ବ୍ୟକ୍ତି ସ୍ୱାଧୀନତାର ବିରୋଧୀ

ଜେଲରେ ଥିବା ଉମର ଖାଲିଦ୍‌ଙ୍କ ପାଖକୁ କିଛି ସପ୍ତାହ ପୂର୍ବରୁ ମୁଁ ଲେଖିଥିବା ଏକ ଚିଠିକୁ ନିମ୍ନରେ ଦର୍ଶାଉଛି। ‘ପ୍ରିୟ ଉମର, ଏହି ସମୟରେ ଏବଂ ଏହା ପୂର୍ବରୁ ନିଜକୁ ଯେଭଳି ଆପଣ ପରିଚାଳନା କରିଛନ୍ତି ସେଥିପାଇଁ ଯେ କେହି ଆପଣକୁ ପ୍ରଶଂସା କରିବା ସହ ସମ୍ମାନ ଦେବ। ଆପଣଙ୍କର ନିର୍ଯାତନା ହେଉଛି ତଥାକଥିତ ‘ନ୍ୟୁ ଇଣ୍ଡିଆ’ ବା ନୂତନ ଭାରତର ଏକ ପ୍ରତୀକ। ପ୍ରତୀକାତ୍ମକ ଏଥିପାଇଁ କୁହାଯାଉଛି ଯେ, ଅନେକେ ଆପଣଙ୍କ ବିଷୟରେ ଗଭୀର ଅନୁଭବ କରୁଛନ୍ତି। ଆପଣଙ୍କ ମୁକ୍ତି ପାଇଁ ଦାବିରେ ଅନେକ ଅପମାନଜନକ, ନିର୍ଯାତନା ଏବଂ ଅନେକ ସମୟରେ ଖରାପ ମନ୍ତବ୍ୟ ସାମ୍ନାକୁ ଆସୁଛି। ଏହା ସତ୍ୟ। ତଥାପି ସମ୍ଭବତଃ ଅଧିକ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଏକତା ଏବଂ ବୁଝାମଣା ପାଇଁ ଚେଷ୍ଟା କରୁଛନ୍ତି। ଏହା ଏକ ଅନୌପଚାରିକ କଥା ଯାହା ପ୍ରାୟତଃ ଯଥେଷ୍ଟ ଏବଂ କ୍ରମାଗତ ଭାବରେ ଘଟିଚାଲିଛି। ଅନେକେ ଆପଣଙ୍କ ସହ ଥିଲେ ଓ ଏବେ ବି ଅଛନ୍ତି। ଆପଣଙ୍କ ପରିବାର ସହିତ, ଆମେ ଆପଣଙ୍କ ମାମଲା ଏବଂ ଏହାର ଶୁଣାଣିକୁ ଅନୁସରଣ କରିଛୁ ଏବଂ କିପରି ଏସବୁ ଘଟିଛି ତାକୁ ନେଇ ଦୃଢ଼ ଆବେଗ ଅନୁଭବ କରିଛୁ। ଆପଣଙ୍କ ପ୍ରତିରୋଧକାରୀ ଟିମ୍‌ର ଗୁଣବତ୍ତା ଅତୁଳନୀୟ ଏବଂ ନ୍ୟାୟିକ ରେକର୍ଡ ଚମତ୍କାର ଥିଲା। ସମ୍ଭବତଃ ଏହା ଏମିତି ଏକ ସ୍ଥତି ଯାହା ଲାଗି ରହିପାରେ। ଆଗାମୀ ୧୦ ମାସ ଆମ ସମସ୍ତଙ୍କ ପାଇଁ, ବିଶେଷକରି ରାଜନୈତିକ ବନ୍ଦୀମାନଙ୍କ ପାଇଁ କିଭଳି ପ୍ରକଟ ହେବ ତାହାକୁ ନେଇ ମୁଁ ଅଧିକ ଆଗ୍ରହୀ ହୋଇପଡ଼ିଛି। -ମୋର ଶୁଭେଚ୍ଛା ଏବଂ ସ୍ନେହ।
ମୁଁ ଖାଲିଦ୍‌ଙ୍କୁ କିଛି ବର୍ଷ ହେବ ଜାଣିଛି ଏବଂ ସେ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଦ୍ୱାରା ଆୟୋଜିତ କେତୋଟି ସଭାକୁ ଆସିଛନ୍ତି। ଜଣେ ଯାହା ସେହି ତୁଳନାରେ ତାଙ୍କୁ ଉଭୟ ସରକାର ଏବଂ ବ୍ୟବସ୍ଥା ଓ ଗଣମାଧ୍ୟମ ଦ୍ୱାରା ଅଧିକ ଦୁର୍ବଳ ଓ ଭୟଭୀତ କରିଦିଆଯାଇଛି। କିଛି ସପ୍ତାହ ପୂର୍ବରୁ ଆମ୍ନେଷ୍ଟି ଇଣ୍ଡିଆ ଟୁଇଟ୍‌ କରି କହିଛି ଯେ, ଉମର