ପଞ୍ଜାବ ପରେ ଏହି ରାଜ୍ୟକୁ ଟିକା ଯୋଗାଇବାକୁ ମନା କଲା ଫାଇଜର-ମର୍ଡନା

ନୂଆଦିଲ୍ଲୀ,୨୪।୫: ଦେଶର କେତେକ ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସହ ମୁକାବିଲା ପାଇଁ ଭାକ୍ସିନକୁ ସରକାର ଅସ୍ତ୍ର କରିଛନ୍ତି। ଇତିମଧ୍ୟରେ ଦେଶରେ ଟିକାକରଣ ଲାଗି ଭାକ୍ସିନର ଅଭାବ ଦେଖାଦେଇଛି। ଫଳରେ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ ସିଧାସଳଖ ଟିକା କିଣିବା ପାଇଁ ଯୋଜନା କରିବା ସହ କେତେକ ରାଜ୍ୟ ବିଶ୍ୱସ୍ତରୀୟ ଟେଣ୍ଡର ମଧ୍ୟ ଆହ୍ବାନ କରିଥିଲେ। ତେବେ ରାଜ୍ୟକୁ ଟିକା ଯୋଗାଇବା ପ୍ରସ୍ତାବକୁ ଆମେରିକା ଔଷଧ କମ୍ପାନୀ ମଡର୍ନା ଓ ଫାଇଜର ମନା କରିଦେଇଥିବା ଜଣାପଡ଼ିଛି। ପଞ୍ଜାବ ପରେ ଏବେ ଦିଲ୍ଲୀ ସରକାରଙ୍କୁ ମଧ୍ୟ ମର୍ଡନା ଓ ଫାଇଜର କମ୍ପାନୀ ଟିକା ଯୋଗଇଦେବାକୁ ମନା କରିଦେଇଛି। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି। ବିଭିନ୍ନ ବିଦେଶୀ କମ୍ପାନୀଠାରୁ ଟିକା କିଣିବା ପାଇଁ ଦିଲ୍ଲୀ ସରକାର ଯୋଗାଯୋଗ କରିଥିଲେ। ହେଲେ କମ୍ପାନୀର ନୀତି ଅନୁଯାୟୀ, ଏହା କେବଳ ଭାରତ ସରକାରଙ୍କ ସହ ଟିକା ସମ୍ପର୍କରେ ଡିଲ୍‌ କରାଯିବ। ରାଜ୍ୟ ସରକାରଙ୍କ ସହ ନୁହେଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ଟିକା ଆମଦାନୀ କରାଯାଇ ଶୀଘ୍ର ରାଜ୍ୟକୁ ବଣ୍ଟନ କରାଯାଉ ବୋଲି କେଜରିଓ୍ବାଲ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ପୂର୍ବରୁ ଆମେ ବହୁ ସମୟ ହରାଇ ସାରିଛୁ, ଏବେ ବିଳମ୍ବ କରିବା ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ ବୋଲି କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri