ପୋଲିଂ ବୁଥ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ: ଆପତ୍ତି ଉଠାଇଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ,୧୬।୨-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଖୁଣ୍ଟାପାଳ ବୁଥ୍‌ରେ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି। ଏନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ନିର୍ବାଚନ ଅଧିକାରୀ ତଥା ଜିଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ବୁଥ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଲାଗିଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଟୁଡୁ ଅଭିଯୋଗ କରିଛନ୍ତି ଯେ, ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ପୈତୃକ ଗ୍ରାମ ଖୁଣ୍ଟାପାଳ ପ୍ରାଥମିକ ସ୍କୁଲର ୮ ନଂ. ବୁଥ୍‌କୁ ଯାଇ ମତଦାନ କରିଥିଲେ। ମତଦାନ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କର ଏକ ବଡ଼ ବ୍ୟାନର ଲଗାଯାଇଥିବା ସେ ଦେଖିବାକୁ ପାଇଥିଲେ। ଏହାକୁ ଦେଖି ଭୋଟରମାନେ ପ୍ରଭାବିତ ହେଉଥିବା ବେଳେ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ବୋଲି ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇବା ପରେ ମଧ୍ୟ ସେ ଗୁରୁତ୍ୱ ଦେଇ ନ ଥିଲେ। ତେବେ ଜିଲାପାଳଙ୍କୁ ଜଣାଇବା ପରେ ତୁରନ୍ତ ବ୍ୟାନର ଉଠାଇ ନେଇଥିଲେ। ପରେ ବିଭିନ୍ନ ବୁଥ୍‌ ପରିଦର୍ଶନରେ ଯାଇ ଅବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଜିଲାପାଳଙ୍କୁ ଅବଗତ କରିଛନ୍ତି। ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ମତଦାନ କେନ୍ଦ୍ରରେ ଆବଶ୍ୟକ ପୋଲିଂ ପାର୍ଟି ନିୟୋଜିତ ହୋଇ ନ ଥିବାରୁ ଭୋଟରମାନଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି। ସେହିପରି କେତେକ ବୁଥ୍‌ରେ ପ୍ରିଜାଇଡିଂ ଅଫିସରମାନେ ମତଦାନ ସ୍ଥାନରେ ବସି ରହୁଥିବା ବେଳେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ ଓ ସ୍ବଚ୍ଛ ଭାବେ କରିବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ ହେଁ ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜୋର୍‌ ଧରିଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ...

ପୁଣି ଏନ୍‌କାଉଣ୍ଟର: ଟଳିଲେ ୩ ମାଓବାଦୀ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୧୬ା୭(ଡି.ଏନ୍‌.ଏ.): ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦନ୍ତେଓ୍ବାଡା ଜିଲାରେ ପୁଣି ଏନ୍‌କାଉଣ୍ଟର ହୋଇଛି । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ...

ଯୁକ୍ତ୩ ନାମଲେଖା ପାଇଁ ୨୦ରୁ ଆବେଦନ

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ଶ୍ରେଣୀରେ ନାମ ଲେଖା ପାଇଁ ଆସନ୍ତା ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ୨୦ ତାରିଖ...

ଦିଅରଙ୍କ ପଥର ମାଡରେ ଚାଲିଗଲା ଭାଉଜଙ୍କ ଜୀବନ

ଗଜପତି,୨୨।୨(ଡି.ଏନ.ଏ.): ଗଜପତି ଜିଲା ଆର. ଉଦୟଗିରି ଥାନା ବଙ୍ଗଳା ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଭାଉଜଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦିଅର। ମୃତକ...

ଦାଦନଙ୍କ ଗୋଡ଼, ପାପୁଲି କାଟିଦେଲେ ଦଲାଲ

ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଗୋଡ଼ ଓ ହାତ କାଟିଦେଇଥିବା...

ଏନ୍‌ଜିଟି ୪ଜଣିଆ ଟିମ୍‌ର ତଦନ୍ତ

ବାରିପଦା ଅଫିସ,୭ା୪: ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ଓ ପରିବହନକୁ ନେଇ ତଦନ୍ତ...

ଗୁପଚୁପ୍‌ ବିକାଳିଙ୍କ ସ୍ତ୍ରୀ କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥୀ

ନୂଆପଡ଼ା ଅଫିସ,୨୧।୩: ନୂଆପଡ଼ା ଜିଲା ଖରିଆର ରୋଡ ଏନ୍‌ଏସିରେ ୩ ଜଣ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ସୁନିତା ଶେଖର ଜୈନ, ଭାଜପାରୁ...

ତୁଳସୀ ମୁଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର,୪।୩ (ବ୍ୟୁରୋ): ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ପରିଚୟ ଫାଉଣ୍ଡେଶନ ପକ୍ଷରୁ ଆର୍ଯ୍ୟ ପୁରସ୍କାର...

Advertisement
Archives

Model This Week