ଓଡ଼ିଆ ଅନର୍ସ ପାଇଁ ଅନୁମତି ମିଳିଲା ନାହିଁ

ବରୀ,୧୪ା୫(ମହେନ୍ଦ୍ର ସ୍ବାଇଁ: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଓଡ଼ିଆ ପାଠ୍ୟକ୍ରମରେ ଅନର୍ସ ନାହିଁ। ପାସ୍‌ ଓ ସମ୍ମାନ ଶ୍ରେଣୀରେ ଓଡ଼ିଆ ବିଷୟ ନ ଥିବାରୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ଓଡ଼ିଆ ସାହିତି୍ୟକ ତଥା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ନାମିତ ଏହି ଡିଗ୍ରୀ କଲେଜରେ ଓଡ଼ିଆ ଅନର୍ସ ପାଠ୍ୟକ୍ରମ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ହେଲେ ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଉକ୍ତ କଲେଜରେ ଶିକ୍ଷାଦାନ କରାଯାଉଥିବା ସମସ୍ତ ବିଷୟ ଅନର୍ସରେ ରୁପାନ୍ତରିତ ହୋଇଥିବା ବେଳେ ଅର୍ଥନୀତି ଓ ଇତିହାସ ବିଭାଗରେ ୧୬ଟି ଲେଖାଏଁ ଅନର୍ସ ସିଟ୍‌ ରହିଥିଲା। ଗତ ଶିକ୍ଷାବର୍ଷରେ ବିଜ୍ଞାନ ବିଭାଗରେ କେତେକ ବିଷୟରେ ୬ଟି ଲେଖାଏ ସିଟ୍‌ ଅନର୍ସ ପାଇଁ ଅନୁମତି ମିଳିଥିଲା । ହେଲେ ଓଡ଼ିଆ ଅନର୍ସ ପାଇଁ ଅନୁମତି ମିଳିନାହିଁ। ଚଳିତ ଶିକ୍ଷା ବର୍ଷରେ ଅର୍ଥନୀତି ବିଭାଗରେ ୪୮ଟି ଅନର୍ସ ସିଟ୍‌ ପାଇଁ ଅନୁମତି ମିଳିଥିବା ବେଳେ ଶିକ୍ଷାରେ ୪୯, ଇଂଲିଶ ୩୨,ଇତିହାସରେ ୪୮, ରାଜନୀତି ବିଜ୍ଞାନରେ ୪୮, ସଂସ୍କୃତରେ ୩୨, ବଟାନିରେ ୬୪, ଜୁଲୋଜିରେ ୬୪, ବାଣିଜ୍ୟରେ ୪୮, କେମେଷ୍ଟ୍ରିରେ ୪୮, ଗଣିତରେ ୩୨, ଫିଜିକ୍ସରେ ୪୮ ଟି ଲେଖାଏ ଅନର୍ସ ସିଟ୍‌ ରେ ନାମ ଲେଖାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି। ତେବେ ଜଣେ ଓଡିଆ କବିଙ୍କ ସ୍ମୃତିରେ ପ୍ରତିଷ୍ଠା ହୋଇଥିବା ଏହି କଲେଜର ଓଡ଼ିଆ ବିଭାଗ ନାହିଁ କହିଲେ ଚଳେ । ଚଳିତ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରମାନେ ନାମ ଲେଖା ପୂର୍ବରୁ ଏ ସଂକ୍ରାନ୍ତରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି। ନଚେତ୍‌ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଭିଭାବକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri