ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୮ ଆହତ

ଉମରକୋଟ,୧୨।୨(ସ୍ବ.ପ୍ର.): ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଉମରକୋଟ ବ୍ଲକ ମୁର୍ତ୍ତୁମା ପଞ୍ଚାୟତ ବଡ଼ଖଡ଼କା ଗ୍ରାମର ବଳରାମ ଭତ୍ରା(୫୩)।
ଘଟଣାରୁ ପ୍ରକାଶ, ବଡ଼ଖଡ଼କା ଗ୍ରାମରୁ ପିକ୍‌ଅପ୍‌(ଓଡି ୨୪ ସି ୬୭୯୦) ଯୋଗେ ୫୦ରୁ ଊଦ୍ଧର୍‌ବ ଲୋକ ବେହେଡ଼ା ପଞ୍ଚାୟତର ଡାଇବେଡ଼ା ଗ୍ରାମକୁ ଯାଉଥିଲେ। ବେହେଡା ଜଙ୍ଗଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ବଳରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୧୮ ଆହତ ହୋଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଡ଼ିକୁ ଜବତ କରିଛି। ଏ ନେଇ ୬୦/୨୨ ରେ ଏକ ମାମଲା ରୁଜୁ କରାଯାଇ ଚାଳକଙ୍କୁ ପଚରାଉଚରା କରାଯାଉଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ସାମ୍ନାରୁ ଯୁବକ ଚୋରି କରିଥିଲେ ବାଇକ୍‌, ଆଜି ପଡ଼ିଲେ ଧରା

କେନ୍ଦୁଝର,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଟାଉନ ପୋଲିସ ମୋଟର ସାଇକେଲ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କେନ୍ଦୁଝର ସହର ଗାୟତ୍ରୀ...

ଥାନା ନିକଟରୁ ୧୮ ଲକ୍ଷ ଲୁଟିନେଲେ ଲୁଟେରା

ଖୁଣ୍ଟୁଣୀ, ୨୯।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ଉପରୁ ମଙ୍ଗଳବାର ୧୮...

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର

ଫୁଲନଖରା,୩।୩(ଡି.ଏନ.ଏ.): କଟକ ସଦର ଥାନା ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲର ନୂଆଗଡଠାରେ ବୁଧବାର ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଥିଲା। ଉକ୍ତ କୁମ୍ଭୀର ସାତକୋଶିଆ ଗଣ୍ଡରୁ...

ନଦୀ ପାଣି ପିଉଛନ୍ତି ଶାଇଁସଶାସନବାସୀ

ନିମାପଡ଼ା,୧୦।୩(ଡି.ଏନ୍‌.ଏ.): ଗ୍ରୀଷ୍ମଋତୁ ଆରମ୍ଭରୁ ନିମାପଡ଼ା ବ୍ଲକରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ଏହି ବ୍ଲକ ଅଧୀନ ଶାଇଁସଶାସନ ପଞ୍ଚାୟତରେ ଗତ କିଛିଦିନ ହେବ ପାନୀୟଜଳ ନ ପାଇ...

ଗଞ୍ଜାମ ଏନ୍‌ଏସିରେ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଗଞ୍ଜାମ,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ଚେୟାରମ୍ୟାନ ଓ କାଉନସିଲର  ପ୍ରାର୍ଥୀଙ୍କ ନାମ ଶନିବାର ଘୋଷଣା କରିଛନ୍ତି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର...

ହାଟରେ ଚାଲିଛି ଜୁଆଖେଳ

ଖଇରା, ୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ହରିପୁର ପଞ୍ଚାୟତ ଅଧୀନ ଦୋମୁହାଁଣି ହାଟରେ ଏବେ ଜୁଆଖେଳ ବ୍ୟାପକ ଆକାର ଧାରଣ କଲାଣି। ଜୁଆଖେଳ ସାଙ୍ଗକୁ ମହୁଲି...

ମହାନଦୀ ଶଯ୍ୟା ଅନୁଧ୍ୟାନ କଲା ଏନ୍‌ଜିଟି ଟିମ୍‌

କଟକ ଅଫିସ, ୮ା୪: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ କମିଟି ବୁଧବାର ମହାନଦୀ ଶଯ୍ୟା ସମେତ ହାଡ଼ିଆ ପଠା ପରିଦର୍ଶନ କରିଛନ୍ତି। ଏହି...

ଡେମୋ ଦେଖାଇଲେ ଗୋବିନ୍ଦ ସାହୁ: କେମିତି ପୋଡିଥିଲେ ମମିତାଙ୍କୁ…

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଶୁକ୍ରବାର ଡେମୋ ଦେଖାଇଛନ୍ତି। ଭୋରରେ...

Advertisement
Archives

Model This Week