ସରୁନି ପିଏଫ୍‌ ଆଞ୍ଚଳିକ କାର୍ଯ୍ୟାଳୟ କାମ

କେନ୍ଦୁଝର,୨୮ା୩ (ସ୍ବ.ପ୍ର.): ଦୀର୍ଘ ବର୍ଷ ହେଲା କେନ୍ଦୁଝର କର୍ମଚାରୀ ଭବିଷ୍ୟନିଧି ସଂଗଠନ କ୍ଷେତ୍ରୀୟ କାର୍ଯ୍ୟାଳୟ ଭଡ଼ା ଘରେ ଚାଲି ଆସୁଛି। ଏହାର ନିଜସ୍ବ ନୂତନ ବିଲ୍ଡିଂ ଘୁଟୁରୁଠାରେ ନିର୍ମାଣ ହୋଇଥିଲେ ହେଁ ଅଫିସ ସ୍ଥାନାନ୍ତରଣ ହେଉ ନ ଥିବାରୁ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ କୋଠା କାମରେ ଲାଗିପାରୁନାହିଁ। ଫଳରେ ଇତିମଧ୍ୟରେ ଭଡ଼ା ବାବଦକୁ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ମାସକୁ ୧ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ସ୍ଥାନାନ୍ତର ହୋଇପାରୁ ନ ଥିବା ବିଭାଗ ପକ୍ଷରୁ କୁହାଯାଉଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ଏବଂ ମୟୂରଭଞ୍ଜ ଜିଲାକୁ ନେଇ କେନ୍ଦୁଝରଠାରେ ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟାଳୟ ୨୦୦୬ ଅକ୍ଟୋବର ୧୭ରୁ ପ୍ରତିଷ୍ଠା ହୋଇଥିଲା। ଏହା କେନ୍ଦୁଝର ପବିତ୍ରଡ଼ିହା ମୌଜାର କରଞ୍ଜିଆ ବସ୍‌ଷ୍ଟାଣ୍ଡ ନିକଟରେ ମାସିକ ୧ଲକ୍ଷ ଟଙ୍କା ଦେୟ ଭଡ଼ା ଘରେ ଚାଲିଆସୁଛି। ତେବେ ଭଡ଼ା ବାବଦକୁ ଖର୍ଚ୍ଚ ରୋକିବା ପାଇଁ ଘୁଟୁରୁଠାରେ କ୍ଷେତ୍ରୀୟ କାର୍ଯ୍ୟାଳୟର ନିଜସ୍ବ ଗୃହ ନିର୍ମାଣ କାମ ଚାଲିଛି। ତେବେ ବିଭିନ୍ନ ଆଳରେ କାମ ସରି ନ ଥିବା ଦର୍ଶାଇ ସ୍ଥାନାନ୍ତରଣ କରାଯାଉ ନ ଥିବାରୁ ଭଡ଼ା ବାବଦକୁ ଅଯଥାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କେଉଁ କାରଣରୁ ସ୍ଥାନାନ୍ତରଣ ହୋଇପାରୁନାହିଁ। ସରକାରୀ ରାଜସ୍ବହାନୀ ପଛରେ କିଏ ଦାୟୀ, ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ନେତା ମହେଶ୍ୱର ରାଉତ ଦାବି କରିଛନ୍ତି। ଅସ୍ଥାୟୀ ଭାବେ ଭଡ଼ା ଘରେ କାମ କରିବା ପାଇଁ ସଠିକ୍‌ ପରିବେଶ ନଥିବାବେଳେ ଆସୁଥିବା ପିଏଫ୍‌ ଉପଭୋକ୍ତମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ କିମ୍ବା ସୁବିଧା ନଥିବା, ପାର୍କିଂ ସ୍ଥାନ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋଠାର ନିର୍ମାଣ ଆରମ୍ଭ, ଶେଷ ଏବଂ ବ୍ୟୟ ଅଟକଳ ଏବଂ କାର୍ଯ୍ୟ କରୁଥିବା ସଂସ୍ଥା ନାମର ସୂଚନା ଫଳକ ନ ଥିବାରୁ ଲୋକମାନେ ଅନ୍ଧାରରେ ରହିଛନ୍ତି।
ତେବେ ନିର୍ମାଣ ଅବଧି ସରିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠାରେ ସମସ୍ତ ସୁବିଧା ରହିଥିବାବେଳେ କାହିଁକି ସ୍ଥାନାନ୍ତରଣ କରାଯାଉନାହିଁ ତାହା ସନ୍ଦେହ ଘେରରେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?