ଖାଲିଦ୍‌ ବିନା ବିଚାରରେ ୧୦୦୦ ଦିନ ଧରି ଜେଲରେ ଅଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ନିଜର ମତ ପ୍ରକାଶ କରିବା ପାଇଁ ତାଙ୍କୁ ଭାରତର ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଗିରଫ କରାଯାଇଥିଲା। ତାଙ୍କୁ ତୁରନ୍ତ ଏବଂ ବିନା ସର୍ତ୍ତରେ ମୁକ୍ତ କରାଯିବା ଆବଶ୍ୟକ। ଏହା କେତେଜଣଙ୍କୁ ଏତେ ଅସନ୍ତୁଷ୍ଟ କରିଥିଲା ଯେ ସେମାନେ ଟୁଇଟ୍‌କୁ ହଟାଇବାକୁ କହିବା ସହ ଟୁଇଟରରେ ଅଭିଯୋଗ କରିଥିଲେ। କିନ୍ତୁ ଏହା ହୋଇ ନ ଥିଲା। ସମ୍ପୂର୍ଣ୍ଣ ଅଧ୍ୟାୟ ଦର୍ଶାଇଛି ଯେ, ଯାହାଙ୍କ ବିରୋଧରେ କଟୁ ମନ୍ତବ୍ୟ ଦିଆଯାଇଛି ତାଙ୍କ ବିଷୟରେ ଲୋକେ କମ୍‌ ଜାଣନ୍ତି ଏବଂ ଯାହା ବି ଜାଣନ୍ତି ତାହା ମିଥ୍ୟା। ତାଙ୍କର ବନ୍ଧୁ ଓ ସହକର୍ମୀ ଏବଂ ଆମମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କୁ ଜାଣିଛନ୍ତି, ସେମାନେ ସେହି ପ୍ରକୃତ ମଣିଷ ବିଷୟରେ କହିବାକୁ ଚେଷ୍ଟା କରିଛନ୍ତି। ଦି ଓ୍ବୟାରରେ ପ୍ରଫେସର ନନ୍ଦିନୀ ସୁନ୍ଦର ତାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେତେବେଳେ ଉମର ଖାଲିଦ୍‌ଙ୍କ ପରି ଜଣେ ମୁସଲମାନ ସୀମା ଅତିକ୍ରମ କରେ ସେତେବେଳେ ଆତଙ୍କ ଖେଳିଯାଏ। କିନ୍ତୁ ଜଣେ ଯୁବ ମୁସଲମାନ ଯିଏ ଟୋପି ପିନ୍ଧନ୍ତି ନାହିଁ, ଯିଏ ନାସ୍ତିକ, ଯିଏ ଜେଏନ୍‌ୟୁରୁ ଇତିହାସରେ ସିଂହଭୂମ ଆଦିବାସୀଙ୍କ ଉପରେ ପିଏଚ୍‌.ଡି. କରିଛନ୍ତି, ତାଙ୍କୁ ଆର୍‌ଏସ୍‌ଏସ୍‌ ସୃଷ୍ଟି କରିବାକୁ ଚାହୁଁଥିବା ଏକ ପୃଥକ୍‌ ଦୁନିଆରେ ଜଣେ ନିୟମ ବିରୋଧୀ ଭାବେ ଦେଖାଯାଏ। ତା’ପରେ ତାଙ୍କୁ ଜଣେ ହିଂସାତ୍ମକ, ଜାତୀୟ ବିରୋଧୀ ତଥା ଭାରତର ମୁଖ୍ୟସ୍ରୋତ ପ୍ରତି ବିପଦ ବୋଲି ବିବେଚନା କରାଯାଉଛି। ସେ ଦେଶ ପାଇଁ ଏତେ ବିପଜ୍ଜନକ ଯେ, ବିନା ଜାମିନରେ ୩ ବର୍ଷ ହେଲା ଜେଲରେ ଅଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଥିବାବେଳେ ଉତ୍ତେଜନାମୂଳକ ବିବୃତି ଦେଇଥିବାରୁ ସେପ୍ଟେମ୍ବର ୨୦୧୯ରେ ଦିଲ୍ଲୀ ପୋଲିସ ଉମରଙ୍କୁ ଗିରଫ କରିଥିଲା। ସେ ଏବେଯାଏ ଜେଲରେ ଅଛନ୍ତି, କାରଣ ନରେନ୍ଦ୍ର ମୋଦି ସରକାର ତାଙ୍କ ଜାମିନକୁ ବିରୋଧ କରି ଆସୁଛନ୍ତି।
ଅନେକ ସମୟରେ ଭାଜପା ଆଇନ ଗଢ଼ି ବିରୋଧୀ ଓ ଅସନ୍ତୁଷ୍ଟ(ବିଶେଷକରି ମୁସଲମାନ)ଙ୍କୁ ଜେଲରେ ରଖୁଛି। ୧୯୫୪ରେ ଦଳ(ଜନସଂଘ) କହିଥିଲା ଯେ ଏହା ସମ୍ବିଧାନର ପ୍ରଥମ ସଂଶୋଧନକୁ ପ୍ରତ୍ୟାହାର କରିବ ଯାହା ‘ଯୁକ୍ତିଯୁକ୍ତ ପ୍ରତିବନ୍ଧକ’ ଲଗାଇ ବାକ୍‌ ସ୍ବାଧୀନତାକୁ ବନ୍ଦକରି ଦେଇଛି। ଅବଶ୍ୟ ୧୯୫୪ ପରେ ପ୍ରଥମ ସଂଶୋଧନକୁ ରଦ୍ଦ କରାଯିବା ଏବଂ ବାକ୍‌, ସଙ୍ଗଠନ ଏବଂ ସମାବେଶ ସ୍ବାଧୀନତା ଭାରତୀୟଙ୍କୁ ଫେରାଇ ଦିଆଯିବାର ଦାବି ଜନସଂଘର ଇସ୍ତାହାରରୁ ଅଦୃଶ୍ୟ ହୋଇଗଲା। କୌତୂହଳର ବିଷୟ, ଜନସଂଘ ମଧ୍ୟ ବ୍ୟକ୍ତି ସ୍ବାଧୀନତାର ସମ୍ପୂର୍ଣ୍ଣ ବିରୋଧୀ ପ୍ରିଭେନ୍‌ସନ ଡିଟେନସନ ଲ (ଅଭିଯୋଗ ଲଗାଇ ବିଚାର ପୂର୍ବରୁ ଅଟକ ରଖିବା)କୁ ପ୍ରତ୍ୟାହାର କରିବ ବୋଲି କହିଥିଲା। ଏଭଳି ପ୍ରତିଶ୍ରୁତି ୧୯୫୦ ଦଶକରେ ବାରମ୍ବାର ଦିଆଯାଇଥିଲା। ତେବେ ୧୯୬୭ ସୁଦ୍ଧା କୁହାଗଲା ଯେ ଦେଶର ଶତ୍ରୁଙ୍କ ସମର୍ଥନକାରୀ ଏବଂ ବ୍ୟବସ୍ଥରେ ବ୍ୟାଘାତକାରୀ ତତ୍ତ୍ୱମାନଙ୍କୁ ମୌଳିକ ଅଧିକାରର ଶୋଷଣ ପାଇଁ ଅନୁମତି ନ ଦେବା ପାଇଁ ପଦକ୍ଷେପ ନିଆଯିବ। କିନ୍ତୁ ସମୟକ୍ରମେ ଜନସଂଘ ଏବଂ ଭାଜପା ପ୍ରିଭେନ୍‌ସନ ଡିଟେନସନର ସବୁଠାରୁ ଉତ୍ସାହୀ ହୋଇଗଲା। ଯେତେବେଳେ ଏହା ଦଶନ୍ଧି ଧରି ବିରୋଧୀ ଦଳରେ ଥିଲା, ସେତେବେଳେ ବି ଏହି ସମାନ ଆଇନକୁ ବିରୋଧ କରିଥିଲା। ୧୯୫୪ ମସିହାରେ, ଜନ ସଙ୍ଗଠନ ଭାବରେ ଏହା ପ୍ରଥମ ସଂଶୋଧନକୁ ରଦ୍ଦ କରିବାକୁ ଏବଂ ଭାରତୀୟଙ୍କ ନିକଟରେ ବାକ୍‌, ସଙ୍ଗଠନ ଏବଂ ସମାବେଶ ସ୍ବାଧୀନତା ଫେରାଇ ଆଣିବାକୁ ଦାବିକଲା ଭଳି ଭାଜପା ଏହା ମଧ୍ୟ କହିଥିଲା ଯେ, ପ୍ରିଭେନ୍‌ସନ ଡିଟେନସନ ଆଇନ (ଯେପରିକି ୟୁଏପିଏ)କୁ ପ୍ରତ୍ୟାହାର କରିବ, ଯାହା ବ୍ୟକ୍ତିଗତ ସ୍ବାଧୀନତାର ସମ୍ପୂର୍ଣ୍ଣ ବିରୋଧୀ। ତେବେ ୧୯୬୭ ସୁଦ୍ଧା, ଏହା ତା’ ଦୃଷ୍ଟିକୋଣକୁ ବଦଳାଇଦେଲା ଓ ଆଜିର ଦିନରେ ବ୍ୟକ୍ତି ସ୍ବାଧୀନତାର ବିରୋଧୀ ପାଲଟିଯାଇଛି, ବିଶେଷକରି ଉମର ଖାଲିଦ୍‌ଙ୍କ ସ୍ବାଧୀନତାର ବିରୋଧୀ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri