Posted inUncategorized

ବୈତରଣୀ ନଦୀଶଯ୍ୟାରୁ ବାଲି, ପଥର ଉଠାଣ

ଝୁମ୍ପୁରା,୧୪।୧୧(ଶଶିଭୂଷଣ ସାହୁ): କେନ୍ଦୁଝର ଝୁମ୍ପୁରା ତହସିଲ ଅନ୍ତର୍ଗତ ମଲଦା ରାଜସ୍ବ ସର୍କଲରେ ଉନ୍ନୟନମୂଳକ କାମ ଆଳ ଦେଖାଇ ପ୍ରକୃତି ପ୍ରଦତ୍ତ ନଦୀ, ଝରଣା, ଜଙ୍ଗଲ ଆଦି ଲଘୁ ଖଣିଜ ନଷ୍ଟ କରାଯାଉଛି। ରାଜସ୍ବ ବିଭାଗର ନୀରବତା କାରଣରୁ ରାଜସ୍ବ କ୍ଷତି ହେଉଛି। ଏ ନେଇ ଭିନ୍ନ ଭିନ୍ନ ସମୟରେ ସ୍ଥାନୀୟ ବାସିନ୍ଦା ରାଜସ୍ବ ସର୍କଲରେ ଅଭିଯୋଗ ତଥା ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ସମ୍ପୃକ୍ତ ଅଧିକାରୀ ଉକ୍ତ ଜାଗା ଦେଖିବା ପାଇଁ ମଧ୍ୟ ଯାଉ ନ ଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଆବଶ୍ୟକତା ଦୃଷ୍ଟିରୁ ମଲଦା ପଞ୍ଚାୟତର ପଟୁଆକୁଦ-ବସନ୍ତପୁର ରାସ୍ତାର ବୈତରଣୀ ନଦୀ ଉପରେ ବିଜୁସେତୁ ଯୋଜନାରେ ଏକ ପୋଲ ନିର୍ମାଣାଧୀନ ରହିଛି। କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ (ଡିଭିଜନ-୨) ଦ୍ୱାରା ଟେଣ୍ଡର କରାଯାଇ ନିର୍ମାଣାଧୀନ ପୋଲର ବ୍ୟୟ ଅଟକଳ ୯ କୋଟି ୪୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ସୂଚନା ଫଳକ ଅନୁଯାୟୀ, ପୋଲ ନିର୍ମାଣ ୪ ଏପ୍ରିଲ ୨୦୧୮ ମସିହାରେ ଶେଷ ହେବାର ଥିଲେ ହେଁ କାମ ଏଯାଏ ସରିନାହିଁ। ପୋଲ ନିର୍ମାଣରେ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ରହିଛି। ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବାରୁ ଠିକାଦାର ସବୁ ସମୟରେ ସ୍ଥାନୀୟ ବାସିନ୍ଦାଙ୍କୁ ଧମକ ଦେବା ସହ ନିଜର ମନମାନିରେ କାମ କରୁଛନ୍ତି। ବର୍ତ୍ତମାନ ପୋଲର ଆପ୍ରୋଚ୍‌ ରାସ୍ତା ନିର୍ମାଣ ଚାଲୁ ରହିଥିବା ବେଳେ ଠିକାଦାର ସଂସ୍ଥା ବୈତରଣୀ ନଦୀଶଯ୍ୟାରୁ ବେନିୟମ ଭାବେ ବାଲି, ପଥର ଉଠାଇ ଆପ୍ରୋଚ୍‌ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଛି। ଏହି ଜାଗାରେ ସାଧାରଣତଃ ନଦୀର ସ୍ରୋତ ଖୁବ୍‌ ପ୍ରଖର ହୋଇଥାଏ। ନଦୀଶଯ୍ୟାରୁ ବାଲି ପଥର ଉଠାଇବା ଯୋଗୁ ନଦୀର ଗତିପଥ ବଦଳିବା ଆଶଙ୍କା ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି କରୁଛି। ନଦୀରେ ପୋକ୍‌ଲିନ୍‌ ମେଶିନ ଲଗାଇ ହାଇୱା ଗାଡ଼ି ସାହଯ୍ୟରେ ବାଲିପଥର ବୁହାଯାଉଥିଲେ ହେଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ, ରାଜସ୍ବ ବିଭାଗ ଅଧିକାରୀ ନୀରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ନେଇ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେଶବ ଚନ୍ଦ୍ର ପ୍ରଧାନ କହିଛନ୍ତି, ଅଭିଯୋଗ ମିଳିଛି, କ’ଣ ହୋଇଛି ଦେଖିବେ। ମଲଦା ରାଜସ୍ବ ବିଭାଗ ଅଧିକାରୀ ଜ୍ଞାନରଞ୍ଜନ ପାତ୍ର କହିଛନ୍ତି, ଏ ନେଇ ମୋ ପାଖରେ ଖବର ନାହିଁ, କ’ଣ ହୋଇଛି ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri