ବ୍ୟକ୍ତିତ୍ୱର ଆକର୍ଷଣ

ମୀରା ବେଉରା

 

କେତେ ଘାତ ପ୍ରତିଘାତ ପଥ ଦେଇ ସାଧାରଣ ମଣିଷଟିଏ ଗୋଟିଏ ସଂଘର୍ଷପୂର୍ଣ୍ଣ ଜୀବନ ଜିଇଁବା ପରେ ତା’ର ପରିଚୟ ତିଆରି କରିଥାଏ। ସାଧାରଣତଃ ସମସ୍ତଙ୍କର ଧାରଣା ଯେ ପୋଷାକ ଆମ ସମସ୍ତଙ୍କର ପରିଚୟ। ବେଳେ ବେଳେ ଦେଖାଯାଏ ପୋଷାକ ବା ପଦପଦବୀ ମଣିଷକୁ ତା’ର ପ୍ରକୃତ ପରିଚୟ ଦିଏ ନାହିଁ। କେବଳ ବାହ୍ୟ ପୋଷାକ ପରିଚ୍ଛଦକୁ ବଦଳାଇ କେହି କେବେ ବଡ଼ମଣିଷ ବା ଉଦାର ମଣିଷ ହୋଇଯାଏ ନାହିଁ। ତା’ର ଆନ୍ତରିକ ବ୍ୟବହାର, ଚାଲିଚଳନ ତାକୁ ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ ଦିଏ। ଯଦି ଦେଖିବା ସମାଜରେ ଏମିତି ଅନେକ ମଣିଷ ଅଛନ୍ତି ଯେଉଁମାନେ ଉପରେ ଯଦିଓ ଶୋଭନୀୟ ଗେରୁଆ ପୋଷାକ ପିନ୍ଧି, ଚନ୍ଦନ ତିଳକ ମଥାରେ ଲଗାଇ ମୁହଁରେ ବେଦମନ୍ତ୍ର ଉଚ୍ଚାରଣ କରନ୍ତି; ଭିତରେ କିନ୍ତୁ ସାଧାରଣ ମଣିଷର ଅସହାୟ ମାନସିକତା ପଣିଆକୁ ଅତି ନିଷ୍ଠୁର ଭାବେ ଲୁଟିବାକୁ ପଛାନ୍ତି ନାହିଁ। ସେହିଥିପାଇଁ କବିସୂର୍ଯ୍ୟ ବଳଦେବ ରଥ ଲେଖିଥିଲେ, ‘ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକର କି ହୋଇବ ଗାଈ’ । ଖନା ବଚନରେ ମଧ୍ୟ ଉଲ୍ଲେଖ ରହିଛି, ‘ମଧୁର ବଚନ ତିଳକ ସରୁ, ଏସବୁ ଅଟନ୍ତି ଠକଙ୍କ ଗୁରୁ’ ।
ଆମ ଭିତରେ ଏମିତି ଲୋକ ଅଛନ୍ତି ଦେଖିବାକୁ ସୁନ୍ଦର ନ ହେଲେ ବି ନିଜର ଆକର୍ଷଣୀୟ ଗୁଣ ବ୍ୟବହାର ଦ୍ୱାରା ସେମାନେ ସମସ୍ତଙ୍କୁ ଆପଣାର କରି ଇତିହାସରେ ଅମର ହୋଇଛନ୍ତି। ବେଳେ ବେଳେ ଏମିତି ବି ଦେଖାଯାଏ ଅନେକ ସୁନ୍ଦର ମଣିଷ ନିଜର କୁତ୍ସିତ ବ୍ୟବହାର ଦ୍ୱାରା ଅନ୍ୟ ଉପରେ ଅହଂକାରଜନିତ ଅଧିକାର ଜାହିରକରି ଅନ୍ୟକୁ ବାରମ୍ବାର ଅପମାନ ଦେଇ ପଦପଦବୀର ଗର୍ବରେ ନିଜକୁ ଅସୁନ୍ଦର ଓ କୁତ୍ସିତ କରି ଦେଇଥାନ୍ତି। ଇତିହାସ, ପୁରାଣରେ ଆମେ ଦେଖିବାକୁ ପାଇଥାଉ ଯେ ରାବଣ, କଂସ, ଦୁର୍ଯ୍ୟୋଧନ ଯଦିଓ ରାଜା ହୋଇ ହୀରାଲୀଳା ଖଚିତ ରାଜପୋଷାକ ପରିଧାନ କରିଥିଲେ, ତେବେ ଅହଂକାରପୂର୍ଣ୍ଣ ବ୍ୟକ୍ତିତ୍ୱ ହିଁ ତାଙ୍କ ପତନର କାରଣ ହୋଇଥିଲା। କିନ୍ତୁ ପ୍ରଭୁ ରାମଚନ୍ଦ୍ର ବନବାସୀ ହୋଇଥିଲେ ମଧ୍ୟ ତାଙ୍କର ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ସେଦିନ ବଣରେ ଋଷିମୁନିମାନଙ୍କୁ ଆକର୍ଷିତ କରିଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ, ମଦର ଟେରେସା, ଗୋପବନ୍ଧୁ, ରମାଦେବୀ ନିଜର ଅସାଧାରଣ ବ୍ୟକ୍ତିତ୍ୱ ଦ୍ୱାରା ସମଗ୍ର ବିଶ୍ୱକୁ ଚମକାଇ ଦେଇଥିଲେ। ଥରେ ଗାନ୍ଧିଜୀ ଜଣେ ଇଂରେଜ ଶାସକଙ୍କ ପାଖରୁ ନିମନ୍ତ୍ରଣ ପାଇ ତାଙ୍କ ନିକଟକୁ ଧୋତି ପିନ୍ଧି ଯାଇଥିଲେ। କିନ୍ତୁ ଦ୍ୱାରପାଳ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଲା ନାହିଁ। ଏହାପରେ ଗାନ୍ଧିଜୀ ନିଜର କୋଟ୍‌, ସୁଟ୍‌ ଓ ଟାଇକୁ ଅତି ସୁନ୍ଦର ଭାବରେ ଭାଙ୍ଗି ସେହି ଲାଟ୍‌ ସାହେବଙ୍କ ନିକଟକୁ ପଠାଇ ଦେଇଥିଲେ। ପରେ ଯେତେବେଳେ ଲାଟ୍‌ ସାହେବ ସବୁ ଜାଣିଲେ, ସେତେବେଳେ ସେ ଖୁବ୍‌ ଲଜ୍ଜିତ ହୋଇ ଗାନ୍ଧିଜୀଙ୍କୁ ସମ୍ମାନର ସହ ପାଛୋଟି ନେଇଥିଲେ। ସେଦିନ ଗାନ୍ଧୀ ପ୍ରମାଣକରି ଦେଇଥିଲେ ଯେ ଶୁଦ୍ଧ ଆଚରଣ, ବ୍ୟବହାର, ଅନ୍ତରର ସୁନ୍ଦରତା, ସତ୍ୟ, ଅହିଂସା, ପ୍ରେମ, ସ୍ନେହ, ସାଧାରଣ ମଣିଷଟିକୁ ମଧ୍ୟ ବିରାଟ ବ୍ୟକ୍ତିତ୍ୱରେ ପରିଣତ କରିଦେଇଥାଏ।
ସେହିଭଳି ଅବର୍ଣ୍ଣନୀୟ ବ୍ୟକ୍ତିତ୍ୱ ଥିଲେ ଗୋରା କଳା ଭେଦଭାବର ଉଚ୍ଛେଦକାରୀ ଆମେରିକାର ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍‌ ଓ ରୁଜ୍‌ ଭେଲ୍‌ଟ। ଥରେ ଲିଙ୍କନ୍‌ ଜାହାଜରେ ଯାତ୍ରା କରିବାକୁ ଯାଇ ଦେଖିଲେ ଯେ ସମଗ୍ର ଜାହାଜଟି ଯାତ୍ରୀରେ ପରିପୂର୍ଣ୍ଣ। ଶୋଇବାକୁ ଜାଗାଟିଏ ନାହିଁ। ତେଣୁ ସେ ଷ୍ଟୋର ରୁମ୍‌ରେ ଲୁଗାଟିଏ ବିଛାଇ ଓ ତକିଆ କରି ଶୋଇପଡ଼ିଲେ। ଏହା ଦେଖି ବହୁ ଲୋକ ସେଦିନ ଲିଙ୍କନ୍‌ଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ। ଏହାର କାରଣ ଥିଲା ଲିଙ୍କନ୍‌ଙ୍କର ଭଲ ପାଇବା ଏବଂ ବଦାନ୍ୟତା। ନିଜ ଉପରେ ଯାହାଙ୍କର ଯେତେ ବେଶି ଆଧିପତ୍ୟ, କର୍ତ୍ତବ୍ୟର ଆହ୍ବାନରେ ସର୍ବାଗ୍ରେ ଯିଏ ବିପଦ ସମ୍ମୁଖରେ ଠିଆହେବାରେ ଅଭ୍ୟସ୍ତ, ଯିଏ ଯେତେ ଉଦାର, ନିଃସ୍ବାର୍ଥ, ସେବା ପରାୟଣ, ନିର୍ଭୀକ; ବାସ୍ତବରେ ସେ ସେତିକି ସୁନ୍ଦର ଭାବରେ ଅନ୍ୟମାନଙ୍କୁ ଅନୁପ୍ରାଣିତ ଓ ଆକର୍ଷିତ କରିବାରେ ସମର୍ଥ ହୋଇପାରିଥାନ୍ତି- ଯାହାକୁ ସେଦିନ ଲିଙ୍କନ୍‌ ପ୍ରମାଣ କରିଦେଇଥିଲେ। ଏଭଳି ବ୍ୟକ୍ତିମାନଙ୍କର ନା ଥାଏ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା; ନା ଥାଏ ଅପର୍ଯ୍ୟାପ୍ତ ଧନସମ୍ପତ୍ତି; ଅଧିକନ୍ତୁ ରହିଥାଏ କେବଳ ଗୋଟିଏ ସୁନ୍ଦର ବ୍ୟକ୍ତିତ୍ୱ। ସେହି ବ୍ୟକ୍ତିତ୍ୱ ବଳରେ ନିଜର ଦକ୍ଷତାନୁଯାୟୀ ସେମାନେ ସବୁବେଳେ ସଫଳତାର ପର୍ବତ ଆରୋହଣ କରିବାକୁ କ୍ଷମ ହୋଇଥାନ୍ତି।
ରଘୁନାଥ ଜୀଉ ମହାବିଦ୍ୟାଳୟ
ଦେଉଳ ସାହି, କଟକ
ମୋ- ୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?