ରାତି ୮ରୁ ୧୦ ଫୁଟିବ ବାଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀକୁ ସହରବାସୀ ବଡ଼ ଧୁମ୍‌ଧାମ୍‌ର ସହ ପାଳନ କରିବାକୁ ଚାହିଁ ବସିଛନ୍ତି। ଏଥର ବାଣ ଫୁଟାଇବାକୁ ଅନୁମତି ଥିବାରୁ ଆତସବାଜିରେ ପ୍ରକମ୍ପିତ ହେବ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର। ତେବେ ଦୀପାବଳୀକୁ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ପାଳନ କରିବାକୁ କମିଶନରେଟ ପୋଲିସ ପ୍ରସ୍ତୁତ ରହିଥିବାବେଳେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଗୁରୁବାର ୧୯ଟି ଗାଇଡ୍‌ଲାଇନ୍‌ ଜାରି କରିଛି। ବାଣ ବିକ୍ରି କରୁଥିବା ଦୋକାନୀ ଓ ଲୋକମାନେ ନିୟମ ମାନିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ଦୀପାବଳୀର ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି। ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ ଏବଂ କୋର୍ଟ ଆଦି ନିଷିଦ୍ଧାଞ୍ଚଳରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ବାଣ ଦୋକାନଗୁଡ଼ିକ ପରସ୍ପରଠାରୁ ଅତି କମ୍‌ରେ ତିନି ମିଟର ଦୂରତା ପାଳନ କରିବେ। ଦୋକାନଗୁଡ଼ିକ ପରସ୍ପରର ସମ୍ମୁଖୀନ ନ ହେବା ସହ ଦୋକାନର ଚଟାଣ କ୍ଷେତ୍ର ୧୦-୧୨ବର୍ଗ ମଧ୍ୟରେ ସୀମିତ ରହିବ। ଦୋକାନଠାରୁ ୫୦ ମିଟର ମଧ୍ୟରେ ବାଣ ଫୁଟାଯାଇ ପାରିବ ନାହିଁ। ତେଲରେ ଜଳୁଥିବା ଦୀପ, ଗ୍ୟାସ୍‌ ଲ୍ୟାମ୍ପ, ମହମବତୀ କିମ୍ବା ଖୋଲା ଆଲୋକ ବ୍ୟବହାର କରାଯିବ ନାହିଁ। ଗୋଟିଏ କ୍ଲଷ୍ଟରରେ ୫୦ରୁ ଅଧିକ ଦୋକାନକୁ ଅନୁମତି ଦିଆଯିବ ନାହିଁ। ଦୋକାନଗୁଡ଼ିକରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର, ସୁବିଧା ଆଦି ବ୍ୟବସ୍ଥା ରଖାଯିବ। ଦୋକାନୀମାନେ କମ୍‌ ପ୍ରଦୂଷିତ ହେଉଥିବା ସବୁଜ ବାଣଗୁଡିକ ବିକ୍ରି କରିପାରିବେ। ଲୋକମାନେ ଲାଇସେନ୍ସପ୍ରାପ୍ତ ଦୋକାନରୁ ବାଣ କିଣିବେ। ବାଣଗୁଡ଼ିକ ୧୨୫ ଡେସିବିଲ୍‌ ଶବ୍ଦ ମଧ୍ୟରେ ରହିବ। ଦୋକାନୀମାନେ ବିଦେଶୀ ବାଣ ବିକ୍ରି କରିପାରିବେ ନାହିଁ। ଅନ୍‌ଲାଇନ୍‌ ବାଣ ବିକ୍ରିକୁ ବାରଣ କରାଯାଇଛି। ଏସବୁ ନିୟମକୁ ଉଲ୍ଲଂଘନ କଲେ ଆଇନ୍‌ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri