କାମ ନ ସରୁଣୁ ଉଠିଯାଉଛି ପିଚୁ

ଯାଜପୁର,୨୩ା୧(ହର୍ଷବର୍ଦ୍ଧନ ବେହେରା):ବ୍ୟୟ ଅଟକଳ ଅନୁଯାୟୀ ସୁଗମ ଓ ସୁଦୃଢ଼ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ବା ଆର ଆଣ୍ଡ ବି ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ରହିଛି। ତେଣୁ ରାଜ୍ୟ ସରକାର ଗ୍ରାମ୍ୟ ନିର୍ମାଣ ଓ ଜଳସେଚନ ବିଭାଗର ଏକାଧିକ ରାସ୍ତାର ନିର୍ମାଣ ଏବଂ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରୁଥିବା ନଜିର ରହିଛି। କିନ୍ତୁ ଯାଜପୁର ଜିଲାର ପ୍ରମୁଖ ରାସ୍ତାର ନିର୍ମାଣ, ମରାମତି ଦାୟିତ୍ୱରେ ରହିଥିବା ପାଣିକୋଇଲି ଓ ଚାରବାଟିଆ ପୂର୍ତ୍ତ ଡିଭିଜନରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଚାରବାଟିଆ ପୂର୍ତ୍ତ ଡିଭିଜନ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡ ଡିଭିଜନ ଅଧୀନ ବୈରୀଠାରୁ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ କାମକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ରାସ୍ତା କାମ ନ ସରୁଣୁ ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇଥିବା ସମ୍ପୃକ୍ତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିରୀକ୍ଷଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଏବଂ ଅଧିକ ପିସି ଆଦାୟରେ ମାତିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ପିସି କାରବାରର ଅବସାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। କିନ୍ତୁ ଜିଲାର ପାଣିକୋଇଲି ପୂର୍ତ୍ତ ଡିଭିଜନ ଓ ବଡ଼ଚଣା ପୂର୍ତ୍ତ ଉପଖଣ୍ଡରେ ପିସି ଆଦାୟ ଆହୁରି ବଢିବାରେ ଲାଗିଛି। ଜଣେ ଠିକାଦାରଙ୍କ କହିବା ଅନୁସାରେ, ଏହି ବିଭାଗରେ ମଞ୍ଜୁର ଅର୍ଥରୁ ୧୫ ପ୍ରତିଶତ କମ୍‌ରେ ଟେଣ୍ଡର ଭରିଲେ ଯାଇ କାମ ମିଳେ। ଏହାବାଦ ରାଜନୈତିକ ନେତୃବର୍ଗ ୫%, ନିର୍ବାହୀ ଯନ୍ତ୍ରୀ ଓ ଏସ୍‌ଡିଓ ୧%ରୁ ଊର୍ଦ୍ଧ୍ୱ, କନିଷ୍ଠ ଯନ୍ତ୍ରୀ ପ୍ରାୟ ୨%, କିରାଣି ଓ ଅନ୍ୟମାନେ ମିଶି ୧% ପିସି ଆକାରରେ ନେଇଥାନ୍ତି। ଏଭଳି ଭାବେ ନିରୂପିତ ଅର୍ଥରୁ ମୋଟ ପ୍ରାୟ ୩୦% ପିସି ଆକାରରେ ଯାଉଥିବାରୁ ଠିକାଦାର ନିମ୍ନମାନର କାର୍ଯ୍ୟ କଲେ ବି ସମ୍ପୃକ୍ତ ନିରୀକ୍ଷଣ ଯନ୍ତ୍ରୀ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଏହାବାଦ୍‌ ଅତି ନିମ୍ନମାନର କାର୍ଯ୍ୟ କଲେ ଠିକାଦାରଙ୍କଠାରୁ ପିସି ବାଦ ଅଧିକ ଚାନ୍ଦା ଆଦାୟ ମଧ୍ୟ ହୋଇଥାଏ ବୋଲି କୁହାଯାଏ। ଏପରିକି ଅଧିକାଂଶ କାର୍ଯ୍ୟ ସମୟରେ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନରେ ନ ଯାଇ ଅଫିସରେ ଥାଇ ବିଲ୍‌ ଭାଉଚର