ପେଶାୱର ବୋମା ବିସ୍ଫୋରଣ: ପୋଲିସ ପୋଷାକରେ ଆସିଥିଲେ ଆକ୍ରମଣକାରୀ

ଇସଲାମାବାଦ,୨ ।୨ : ପାକିସ୍ତାନର ପେଶାୱରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ଆକ୍ରମଣକାରୀ ପୋଲିସ ପୋଷାକରେ ମସଦିଜ ଭିତରକୁ ଯାଇଥିଲେ । ନମାଜ ସମୟରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡାଇଦେବା ସହ ଏଥିରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି ଓ ୨୦୦ରୁ ଅଧିକ ଆହତଙ୍କର ଚିକିତ୍ସା ଚାଲିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପୋଲିସ ରହିଛନ୍ତି । ପାକିସ୍ତାନର ଖେବର ପଖତୁନଖ୍ୱାର ପୋଲିସ ମୁଖ୍ୟ ମୋଅଜ୍ଜମ ଜାହ ଅଂସାରୀ ଗୁରୁବାର କହିଛନ୍ତି, ଆକ୍ରମଣକାରୀ ଆତ୍ମଘାତୀ ଥିଲେ ଓ ଏକ ସିସିଟିଭି ଫୁଟେଜରୁ ଜଣାପଡିଛି କି ସେ ପୋଲିସ ପୋଷାକ ପିନ୍ଧିବା ସହ ମାସ୍କ ଓ ହେଲମେଟ ପିନ୍ଧିଥିଲେ ।
ପୋଲିସ ମୁଖ୍ୟ କହିଛନ୍ତି ଆକ୍ରମଣକାରୀଙ୍କ ମୁଣ୍ଡ ଜବତ କରାଯାଇଛି । ଏହାସହ ଏକ ବଲ ବିୟରିଂଗ ବି ଜବତ କରାଯାଇଛି, ଯାହା ସୁଇାଇଡ ଜ୍ୟାକେଟରେ ବ୍ୟବହାର କରାଯାଇଥାଏ । ପୋଲିସ କହିଛି ଆକ୍ରମଣକାରୀ ଯେଉଁ ମୋଟର ସାଇକେଲରେ ଆସିଥିଲେ ସେ ସମ୍ପର୍କରେ ମଧ୍ୟ ସୂଚନା ମିଳି ସାରିଛି । ପୋଲିସର ସୂଚନା ଅନୁଯାୟୀ, ବିସ୍ଫୋରଣ ପାଇଁ ୧୦-୧୨ କିଲୋ ଟିଏନଟି ବ୍ୟବହାର କରାଯାଇଥିଲା, ଫଳରେ ବିସ୍ଫୋରଣ ଏତେ ଯୋରରେ ହୋଇଥିଲା । ଏଥିରେ ମସଜିଦର ଛାତ ଓ ପାଚିରି ଭାଙ୍ଗି ଯାଇଥିଲା । ଫଳରେ ମୃତକଙ୍କ ସଂଖ୍ୟା ବଢିଯାଇଛି ।
ପେଶାୱର ବୋମା ବିସ୍ଫୋରଣକୁ ନେଇ ମୁସଲିମ ଲିଗ ନୱାଜର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପୂର୍ବତନ ଆଇଏସଆଇ ଚିଫ ଜେନରାଲ ଫୈଜ ହାମିଦଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାସହ ତାଙ୍କୁ ପେଶାୱାର ଆକ୍ରମଣ ପାଇଁ ଦାୟୀ କରିଛନ୍ତି । ମରିୟମ ନୱାଜ କହିଛନ୍ତି ଇମ୍ରାନ ଖାଁଙ୍କ ଅତି ନିକଟତର ଥିଲେ ଜେନରାଲ ଫୈଜ ହାମିଦ, ସେ ପେଶାୱରରେ ଆର୍ମି କମାଣ୍ଡ ଭାବେ ନିଯୁକ୍ତ ଥିଲେ ଓ ସେ ହିଁ ଆତଙ୍କବାଦୀଙ୍କ ପାଇଁ ରାସ୍ତା ଖୋଲି ଦେଇଛନ୍ତି । ମରିୟମ କହିଛନ୍ତି ସେ ଇମ୍ରାନଙ୍କ ଆଖି, ହାତ ଓ କାନ ଥିଲେ, ଯଦି ସେ ପାକିସ୍ତାନର ହାତ, କାନ ଓ ଆଖି ହୋଇଥାଆନ୍ତେ ତେବେ ପରିସ୍ଥିତି ଅଲଗା ହୋଇଥାଆନ୍ତା ।


Enter your email to get our daily news in your inbox.

