ଫାଇଜର ସିଇଓ କରୋନାରେ ଆକ୍ରାନ୍ତ,ନେଇ ନ ଥିଲେ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ, ୨୫।୯ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜରର ସିଇଓ ଆଲବର୍ଟ ବୋର୍ଲା ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଛଅ ସପ୍ତାହ ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ସେ କରୋନାଙ୍କ ଦ୍ୱାରା ଆକ୍ରାନ୍ତ ହୋଇଥିଲେ।

ଆଲବର୍ଟ ଟୁଇଟ କରି କରୋନା ସଂକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତେବେ, ମୁଁ ଭଲ ଅଛି ଏବଂ ସୁସ୍ଥ ଅଛି। ସେ କହିଛନ୍ତି ଯେ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ।

ଆଲବର୍ଟ ବୋର୍ଲା କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ କରୋନା ଟିକାର ବୁଷ୍ଟର ଡୋଜ ନେଇ ନାହାଁନ୍ତି, କାରଣ ସେ ତାଙ୍କର ଶେଷ କରୋନା ସଂକ୍ରମଣର ତିନିମାସ ପୂରଣ କରିବାକୁ ଅପେକ୍ଷା କରିଛନ୍ତି। ସେ କହିଛନ୍ତି, ଅବଶ୍ୟ, ଆମେ କରୋନା ବିପକ୍ଷରେ ଅନେକ ଅଗ୍ରଗତି କରିଛୁ, କିନ୍ତୁ ଆମ ମଧ୍ୟରେ ଏହି ଭୂତାଣୁ ଏବେ ବି ଉପସ୍ଥିତ ଅଛି ।

ସୂଚନାଯୋଗ୍ୟ, ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯେଉଁମାନେ ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ବୁଷ୍ଟର ଡୋଜ ପାଇବାକୁ ଅତି କମରେ ତିନିମାସ ଅପେକ୍ଷା କରିବାକୁ ପଡିବ। ସଂକ୍ରମଣର ପ୍ରଭାବ ସମ୍ପୂର୍ଣ୍ଣ ହେବା ପରେ ହିଁ ଜଣେ ବ୍ୟକ୍ତିଙ୍କୁ ଟିକାକରଣ କରିବା ଉପଯୁକ୍ତ ବୋଲି ସିଡିସି କହିଛି। ପ୍ରକୃତରେ, ବ୍ୟକ୍ତି ସଂକ୍ରମଣରୁ ସୁସ୍ଥ ହେବା ପରେ ଶରୀର ଆଣ୍ଟିବଡି ତିଆରି କରେ, ଯାହାକି ଏକ ଉପାୟରେ ବୁଷ୍ଟର ଡୋଜ ପରି କାମ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାକରେ ସରକାର ବିରୋଧୀ ବିକ୍ଷୋଭ: ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ବାଗଦାଦ,୬ା୧୦(ପି.ଟି.): ଇରାକରେ ସରକାର ବିରୋଧୀ ବିକ୍ଷୋଭ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲାଣି। ଏଥିସହିତ ୪୦୦୦ ଲୋକ ଆହତ ହୋଇଛନ୍ତି। ଦକ୍ଷିଣ ଇରାକର...

ସିଞ୍ଜୋ ଆବେଙ୍କୁ ଗୁଳିମାଡ଼

ଟୋକିଓ,୮ା୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ଗୁଳିମାଡ଼ ହୋଇଛି। ଜାପାନର ନାରା ସହରରେ ତାଙ୍କୁ ଏହି ଗୁଳିମାଡ଼ ହୋଇଛି। ସେ ଏକ ମଞ୍ଚରେ...

ଲାପ୍‌ଟପ୍‌ରୁ ବାହାରିଲା ଧୂଆଁ: ବିମାନବନ୍ଦରରେ ଯାତ୍ରୀଙ୍କୁ କରାଗଲା ଖାଲି

ନ୍ୟୁୟର୍କ,୨୫ା୧୨: ନ୍ୟୁୟର୍କ ସହରର ଜେଏଫ୍‌କେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଜେଟ୍‌ ବ୍ଲ୍ୟୁ ବିମାନରେ ଲାପଟପରୁ ଧୂଆଁ ବାହାରିବା ନ୍ୟୁୟର୍କ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି...

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ପରେ ପାକିସ୍ତାନରେ ହଟଚମଟ

ଇସଲାମାବାଦ୍‌,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ...

୧୭୪ ବର୍ଷର ଜଳବାୟୁ ଇତିହାସରେ ଭାରତରେ ଜୁନ୍‌ରେ ସର୍ବାଧିକ ତାତି…

ନୂଆଦିଲ୍ଲୀ,୧୬।୭ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ଅନ୍ୟ ଏକ ଉଦାହରଣ ଜୁନ ୨୦୨୩ରେ ରେକର୍ଡ କରାଯାଇଥିଲା। ଜଳବାୟୁ...

ପାକିସ୍ତାନରେ ଜାରି ରହିଛି ହିନ୍ଦୁ ମନ୍ଦିର-ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା

ଇସଲାମାବାଦ,୨୨ ।୨: ପାକିସ୍ତାନରେ ହିନ୍ଦୁ ମନ୍ଦିର ଓ ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା ଲଗାତାର ଜାରି ରହିଛି । ଏବେ ମହାଭାରତ ସମୟ ସହ...

ପାକିସ୍ତାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ପେଶାଓ୍ବର,୧୧ା୬: କାଳବୈଶାଖି ପ୍ରଭାବରେ ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଯୋଗୁ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏପରିକି ୧୧୦ରୁ...

ଚାଇନା-ପାକିସ୍ତାନ ସହିତ ବଢ଼ିପାରେ ଭାରତର ତିକ୍ତତା: ଆମେରିକା…

ଓ୍ବାଶିଂଟନ,୯।୩ : ଆମେରିକାର ଗୁପ୍ତଚର ଏଜେନ୍ସି ସିନେଟରେ ସାଂସଦମାନଙ୍କୁ କହିଛନ୍ତି ଯେ ଏହା ଭୟ କରୁଛି ଯେ ଭାରତ-ପାକିସ୍ଥାନ ଏବଂ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢ଼ିପାରେ।...

Advertisement
Archives

Model This Week