୬୧ବର୍ଷ ପରେ ଖୋଲିଲା ପିଜି

ବଲାଙ୍ଗୀର ଅଫିସ, ୨୪ା୨: ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ବିଭାଗ ଖୋଲିଛି। ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ସରକାରୀ ବିଭାଗୀୟ ଚିଠି ସଂଖ୍ୟା ୭୭୭୬/ଏଚ୍‌ଇ/୨୨/୨/୨୦୨୩ରେ ଏନେଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚନା ଦିଆଯାଇଛି। ତିନୋଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦିଆଯାଇଛି। ଓଡିଆ, ଇତିହାସ ଏବଂ ସଂସ୍କୃତ ବିଷୟରେ ୩୨ଟି ଲେଖାଏ ସିଟ୍‌ରେ ପିଜି ପାଠ୍ୟକ୍ରମ ଶିକ୍ଷାବର୍ଷ ୨୦୨୩-୨୪ରୁ ଆରମ୍ଭ ହେବ। ଅଧ୍ୟକ୍ଷଙ୍କ ପାଖକୁ ବିଧିବଦ୍ଧ ସରକାରୀ ଚିଠି ଆସିଯିବା ପରେ କଲେଜ ଛାତ୍ରୀ, ଅଧ୍ୟାପକ ଏବଂ ଅଭିଭାବକ ମହଲରେ ଖୁସିର ଲହରି ଖେଳିଯାଇଛି। ଏହି କଲେଜରେ ପିଜି ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ କରାଯିବା ପରେ ଏଠାରେ ଛାତ୍ରୀମାନେ ସ୍ନାତକୋତ୍ତର ପାଠ ପଢ଼ିପାରିବେ। ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ରଙ୍କୁ ପଚରାଯିବାରୁ ଚଳିତ ଶିକ୍ଷାବର୍ଷରୁ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଓଡିଆ, ଇତିହାସ ଏବଂ ସଂସ୍କୃତ ତିନି ବିଷୟରେ ପିଜି ପାଠ ପଢ଼ା ପାଇଁ ଅନୁମତି ମିଳିଥିବା କହିଛନ୍ତି। ଦୀର୍ଘଦିନରୁ ଏହି ଦାବି ହୋଇଆସିଥିଲା। ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦେଇଥିବାରୁ ସେ କୃତଜ୍ଞତା ଜଣାଇବା ସହ ଏହାଦ୍ୱାରା ଛାତ୍ରୀମାନେ ଉପକୃତ ହେବେ ବୋଲି କହିଛନ୍ତି।
୧୯୬୨ ମସିହାରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଦୀର୍ଘ ୬୧ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଜିଲା ମୁଖ୍ୟ ସଦର ମହକୁମାରେ ଥିବା ରାଜ୍ୟର ଅନ୍ୟତମ ପୁରୁଣା ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଯାଇ ନ ଥିଲା। ଦୀର୍ଘଦିନରୁ ଏଠାରେ ପିଜି ପାଠ୍ୟକ୍ରମ ଖୋଲାଯିବାକୁ ଦାବି ହୋଇଆସୁଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏହି ମହାବିଦ୍ୟାଳୟରେ ଖୋଲି ନ ଥିଲେ। ଏବେବି ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଅନେକ ବିଭାଗରେ ଅଧ୍ୟାପକ ପଦବୀ ଖାଲି ରହିଛି। ଏଦିଗରେ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଉଚିତ୍‌ ପଦକ୍ଷେପ ଗ୍ରହଣ କରି ତୁରନ୍ତ ପଦବୀ ପୂରଣ କରିବାକୁ ଦାବି କରାଯାଇଛି। ନାରୀ ଶିକ୍ଷା ଉପରେ ପ୍ରାଥମିକତା ଦିଆଯାଉଥିବାବେଳେ ଏଠାରେ ବିଭିନ୍ନ ବିଭାଗରେ ଅଧ୍ୟାପକ ନାହାନ୍ତି। ଅନେକ ବିଭାଗରେ ଅତିଥି ଅଧ୍ୟାପକରେ ପାଠ ପଢ଼ା ହେଉଛି। ସରକାରୀ ମହିଳା ମହାବିଦ୍ୟାଳୟ ଯୁକ୍ତ୨ ବିଜ୍ଞାନ ମହାବିଦ୍ୟାଳୟରେ ବିନା ଅଧ୍ୟାପକରେ ବର୍ଷ ବର୍ଷ ଧରି ପିଲାମାନେ ପାଠ ପଢୁଛନ୍ତି। ବିଜ୍ଞାନ ଭଳି ବିଷୟ କାମ ଚଲା ନୀତିରେ ଅତିଥି ଅଧ୍ୟାପକରେ ଚାଲିଛି। କଲେଜ ତରଖରୁ ବାରମ୍ବାର ଅଧ୍ୟାପକ ପଦବୀ ପୂରଣ କରିବାକୁ ଦାବି କରାଯାଉଥିଲେ ମଧ୍ୟ କର୍ଣ୍ଣପାତ କରାଯାଉନାହିଁ। ୬୧ ବର୍ଷ ପରେ ସ୍ନାତକୋତ୍ତର ବିଭାଗ ଖୋଲିବାକୁ ନେଇ ଛାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି। ହେଲେ ଅଧ୍ୟାପକ ପଦବୀ କେବେ ପୂରଣ ହେବ ଏବଂ ଅନ୍ୟ ବିଷୟରେ ପିଜି ଖୋଲିବାକୁ ଆଉ କେତେ ସମୟ ଲାଗିବ ତାକୁ ନେଇ କଳ୍ପଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?