Posted inଖେଳ

‘ଅଙ୍କଲ ପର୍ସି’ଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିବନି

କଲମ୍ବୋ, ୩୧ା୧୦ ଶ୍ରୀଲଙ୍କା କ୍ରିକେଟ ଦଳର ଜଣେ ଦୃଢ ସମର୍ଥକ ଭାବେ ପରିଚିତ ପର୍ସି ଆବେସେକରାଙ୍କ ପରଲୋକ ଘଟିଛି। ବିଶ୍ୱବ୍ୟାପୀ ଯେଉଁ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଖେଳିଥାଏ ତାଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ। ଦେଶର ଜାତୀୟ ପତାକା ହଲାଇ ସେ ତାଙ୍କ ଖେଳାଳିମାନଙ୍କୁ ଉତ୍ସାହିତ କରିଥାନ୍ତି। ସେ ‘ଅଙ୍କଲ ପର୍ସି’ ନାମରେ ପରିଚିତ ଥିଲେ। ୧୯୭୯ ବିଶ୍ୱକପ୍‌ ପରଠାରୁ ପ୍ରାୟ ସମସ୍ତ ପ୍ରମୁଖ କ୍ରିକେଟ ଇଭେଣ୍ଟଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳିଥାଏ। ସେ ଅସୁସ୍ଥ ଥିବା ହେତୁ ଭାରତରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ ଦେଖିବା ଲାଗି ସେ କେବଳ ଆସି ପାରି ନ ଥିଲେ। ଶ୍ରୀଲଙ୍କାର ଅର୍ଜୁନ ରଣାତୁଙ୍ଗା, ସନଥ ଜୟସୁରିୟା ଓ କୁମାର ସଙ୍ଗକାରାଙ୍କ ଭଳି ବହୁ ଅଗଣୀ କ୍ରିକେଟରଙ୍କ ସହିତ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ଥିଲା। ଆବେସେକରା ଭାରତୀୟ କ୍ରିକେଟର ଏମ୍‌ଏସ୍‌ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କ ସହ ମଧ୍ୟ ସୁସମ୍ପର୍କ ରଖିଥିଲେ। ନିକଟରେ ଏସିଆ କପ୍‌ ବେଳେ ରୋହିତ କଲମ୍ବୋସ୍ଥିତ ଆବେସେକରାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ୨୦୧୫ରେ ଶ୍ରୀଲଙ୍କାରେ ଆବେସେକରାଙ୍କ ସହ ବାର୍ତ୍ତାଳାପ କରିବା ଲାଗି କୋହଲି ତାଙ୍କୁ ଭାରତୀୟ ଡ୍ରେସିଂ ରୁମ୍‌କୁ ଡକାଇଥିଲେ। ତେବେ ଆବେସେକରା ବର୍ଷେ ହେଲା ଅସୁସ୍ଥ ଥିଲେ। ତାଙ୍କ ଡାକ୍ତରୀ ଖର୍ଚ୍ଚ ପାଇଁ ଶ୍ରୀଲଙ୍କା କ୍ରିକେଟ ନିକଟରେ ୫ ନିୟୁତ ଶ୍ରୀଲଙ୍କା ମୁଦ୍ରା ସହାୟତା ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri