ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଫୋରେନ୍‌ସିକ ଲାବ୍‌କୁ ଗଲା ସିସିଟିଭି ହାର୍ଡ ଡିକ୍ସ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ରାଜଭବନ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାକୁ ଆଜିକୁ ୮ ଦିନ ବିତିଲାଣି। ଏଯାବତ୍‌ ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ବିଷୟରେ ପୋଲିସ କିଛିବି ସୂଚନା ଦେଉ ନାହିଁ। ସୀମାଞ୍ଚଳଙ୍କ ପରିବାର ଲୋକେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଘଟଣା ପରଦିନ ଏକ ସାଦା କାଗଜରେ ପରିବାର ଲୋକଙ୍କ ଦସ୍ତଖତ ନେଇ ପୋଲିସ ବସି ପଡ଼ିଛି। ସୀମାଞ୍ଚଳ ଜୀବିତ କି ମୃତ ସେନେଇ ସ୍ପଷ୍ଟ କରୁନାହାନ୍ତି। ଏପରି କି ଡିଏନ୍‌ଏ ପରୀକ୍ଷା ପାଇଁ ତାଙ୍କ ବାପା କିମ୍ବା ମା’ଙ୍କ ନମୁନା ନେଉ ନାହାନ୍ତି। ପରିବାର ଲୋକେ ଫୋନ୍‌ କଲେ ପୋଲିସ ବୁଝାଇ ଦେଇ ଫୋନ୍‌ କାଟି ଦେଉଥିବା ସୀମାଞ୍ଚଳଙ୍କ ସମ୍ପକୀୟ ଦୁର୍ଗା ପ୍ରସାଦ ଜେନା କହିଛନ୍ତି। ପୋଲିସ ଅଭିଯୋଗ ନେଉ ନ ଥିବାରୁ ସୀମାଞ୍ଚଳଙ୍କ ମା’ ବୁଧବାର ସିପିଙ୍କୁ ଭେଟିବାକୁ ଆସିବେ। ଏଥିସହ ଆଇଓସିଏଲ୍‌ ଅଧିକାରୀଙ୍କୁ ମଧ୍ୟ ଭେଟିବେ। ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ପରିବାର ଲୋକେ ସିପି ଏବଂ ଆଇଓସିଏଲ୍‌ ଅଫିସ ଆଗରେ ଧାରଣାରେ ବସିବେ ବୋଲି ଦୁର୍ଗା କହିଛନ୍ତି।
ଅନ୍ୟପକ୍ଷରେ ପେଟ୍ରୋଲ ଟାଙ୍କିରେ ଲାଗିଥିବା ସିସିଟିଭି ଫୁଟେଜର ହାର୍ଡ ଡିକ୍ସକୁ ପୋଲିସ ମଙ୍ଗଳବାର ରାଜ୍ୟ ଫୋରେନ୍‌ସିକ ଲାବ୍‌କୁ ପଠାଇଛି। ବିସ୍ଫୋରଣ ସମୟରେ ଫୁଟେଜରେ ଉତ୍ତୋଳିତ ହୋଇଥିବା ଭିଡିିଓ ଠିକ୍‌ ଅଛି କି ନାହିଁ, ଏଥିରେ କୌଣସି ପ୍ରକାର ଏଡିଟ୍‌ କରାଯାଇଛି କି , ବିସ୍ଫୋରଣ ସମୟ ଅନୁସାରେ ଫୁଟେଜରେ ଉତ୍ତୋଳନ ହୋଇଥିବା ଛବି ମଧ୍ୟରେ ସାମଞ୍ଜସ୍ୟ ରହିଛି କି ନାହିଁ ସେନେଇ ଫୋରେନ୍‌ସିକ୍‌ ଲାବ୍‌ ଅଧିକାରୀମାନେ ରିପୋର୍ଟ ଦେବେ। ପୋଲିସ ଏହି ରିପୋର୍ଟ ପାଇବା ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବ। ଅପରପକ୍ଷରେ ଏହି ମାମଲାକୁ ଚାପି ଦେବାକୁ ପାଇଁ ଉପରସ୍ତରରେ ଏକ ଯୋଜନା ହୋଇଥିବା ଅଭିଯୋଗ ହେଉଛି। କାରଣ ଉକ୍ତ ପେଟ୍ରୋଲ ଟାଙ୍କିର କାଗଜପତ୍ର ଠିକ୍‌ ଥିଲା କି ନାହିଁ ସେନେଇ ଆଇଓସିଏଲ ପକ୍ଷରୁ କିଛିବି କୁହାଯାଉନାହିଁ। ଏପରିକି ଆଇଓସିଏଲ ପକ୍ଷରୁ ପେଟ୍ରୋଲ ପମ୍ପକୁ ନିୟମିତ ଭାବେ ଯାଞ୍ଚ କରାଯାଉଥିଲା କି ନାହିଁ ତାକୁ ନେଇ ଏବେ ଭିନ୍ନ ପ୍ରଶ୍ନ ଉଠୁଛି। ଏତେ ବଡ଼ ବିସ୍ଫୋରଣ ଘଟିଥିଲେ ମଧ୍ୟ ଆଇଓସିଏଲ୍‌ର ଅଧିକାରୀ ଏନେଇ କିଛି ପ୍ରତିକ୍ରିୟା ଦେଉନାହାନ୍ତି। କେବଳ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରି ଆଇଓସିଏଲ ବସିପଡ଼ିଥିବା ଅଭିଯୋଗ ହେଉଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ସିସିଟିଭି ଫୁଟେଜର ହାର୍ଡ ଡିକ୍ସ ଫୋରେନ୍‌ସିକ ଲାବକୁ ପଠାଯାଇଛି। ଏହାସହ ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ଥୁଆମୂଳ ରାମପୁରରେ ରାସନ ଚାଉଳ ଓଜନରେ ହେରଫେର୍: ଏମ୍‌ଆଇଙ୍କ ତଦନ୍ତ ପରେ ମେସିନ୍ ବନ୍ଦ, ବଳକା ଚାଉଳ ଯାଉଛି କୁଆଡ଼େ?

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri