ମାଇକ୍ରୋଓ୍ବେଭ ଚୁଲି

ମାଇକ୍ରୋଓ୍ବେଭ୍‌ ଚୁଲି ଉଦ୍ଭାବନ କରିଥିଲେ ଆମେରିକାର ପ୍ରସିଦ୍ଧ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀ କମ୍ପାନୀ ରୟଥିଅନ୍‌ର ପ୍ରଯୁକ୍ତି ବିଜ୍ଞାନୀ ପରସି ସ୍ପେନ୍‌ସର୍‌। ସେ ରାଡାର ଯନ୍ତ୍ରରେ ବ୍ୟବହାର ହେଉଥିବା ମାଗ୍ନେଟ୍ରନ୍‌ମାନ ତିଆରି କରିବାରେ ଲାଗିଥାନ୍ତି। ଥରେ ସ୍ପେନସର୍‌ ଭୁଲ୍‌କ୍ରମେ ଗୋଟିଏ ମାଗ୍ନେଟ୍ରନ୍‌ରେ ଆବଶ୍ୟକ ଶକ୍ତି ଅପେକ୍ଷା ଅଧିକ ଶକ୍ତି ସମ୍ପନ୍ନ ଟ୍ରାନ୍‌ଜିଷ୍ଟରଟିଏ ଲଗାଇଦେଲେ। କିଛି ସମୟ ପରେ ସେ ତାପ ଅନୁଭବ କଲେ ଏବଂ ତାଙ୍କ ପକେଟରେ ଥିବା ଚକୋଲେଟ୍‌ଟିଏ ତରଳିଯିବାର ଦେଖାଗଲା। ପ୍ରଥମେ ଏକଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ପରେ ସେ ତାଙ୍କର ଭୁଲ୍‌ ବୁଝିପାରିଲେ। ତେବେ ସେଥିରୁ ଲବ୍‌ଧ ଜ୍ଞାନ ବ୍ୟବହାର କରି ସେ ମାଇକ୍ରୋଓ୍ବେଭ ଚୁଲି ଉଦ୍ଭାବନ କଲେ।
ଏ ଚୁଲିରେ ମାଇକ୍ରୋଓ୍ବେଭ ବିକିରଣ ଖାଦ୍ୟ ଅଣୁଗୁଡ଼ିକ ସହିତ ଆନ୍ତଃକ୍ରିୟା ସୃଷ୍ଟି କରେ। ପ୍ରତ୍ୟେକ ତରଙ୍ଗ ଶକ୍ତି ତା’ର ଧ୍ରୁବତାକୁ ପ୍ରତି ତରଙ୍ଗ ଚକ୍ର (ଓଏଭ୍‌ ସାଇନ୍ସ)ରେ ଯୁକ୍ତାତ୍ମକର ବିଯୁକ୍ତାତ୍ମକକୁ ପରିବର୍ତ୍ତିତ ହୋଇଥାଏ। ମାଇକ୍ରୋଓ୍ବେଭ କ୍ଷେତ୍ରରେ ଏହି ଧ୍ରୁବତା ପରିବର୍ତ୍ତନ ପ୍ରତି ସେକେଣ୍ଡରେ ନିୟୁତ ନିୟୁତ ଥର ହୁଏ। ଖାଦ୍ୟ ଅଣୁଗୁଡ଼ିକ, ବିଶେଷକରି ଏଥିରେ ଥିବା ଜଳଅଣୁଗୁଡ଼ିକର ଗୋଟିଏ ଯୁକ୍ତାତ୍ମକ ଏବଂ ଗୋଟିଏ ବିଯୁକ୍ତାତ୍ମକ ମେରୁ ଥାଏ। ତେଣୁ ଏହା ତଦ୍ଦ୍ବାରା ପ୍ରଭାବିତ ହୁଏ।
