ଜୁଲାଇ ୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୧୮ା୫(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାରଠାରୁ ଆବେଦନ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର ୧୮ତାରିଖ ଅପରାହ୍ନ ୪ଟା ପରେ ଅନ୍‌ଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ୨୭ ତାରିଖ ରାତି ୧୧ଟା ୪୫ ଭିତରେ ଆବେଦନ କରିବାକୁ ପଡ଼ିବ। ଛାତ୍ରୀଛାତ୍ର www.samsodisha.gov.in ୱେବ୍‌ସାଇଟ୍‌ରେ ନାମ ପଞ୍ଜୀକରଣ କରିପାରିବେ। ଶେଷ ଦିନ ରହିଛି। ଜୁନ ୨୨ ପୂର୍ବାହ୍ନ ୧୧ଟାରୁ ୱେବ୍‌ସାଇଟରେ ହଲ ଟିକେଟ ବା ଆଡ୍‌ମିଟ କାର୍ଡ ଉପଲବ୍ଧ ହେବ। ପରୀକ୍ଷା ପରେ ବିଭିନ୍ନ ବିଷୟଭିତ୍ତିକ ରେଜଲ୍ଟ ପ୍ରକାଶ ପାଇବ। ତେବେ କେବେ ରେଜଲ୍ଟ ପ୍ରକାଶ ପାଇବ ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ପ୍ରବେଶିକା ପରୀକ୍ଷା ଆବେଦନ ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ସର୍ତ୍ତମୂଳକ ସୂଚନା ପ୍ରଦାନ କରାଯାଇଛି। ଛାତ୍ରୀଛାତ୍ର ନିଶ୍ଚିତ ଭାବରେ ଏକ ୟୁଜିସି ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରୁ ପାଠ୍ୟକ୍ରମ ଶେଷ କରିଥିବା ଆବଶ୍ୟକ। ଯେଉଁ ପରୀକ୍ଷାର୍ଥୀଙ୍କର ୟୁଜି ପରୀକ୍ଷା ଫଳାଫଳଗୁଡ଼ିକ ଅପେକ୍ଷାରେ ରହିଛି ଅର୍ଥାତ ରେଜଲ୍ଟ ପ୍ରକାଶ ପାଇନାହିଁ, ସେମାନେ ପ୍ରବେଶିକା ପରୀକ୍ଷା ପାଇଁ ସାଧାରଣ ଆବେଦନ ଫର୍ମ(C (CAF) ପୂରଣ କରିବେ। ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀମାନେ ସେମାନଙ୍କର ମାର୍କ ଅପଲୋଡ୍‌ କରିବେ। ସେହିଭଳି ପୁରୀର ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପିଜି ପାଠ୍ୟକ୍ରମକୁ ସାମ୍ସ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଦୁଇ ବିଶ୍ୱବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷରୁ ନାମଲେଖା ହେବ। ଏଥିସହ ଚଳିତ ଶିକ୍ଷାବର୍ଷରୁ ଏହି ଦୁଇ ବିଶ୍ୱବିଦ୍ୟାଳୟର ପିଜି ପାଠ୍ୟକ୍ରମ ପାଇଁ କୌଣସି ପୃଥକ ପରୀକ୍ଷା କିମ୍ବା ନାମଲେଖା କରାଯିବ ନାହିଁ। ଚଳିତ ଶିକ୍ଷାବର୍ଷରେ ତିନୋଟି ପର୍ଯ୍ୟାୟରେ ପିଜି ନାମଲେଖା ହେବ। ଯୋଗ୍ୟତା ଅନୁଯାୟୀ ଚୟନ ହୋଇଥିବା ଛାତ୍ରୀଛାତ୍ର ନାମଲେଖାଇବେ। ତିନି ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ସିଟ୍‌ ବଳକା ପଡିଲେ ପରବର୍ତ୍ତୀ ସମୟରେ ସ୍ପଟ୍‌ ନାମଲେଖା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହିଭଳି ଅନେକ ସୂଚନା ଛାତ୍ରୀଛାତ୍ରଙ୍କ ପାଇଁ ଦିଆଯାଇଛି। ଅଧିକ ବିବରଣୀ ନିମନ୍ତେ ଇ-ନାମଲେଖା ହେଲ୍ପଲାଇନ(ଟୋଲ ଫ୍ରି) ନମ୍ବର ୧୫୫୩୩୫/ ୧୮୦୦୩୪୪୬୭୭୦କୁ ଯୋଗାଯୋଗ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?