୬୧ବର୍ଷ ପରେ ଖୋଲିଲା ପିଜି

ବଲାଙ୍ଗୀର ଅଫିସ, ୨୪ା୨: ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ବିଭାଗ ଖୋଲିଛି। ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ସରକାରୀ ବିଭାଗୀୟ ଚିଠି ସଂଖ୍ୟା ୭୭୭୬/ଏଚ୍‌ଇ/୨୨/୨/୨୦୨୩ରେ ଏନେଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚନା ଦିଆଯାଇଛି। ତିନୋଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦିଆଯାଇଛି। ଓଡିଆ, ଇତିହାସ ଏବଂ ସଂସ୍କୃତ ବିଷୟରେ ୩୨ଟି ଲେଖାଏ ସିଟ୍‌ରେ ପିଜି ପାଠ୍ୟକ୍ରମ ଶିକ୍ଷାବର୍ଷ ୨୦୨୩-୨୪ରୁ ଆରମ୍ଭ ହେବ। ଅଧ୍ୟକ୍ଷଙ୍କ ପାଖକୁ ବିଧିବଦ୍ଧ ସରକାରୀ ଚିଠି ଆସିଯିବା ପରେ କଲେଜ ଛାତ୍ରୀ, ଅଧ୍ୟାପକ ଏବଂ ଅଭିଭାବକ ମହଲରେ ଖୁସିର ଲହରି ଖେଳିଯାଇଛି। ଏହି କଲେଜରେ ପିଜି ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ କରାଯିବା ପରେ ଏଠାରେ ଛାତ୍ରୀମାନେ ସ୍ନାତକୋତ୍ତର ପାଠ ପଢ଼ିପାରିବେ। ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ରଙ୍କୁ ପଚରାଯିବାରୁ ଚଳିତ ଶିକ୍ଷାବର୍ଷରୁ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଓଡିଆ, ଇତିହାସ ଏବଂ ସଂସ୍କୃତ ତିନି ବିଷୟରେ ପିଜି ପାଠ ପଢ଼ା ପାଇଁ ଅନୁମତି ମିଳିଥିବା କହିଛନ୍ତି। ଦୀର୍ଘଦିନରୁ ଏହି ଦାବି ହୋଇଆସିଥିଲା। ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦେଇଥିବାରୁ ସେ କୃତଜ୍ଞତା ଜଣାଇବା ସହ ଏହାଦ୍ୱାରା ଛାତ୍ରୀମାନେ ଉପକୃତ ହେବେ ବୋଲି କହିଛନ୍ତି।
୧୯୬୨ ମସିହାରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଦୀର୍ଘ ୬୧ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଜିଲା ମୁଖ୍ୟ ସଦର ମହକୁମାରେ ଥିବା ରାଜ୍ୟର ଅନ୍ୟତମ ପୁରୁଣା ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଯାଇ ନ ଥିଲା। ଦୀର୍ଘଦିନରୁ ଏଠାରେ ପିଜି ପାଠ୍ୟକ୍ରମ ଖୋଲାଯିବାକୁ ଦାବି ହୋଇଆସୁଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏହି ମହାବିଦ୍ୟାଳୟରେ ଖୋଲି ନ ଥିଲେ। ଏବେବି ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଅନେକ ବିଭାଗରେ ଅଧ୍ୟାପକ ପଦବୀ ଖାଲି ରହିଛି। ଏଦିଗରେ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଉଚିତ୍‌ ପଦକ୍ଷେପ ଗ୍ରହଣ କରି ତୁରନ୍ତ ପଦବୀ ପୂରଣ କରିବାକୁ ଦାବି କରାଯାଇଛି। ନାରୀ ଶିକ୍ଷା ଉପରେ ପ୍ରାଥମିକତା ଦିଆଯାଉଥିବାବେଳେ ଏଠାରେ ବିଭିନ୍ନ ବିଭାଗରେ ଅଧ୍ୟାପକ ନାହାନ୍ତି। ଅନେକ ବିଭାଗରେ ଅତିଥି ଅଧ୍ୟାପକରେ ପାଠ ପଢ଼ା ହେଉଛି। ସରକାରୀ ମହିଳା ମହାବିଦ୍ୟାଳୟ ଯୁକ୍ତ୨ ବିଜ୍ଞାନ ମହାବିଦ୍ୟାଳୟରେ ବିନା ଅଧ୍ୟାପକରେ ବର୍ଷ ବର୍ଷ ଧରି ପିଲାମାନେ ପାଠ ପଢୁଛନ୍ତି। ବିଜ୍ଞାନ ଭଳି ବିଷୟ କାମ ଚଲା ନୀତିରେ ଅତିଥି ଅଧ୍ୟାପକରେ ଚାଲିଛି। କଲେଜ ତରଖରୁ ବାରମ୍ବାର ଅଧ୍ୟାପକ ପଦବୀ ପୂରଣ କରିବାକୁ ଦାବି କରାଯାଉଥିଲେ ମଧ୍ୟ କର୍ଣ୍ଣପାତ କରାଯାଉନାହିଁ। ୬୧ ବର୍ଷ ପରେ ସ୍ନାତକୋତ୍ତର ବିଭାଗ ଖୋଲିବାକୁ ନେଇ ଛାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି। ହେଲେ ଅଧ୍ୟାପକ ପଦବୀ କେବେ ପୂରଣ ହେବ ଏବଂ ଅନ୍ୟ ବିଷୟରେ ପିଜି ଖୋଲିବାକୁ ଆଉ କେତେ ସମୟ ଲାଗିବ ତାକୁ ନେଇ କଳ୍ପଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri