ପେଭର ବ୍ଲକ ବଢ଼ାଉଛି ଉତ୍ତାପ

କେନ୍ଦୁଝର, ୨୫।୪ (ସ୍ବ.ପ୍ର.): ଥଣ୍ଡା ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା କେନ୍ଦୁଝର ଜିଲାରେ ଗତ କିଛି ବର୍ଷ ହେଲା ବ୍ୟାପକ ଜଙ୍ଗଲ କ୍ଷୟ ଓ ବହୁ ମାତ୍ରାରେ କଙ୍କ୍ରିଟ ଜଙ୍ଗଲ ସୃଷ୍ଟି ଯୋଗୁ ଏହାର ପୁରୁଣା ଗୌରବ ହ୍ରାସ ପାଇବାକୁ ବସିଛି। ଚଳିତ ବର୍ଷ ଜିଲାରେ ଗରମ ପୂର୍ବ ବର୍ଷ ଅପେକ୍ଷା ଅଧିକ ଅନୁଭୂତ ହେଉଛି। ମାର୍ଚ୍ଚ ମାସରୁ ଗରମ ଅନୁଭୂତ ହେଉଥିବା ବେଳେ ଗତ କିଛି ଦିନ ହେଲା କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରି ଟପିଯାଇ ୪୧ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଗରମ ଯୋଗୁ ଦିନ ବେଳା ଲୋକ ମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।
ଗଛ କଟା ଯାଇ ରାସ୍ତା, ସ୍କୁଲ, ଘରବାଡି ଆଦି ନିର୍ମାଣ କରାଯାଉଥିବାବେଳେ ସହରରେ ବୃକ୍ଷରୋପଣ କରାଯାଉ ନ ଥିବାରୁ ଛାଇ ଟିକେ ପାଇଁ ଲୋକମାନଙ୍କୁ ଏଣେତେଣେ ବୁଲିବାକୁ ପଡୁଛି। ବହୁ ସଂଖ୍ୟାରେ କୋଠାବାଡି ନିର୍ମାଣ ଯୋଗୁ ରାତିରେ ଏସବୁରୁ ବିକିରଣ ହେଉଥିବା ଉତ୍ତାପ ରାତିରେ ମଧ୍ୟ ବାୟୁମଣ୍ଡଳକୁ ଗରମ କରିଦେଉଥିବାରୁ ଲୋକେ ଗରମରେ ଶୋଇ ପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଏବେ ଚାଲିଥିବା ପେଭର ବ୍ଲକ ବ୍ୟବହାର କରି ରାସ୍ତା ନିର୍ମାଣ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଛି ବୋଲି ମତପ୍ରକାଶ ପାଉଛି।
ପ୍ରକାଶ ଯେ, ଗତ ଦୁଇ ବର୍ଷ ହେଲା କେନ୍ଦୁଝର ସହରର ବିଭିନ୍ନ ଓ୍ବାର୍ଡର ରାସ୍ତାଘାଟ, ପୋଖରୀ ଆଦିର ଉନ୍ନତିକରଣ ବହୁ ମାତ୍ରାରେ ପେଭର ବ୍ଲକ ବିଛାଇ କରାଯାଉଥିବାରୁ ଖରାରେ ଏବୁ ତାତି ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଛି। ମାଟି ଉପରେ ବାଲି ବା କ୍ରସର ଗୁଣ୍ଡ ବିଛାଇ ପେଭର ବିଛାଯାଉଛି ା ସୂର୍ଯ୍ୟତାପ ମାଟିରେ ପଡ଼ି ପାରୁ ନ ଥିବାବେଳେ ପେଭର ବ୍ଲକରେ ପଡୁଛି ା ଫଳରେ ସେସବୁ ତାତି ଯାଉଥିବାରୁ ଚାରିଆଡେ ଗରମ ପରିବେଶ ସୃଷ୍ଟି କରୁଛି ବୋଲି ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି। ଏସବୁରୁ ଗରମ ଉତ୍ତାପ ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିଦେଉଥିବା ବେଳେ ରାତିରେ ସେଥିରୁ ଗରମ ଉତ୍ତାପ ବିକିରଣ ହୋଇଥାଏ। ବୃକ୍ଷରୋପଣ ହେଉ ନ ଥିବାରୁ ଛାଇ ମିଳୁନାହିଁ ା ଏଣୁ ଏନେଇ ପ୍ରତିକାର କରିବା ପାଇଁ ଦାବି ହେଉଛି। ରାସ୍ତାକଡ଼ରେ ବୃକ୍ଷରୋପଣ ପରେ ପେଭର ବ୍ଲକ ଲଗାଗଲେ ଏହା ଉପରେ ସିଧାସଳଖ ସୂର୍ଯ୍ୟତାପ ପଡିବ ନାହିଁ। ଫଳରେ ପେଭର ବ୍ଲକ ତାତିବ ନାହିଁ ଏବଂ ରାସ୍ତା ଉନ୍ନତି ହୋଇପାରିବ ବୋଲି ବରିଷ୍ଠ ନାଗରିକ ବିଭୂତି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?