All Right Reserved By Dharitri.Com

ତିଆରି ହେଲା କୃତ୍ରିମ ରକ୍ତ: ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦିଆଯାଇ ପାରିବ

ଟୋକିଓ,୨।୧୦: ବୈଜ୍ଞାନିକମାନେ କୃତ୍ରିମ ରକ୍ତ ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଜାପାନର ଟୋକୋରଜାଓ୍ବାସ୍ଥିତ ନ୍ୟାସନାଲ୍‌ ଡିଫେନ୍ସ୍‌ ମେଡିକାଲ କଲେଜର ବୈଜ୍ଞାନିକମାନେ ଗବେଷଣାଗାରରେ ଏଭଳି ରକ୍ତ ତିଆରି...

ମୂଲ୍ୟବାନ ଉଲ୍‌କା ପିଣ୍ଡ ପାଇଥିବା ଯୁବକଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଜାକର୍ତ୍ତା,୨୩।୧୧: ଉଲ୍‌କା ପିଣ୍ଡ ପାଇ ରାତାରାତି କୋଟିପତି ହୋଇଥିବା ଜଣେ ଯୁବକଙ୍କ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଉଲ୍‌କା ପିଣ୍ଡ ପାଇ ସେ କୌଣସି...

ଜୀବନ ଯୁଦ୍ଧରେ ହାରିଗଲେ କରୋନା ସହ ଲଢୁଥିବା ୪୫ ଡାକ୍ତର

ରୋମ,୨୮।୩: କରୋନା ମହାମାରୀ ଏବେ ଇଟାଲୀରେ କାୟା ବିସ୍ତାର କରିଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଇଟାଲୀରେ ଏବେ ମୃତକଙ୍କ...

ରୁଷିଆର ୪ ଯୁଦ୍ଧବିମାନ ଘଉଡ଼ାଇଲା ଆମେରିକା

ଓ୍ବାଶିଂଟନ,୧୬ା୨: ଆଲାସ୍କା ନିକଟରେ ୩ଟି ରୁଷୀୟ ଯୁଦ୍ଧବିମାନକୁ ଆମେରିକୀୟ ବାୟୁସେନା କାବୁ କରିବା ପରେ ଘଉଡ଼ାଇଦେଇଛି। ଗତ ୧୩ ତାରିଖରେ ରୁଷୀୟ ଏୟାରକ୍ରାଫ୍ଟଗୁଡ଼ିକୁ ଗୋଡ଼ାଇ ଗୋଡ଼ାଇ...

ଟ୍ରମ୍ପ୍‌ଙ୍କୁ ଝଟ୍‌କା: ବାଇଡ଼େନଙ୍କ ବିରୋଧରେ ଦାଖଲ ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ଓ୍ବାଶିଂଟନ,୯।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରି ଆସୁଛନ୍ତି। ଏହି ମର୍ମରେ ପେନସିଲଭାନିଆରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ...

ମୋବାଇଲ ଲକ୍‌ ଖୋଲିବାକୁ ଏହି ମଡେଲଙ୍କ ଆଙ୍ଗୁଠି କାଟିନେଲେ ଦୁର୍ବୃତ୍ତ

ମସ୍କୋ,୨୮ା୧୦: ରୁଷିଆର ଜଣେ ମହିଳା ବୈଜ୍ଞାନିକ ତଥା ମଡେଲଙ୍କ ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାରୀ ମଡେଲଙ୍କ ମୋବାଇଲରୁ ଲକ୍‌ ଖୋଲିବାକୁ...

ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭେଟିଲେ ମୋଦି. ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ସକାଳୁ ସେ ଆମେରିକାର ଉପରାଷ୍ଟ୍ରପତି...

ୟୁକ୍ରେନ ସୀମାରୁ ରୁଷିଆ ଗୁପ୍ତଚର ଗିରଫ

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହୋଇଥିବା ବେଳେ କୌଣସି...

Advertisement
Archives

Model This Week