାଦୀ ଅପରେଶନ। ଜିଲାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ବିଏସ୍‌ଏଫ୍‌ ଆସିବା...

ଆରାଧନାରୁ ହେବ ଦିନ ଆରମ୍ଭ

ଅନୁଗୋଳ ଅଫିସ, ୧ା୧: ନବବର୍ଷ ୨୦୨୩କୁ ନେଇ ସବୁଆଡ଼େ ଉତ୍ସବର ବାତାବରଣ। ବର୍ଷର ପ୍ରଥମ ଦିନକୁ କିଏ କେମିତି କାଟିବେ, ତାହାକୁ ନେଇ ବହୁ ପୂର୍ବରୁ...

ରାଜପଥ ଅବରୋଧ, ଯାତ୍ରୀ ହୀନସ୍ତା

ଢେଙ୍କାନାଳ ଅଫିସ,୨୯।୩ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆହ୍ବାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଢେଙ୍କାନାଳରେ ଦେଖାଯାଇଛି। ନିଖିଳ ଓଡିଶା ଅଙ୍ଗନୱାଡି...

ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ବୁଗୁଡ଼ା/ଭଞ୍ଜନଗର,୩୦।୯(ଡି.ଏନ.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ବୁଗୁଡ଼ା ଜଳସେଚନ ବିଭାଗ(ବାଘୁଆ ପ୍ରକଳ୍ପ)ର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଶୁକ୍ରବାର ବାଘୁଆ ପ୍ରକଳ୍ପର...

ଟୋକନ ପାଇ ଟାର୍ଗେଟକୁ ଚାହିଁ ବସିଛି ଚାଷୀ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ଅପର ସୁକତେଲ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳ ସେଚିତ ଅଞ୍ଚଳ ଓ ସୁକତେଲ ନଦୀକୂଳେ ଥିବା ଦମେଇପାଲି, ଯୁରିଆ,...

ଟ୍ରକ ସହ ବାଇକ ଧକ୍କା, ଆରୋହୀ ଗୁରୁତର

ଯାଜପୁର ରୋଡ/କୋରେଇ,୧୦ା୯(ନି.ପ୍ର/ଡି.ଏନ୍‌.ଏ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ଡାଇଭରଶନ ନିକଟରେ ଏକ ବାଇକକୁ ଟ୍ରକ୍‌ ଧକ୍କା ଦେଇଛି।...

ଦୀପାବଳି ପୂର୍ବରୁ ଜବତ ହେଲା ବାଣ

ଗଞ୍ଜାମ,୧୬।୧୦(ଡି.ଏନ୍‌.ଏ. ): ଦୀପାବଳି ପୂର୍ବରୁ ଗଞ୍ଜାମ ଥାନା ଅଧୀନ ଦାମୋଦରପୁର କଲେଜ ରୋଡ଼ରୁ ରବିବାର ବିପୁଳ ପରିମାଣର ବାଣ ଜବତ ହୋଇଛି। ଜଣେ ବ୍ୟକ୍ତି ବେଆଇନ...

Advertisement
Archives

Model This Week