କରିଥାନ୍ତି। ଏହିକ୍ରମରେ ଯାଜପୁର ଜିଲାର ତଳୁ ଉପରସ୍ତର ପର୍ଯ୍ୟନ୍ତ ଯନ୍ତ୍ରୀମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଉପରେ ତଦନ୍ତ କରାଯିବାକୁ ଦାବି ହେଉଛି। ଏଭଳି ଭାବେ ବଡ଼ଚଣା ପୂର୍ତ୍ତ ବିଭାଗ ଅଧୀନ ବୈରୀଠାରୁ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ କାମ ଚାଲିଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ, ୭.୪ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୮ କୋଟିରୁ ଊର୍ଦ୍ଧ ଟଙ୍କା ବ୍ୟୟବରାଦ ହୋଇଛି। ଏହି କାମକୁ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଠିକାଦାର କରୁଛନ୍ତି। ଆକଳନ ଅନୁଯାୟୀ ରାସ୍ତା ପିଚୁ କାର୍ଯ୍ୟ ପୂର୍ବରୁ ୫.୫ ମିଟର ସମତୁଲ କରି ଚିପ୍ସ ସହ କ୍ରଶର ଗୁଣ୍ଡ ମିଶାଇ ପକାଇବା ପ୍ରାବଧାନ ରହିଥିଲା। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ୧.୫ ମିଟର ସମ୍ପ୍ରସାରଣ କରି ପ୍ରଥମେ ବାଲି ଓ ପରେ ମୋରମ ପକାଇବାର ମଧ୍ୟ ବ୍ୟବସ୍ଥା ରହିଛି। କିନ୍ତୁ ଠିକାଦାର ସମସ୍ତ ଆକଳନ ବ୍ୟବସ୍ଥାକୁ ଖିଲାପ କରି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହାୟତାରେ ନିମ୍ନମାନର କାମ କରିଚାଲିଥିବା ଅଭିଯୋଗ ହେଉଛି। ୧ା୬ା୨୦୨୩ରୁ କାର୍ଯ୍ୟ ଆରମ୍ଭ ହୋଇ ୨୯ା ୨ା୨୦୨୪ରେ କାର୍ଯ୍ୟ ସରିବାକୁ ନିର୍ଦ୍ଧାରିତ ହୋଇଛି। କିନ୍ତୁ ଏହି ନିର୍ଦ୍ଧାରିତ ସମୟରେ ରାସ୍ତା କାମ ସରିବା ନେଇ ଅଞ୍ଚଳବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହିମର୍ମରେ ସ୍ଥାନୀୟ ସରପଞ୍ଚ ଓ ଅଧିବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ତ ଦୂରର କଥା, କାମ ତଦାରଖ ପାଇଁ କେହିବି ପରିଦର୍ଶନରେ ଆସୁନାହାନ୍ତି। କେତେକ ସ୍ଥାନରେ ବାଲି, ସିମେଣ୍ଟ, ଚିପ୍ସ ଇତ୍ୟାଦି ନିର୍ମାଣ ସାମଗ୍ରୀ ଆକଳନ ଅନୁଯାୟୀ ବ୍ୟବହାର କରାଯାଉନାହିଁ। ଏହାକୁ ନେଇ ସ୍ଥାନୀୟ ଅଧିବାସୀ ପ୍ରଶ୍ନ କରିବାରୁ ଠିକାସଂସ୍ଥା କର୍ମଚାରୀ କାମ ବନ୍ଦ କରି ପଳାଇଥିଲେ। ଏହାର କିଛି ଦିନ ପରେ ରାତିଅଧିଆ ପିଚୁ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଫଳରେ ସୁଙ୍ଗୁଡା ଗ୍ରାମ ନିକଟରେ ହେଉଥିବା କାମରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲା।
ଏ ସଂକ୍ରାନ୍ତରେ ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ଏସ୍‌ଡିଓ ତପନ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଷ୍ଟିମେଟ ଅନୁସାରେ କାମ ଚାଲିଛି। ବିଭାଗ ପକ୍ଷରୁ ନିୟମିତ ପରିଦର୍ଶନ କରାଯାଇ ଠିକାଦାରଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?