ରୟଥିଅନ୍‌ କମ୍ପାନୀ ୧୯୪୬ ମସିହାରେ ପ୍ରଥମେ ମାଇକ୍ରୋଓ୍ବେଭ ରନ୍ଧନ ପଦ୍ଧତିକୁ ସ୍ବତ୍ୱାଧିକାରଭୁକ୍ତ କରିଥିଲା ଏବଂ ଏହାଦ୍ୱାରା ନିର୍ମିତ ପ୍ରଥମ ଚୁଲିର ନାମ ଥିଲା ‘ରାଡାରେଞ୍ଜ’। ପ୍ରାୟ ୧.୮ମିଟର ଉଚ୍ଚତା ବିଶିଷ୍ଟ ଏହି ବ୍ୟବସ୍ଥାଟିର ଓଜନ ଥିଲା ୩୪୦ କିଲୋଗ୍ରାମ୍‌। ଏହାକୁ ଜଳ ଦ୍ୱାରା ଶୀତଳ କରାଯାଉଥିଲା ଏବଂ ଏହା ୩୦୦୦ ଓ୍ବାଟ୍‌ ପର୍ଯ୍ୟନ୍ତ ଉତ୍ପନ୍ନ କରୁଥିଲା, ଯାହାକି ବର୍ତ୍ତମାନର ମାଇକ୍ରୋଓ୍ବେଭ ଚୁଲି ଦ୍ୱାରା ଉତ୍ପନ୍ନ ବିକିରଣ ପ୍ରାୟ ୩ ଗୁଣ। ଏହାପରେ ୧୯୬୦ ଦଶକରେ ଲିଟ୍ଟନ ନାମକ ଅନ୍ୟ ଏକ କମ୍ପାନୀ ଏହାର ସ୍ବତ୍ୱାଧିକାର କ୍ରୟ କରି ଆଧୁନିକ ମାଇକ୍ରୋଓ୍ବେଭ ଚୁଲି ସଦୃଶ ବ୍ୟବସ୍ଥାମାନ ତିଆରି ଆରମ୍ଭ କଲା।
ଏବେ ବଜାରରେ ମିଳୁଥିବା ଚୁଲିଗୁଡ଼ିକ ପ୍ରାୟ ୧୦୦୦ ଓ୍ବାଟ୍‌ର ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍‌ ଧାରା ଆବଶ୍ୟକ କରୁଛନ୍ତି। ଅନ୍ୟପକ୍ଷରେ, ଏହାର ଅନେକ ମନ୍ଦଗୁଣ ଥିବାର ମଧ୍ୟ ବୈଜ୍ଞାନିକମାନେ ସୂଚନା ଦେଲେଣି। ଉଦାହରଣ ସ୍ବରୂପ, ଏଥିରେ ଖାଦ୍ୟ ଅଳ୍ପ ସମୟ ପାଇଁ ଗରମ କରାଯାଉଥିବାରୁ ତାହା ଅସମାନ ହୋଇଥାଏ। ଅଧିକାଂଶ ସମୟରେ ଆଗରୁ ରନ୍ଧା ହୋଇଥିବା ଖାଦ୍ୟକୁ ଏଥିରେ ଗରମ କରାଯାଏ। ତହିଁରେ କିଛି ଜୀବାଣୁ ବଢ଼ିପାରିଥାନ୍ତି। ଅସମାନ ଗରମ ସେସବୁ ଗୁଡ଼ିକୁ ମାରି ପାରେ ନାହିଁ। ସେହିପରି ମାଇକ୍ରୋଓ୍ବେଭ ଚୁଲିରେ ତରଳ ପଦାର୍ଥକୁ ଚିକ୍‌କଣ ବାସନରେ ଗରମ କଲେ ତାହା ‘ଅତି ଉତ୍ତପ୍ତ’ (ସୁପର ହିଟ୍‌) ହୋଇପାରେ, ଅର୍ଥାତ୍‌ ତାପମାତ୍ରା ସ୍ପୁଟନାଙ୍କଠାରୁ କିଛି ଅଧିକ ହୋଇଗଲେ ମଧ୍ୟ ତାହା ଫୁଟିବାକୁ ଆରମ୍ଭ କରେ ନାହିଁ। କିନ୍ତୁ ତାହା ସାମାନ୍ୟ ଚହଲିଗଲେ ହଠାତ୍‌ ଖୁବ୍‌ ଜୋରରେ ଫୁଟିବାକୁ ଲାଗେ। ଏଣୁ ସେତେବେଳେ ଆମେ ଯଦି ତାକୁ ଧରିଥାଉ, ହାତକୁ କ୍ଷତି ପହଞ୍ଚେ। ପୁନଶ୍ଚ ମାଇକ୍ରୋଓ୍ବେଭ୍‌ ଚୁଲିରେ ଗରମ କଲାବେଳେ ପାତ୍ରରେ ଧାତବ କିମ୍ବା ଚାମଚ ଆଦି ଥିଲେ ତାହା ଆଣ୍ଟେନା ଭଳି କାମ କରେ ଏବଂ ବେଳେବେଳେ ଜଳିଉଠେ।
କ୍ରମାଗତ ଦୀର୍ଘଦିନ ଧରି ମାଇକ୍ରୋଓ୍ବେଭରେ ପ୍ରକ୍ରିୟାକରଣ ହେଉଥିବା ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର ତନ୍ତୁଗୁଡିକ ଅଣ-ଧ୍ରୁବୀକରଣ (ଡି-ପୋଲାରାଇଜିଂ) ଏବଂ ଅଣ-ଚୁମ୍ବକୀୟ (ଡି. ମାଗ୍ନେଟାଇଜିଂ) କରିଦିଏ। ଫଳରେ ମସ୍ତିଷ୍କକୁ କ୍ଷତି ପହଞ୍ଚେ ବୋଲି କୁହାଯାଉଛି। ପଦାର୍ଥଗୁଡିକର ଚୟାପୟନ (ମେଟାବୋଲାଇଜେସନ୍‌) କରିପାରେ ନାହିଁ। ବୈଜ୍ଞାନିକମାନେ ଦାବି କଲେଣି ଯେ ଏହା ଆମ ତଥାକଥିତ ‘ମାଇକ୍ରୋଓ୍ବେଭ ଅସୁସ୍ଥତା’ର କାରଣ ହେବାର ସମ୍ଭାବନା ରହିଛି। ଏହାର ପ୍ରଥମ ସୂଚନା ହେଲା ନିମ୍ନ ରକ୍ତଚାପ ଏବଂ ମନ୍ଥର ହୃତ୍‌ସ୍ପନ୍ଦନ। ପରବର୍ତ୍ତୀ ଅବସ୍ଥାରେ ସମଦର୍ଦ (ସିମ୍ପାଥେଟିକ୍‌) ସ୍ନାୟୁବ୍ୟବସ୍ଥାର ବହୁକାଳିକ ଉଦ୍ଦୀପନା, ଉଚ୍ଚ ରକ୍ତଚାପ, ମୁଣ୍ଡବ୍ୟଥା, ଚକ୍ଷୁ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ଚିଡିଚିଡା ସ୍ବଭାବ, ଦୁଶ୍ଚିନ୍ତା, ପାକସ୍ଥଳୀରେ ଯନ୍ତ୍ରଣା, ଅମନଯୋଗିତା, କେଶ କ୍ଷୟ, ପ୍ରଜଜନ ସମସ୍ୟା ଏବଂ କର୍କଟରୋଗର ମଧ୍ୟ ଏହା କାରଣ ହୋଇପାରେ। ପୁନଶ୍ଚ କୁହାଯାଉଛି ଯେ, ଶିଶୁଖାଦ୍ୟକୁ ମାଇକ୍ରୋଓ୍ବେଭ କରାଗଲା ପରେ ସେଥିରେ ଥିବା ଆମିନୋଅମ୍ଲ ଏବଂ ମେଦାୟ ମଧ୍ୟରୁ ଅନେକ ତାଙ୍କର ପ୍ରାକୃତିକ ଗୁଣ ହରାନ୍ତି ଏବଂ ବେଳେବେଳେ ତହିଁରୁ କେତେକ ବିଷାକ୍ତ ମଧ୍ୟ ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ମାଇକ୍ରୋଓ୍ବେଭ ଚୁଲି ଆମର ଏକ ‘ଅତ୍ୟାବଶ୍ୟକ ହାନୀକାରୀ’ରେ ପରିଣତ ହୋଇଛି। ଏଣୁ ଏହାକୁ ପରିତ୍ୟାଗ କରିବା ସମ୍ଭବପର ନୁହେଁ। ଏପରିସ୍ଥଳେ ମାଇକ୍ରୋଓ୍ବେଭ ଚୁଲି ବ୍ୟବହାର କଲାବେଳେ କେତେକ ପ୍ରତିକାର ପଦକ୍ଷେପ ନିର୍ଦ୍ଧାରଣ କରାଯାଇଛି। ସେଗୁଡିକ ମଧ୍ୟରୁ ମୁଖ୍ୟଗୁଡିକ ହେଲା-
-ଖାଦ୍ୟ ପଦାର୍ଥକୁ ସମାନ ସମାନ ଛୋଟ ଛୋଟ ଖଣ୍ଡ କରି କାଟିଲେ ତାହା ଭଲ ରାନ୍ଧି ହୁଏ। ଏଥିରେ ମାଇକ୍ରୋଓ୍ବେଭ ସମାନ ଭାବେ ବାଣ୍ଟିହୋଇ ପ୍ରବେଶ କରେ। ଖାଦ୍ୟ ଥିବା ପାତ୍ରଟିକୁ ଅଣଧାତବ ପଦାର୍ଥ ନିର୍ମିତ ଢାଙ୍କୁଣୀରେ ଢ଼ାଙ୍କି ରାନ୍ଧିଲେ ତାହା ସମାନ ଭାବେ ରାନ୍ଧି ହୁଏ ଏବଂ ଜୀବାଣୁମାନେ ନଷ୍ଟ ହୋଇଯାଆନ୍ତି।
-ଏହା ଟେକା ଏବଂ ଗୋଲ ଆକାରର ହେଲେ ତାହାର ଚାରିଆଡେ ତାପମାତ୍ରା ସମାନ ଭାବେ ବିଛେଇ ହୋଇ ରହେ। ରାନ୍ଧିବା ଭିତରେ ଖାଦ୍ୟକୁ ଅନ୍ତତଃ ଥରେ ଘାଣ୍ଟିବା ଦରକାର। ନଚେତ୍‌ ତାହାକୁ ଚୁଲି ଭିତରୁ କାଢ଼ିବା ଆଗରୁ କିଛି ସମୟ ରଖିବା ଭଲ। ଏହା ତାପମାତ୍ରାର ସୁଷମ ବଣ୍ଟନରେ ସହାୟକ ହୁଏ।
-ଯେଉଁ ଖାଦ୍ୟକୁ ଯେତିକି ସମୟ ରାନ୍ଧିବାକୁ ସୁପାରିସ କରାଯାଇଛି ତାକୁ ସେତିକି ସମୟ ରାନ୍ଧିବା ଉଚିତ।
-ତରଳ ଖାଦ୍ୟ ରାନ୍ଧିଲେ ମାଇକ୍ରୋଓ୍ବେଭରେ ବନ୍ଦ ରଖି ମଝିରେ ମଝିରେ ତାକୁ ଘାଣ୍ଟ। ଚୁଲିଟି କିଣିଲାବେଳେ ସେଥିସହିତ ଦିଆଯାଇଥିବା ମାର୍ଗଦର୍ଶିକାଟି ଭଲ ଭାବେ ପଢ଼ ଏବଂ ସେହି ଅନୁସାରେ ତାହା ବ୍ୟବହାର କର।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ
୧୨୪/୨୪୪୫
ଖଣ୍ଡଗିରି ବିହାର
ଭୁବନେଶ୍ୱର-୩୦
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?