ରୁଷିଆଠାରୁ ପ୍ରତି ସେ.ମି. ଭୂମି ଫେରାଇ ଆଣିବୁ

କିଭ୍‌,୭ା୯: ୟୁକ୍ରେନ୍‌ର ନୂଆ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ୍‌ ଉମେରାଭ୍‌ ବୁଧବାର ରୁଷୀୟ ସୈନ୍ୟଙ୍କ ନିୟନ୍ତ୍ରଣରେ ଥିବା ନିଜ ଭୂଖଣ୍ଡକୁ ପୁନଃ ଦଖଲ କରିବେ ବୋଲି ଶପଥ ନେଇଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି, ଆମ ଦେଶର ପ୍ରତି ସେଣ୍ଟିମିଟର ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଣନା କରି ୟୁକ୍ରେନ୍‌ର ବିଜୟ ପାଇଁ ମୁଁ ସବୁ ସମ୍ଭବ ଓ ଅସମ୍ଭବ କାର୍ଯ୍ୟ କରିବି। ୟୁକ୍ରେନୀୟ ସହରଗୁଡ଼ିକୁ ସ୍ବାଭାବିକ ଓ ସମ୍ମାନଜନକ ଜୀବନ ଫେରାଇ ଅଣାଯିବ, ଯାହାକି ଦୁର୍ଭାଗ୍ୟବଶତଃ ସାମୟିକ ଭାବେ ରୁଷିଆ ଦଖଲରେ ରହିଛି। ନୂଆ ଦାୟିତ୍ୱ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ ମନ୍ତବ୍ୟ। ଏହା ପୂର୍ବରୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରୁସ୍ତମ୍‌ଙ୍କ ନାମ ଘୋଷଣା କରିବା ପରେ ଦେଶର ପାର୍ଲାମେଣ୍ଟ ତାଙ୍କୁ ନୂଅ ପ୍ରତିରକ୍ଷାମନ୍ତ୍ରୀ ଭାବେ ଅନୁମୋଦନ କରିଥିଲା।

୩୬୦ ଆଇନପ୍ରଣେତାଙ୍କ ମଧ୍ୟରୁ ୩୩୮ ଜଣ ୪୧ ବର୍ଷୀୟ ରୁସ୍ତମ୍‌ଙ୍କ ସପକ୍ଷରେ ଭୋଟ ଦେଇଥିଲେ। ତୁର୍କୀ ବଂଶୋଦ୍ଭବ ତଥା କ୍ରିମିଆର ତତାର ମୁସଲମାନ ସମ୍ପ୍ରଦାୟର ରୁସ୍ତମଙ୍କ ଜନ୍ମ ଉଜ୍‌ବେକିସ୍ତାନର ସମରକନ୍ଦରେ ହୋଇଥିଲା। ୨୦୨୨ ସେପ୍ଟେମ୍ବରରେ ସେ ଏମ୍‌ପି ଥିବାବେଳେ ଷ୍ଟେଟ୍‌ ପ୍ରପର୍ଟି ଫଣ୍ଡ୍‌ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ରୁସ୍ତମ୍‌ଙ୍କ ମୂଲଚାଲ ଦକ୍ଷତା ଓ ଅନର୍ଗଳ ଇଂଲିଶ ତାଙ୍କୁ ପାଶ୍ଚାତ୍ୟରୁ ନିଜ ଦେଶ ପାଇଁ ସାମରିକ ସହାୟତା ଆଣିବାରେ ବେଶ୍‌ ସହାୟକ ହୋଇଥିଲା। ଗତ ମାର୍ଚ୍ଚରେ ମସ୍କୋ ସହ ସନ୍ଧି ଉଦ୍ୟମ କରିଥିବା ଟିମ୍‌ରେ ମଧ୍ୟ ସେ ସଦସ୍ୟ ଥିଲେ। ଆଲୋଚନା ବିଫଳ ହେବା ପରେ କ୍ରେମ୍‌ଲିନ୍‌ ରୁସ୍ତମ୍‌ଙ୍କୁ ଆମେରିକାର ଜଣେ ଗୁପ୍ତଚର ଆଖ୍ୟା ଦେଇଥିଲା।

ପ୍ରକାଶ ଯେ, ୨୦୨୨ ଫେବୃୟାରୀ ୨୪ରେ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯିବାର ୩ ମାସ ପୂର୍ବରୁ ରାଷ୍ଟ୍ରପତି ଜେଲେନ୍‌ସ୍କି ଓଲେକ୍ସି ରେଜ୍‌ନିକୋଭ୍‌ଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଥିଲେ। କିନ୍ତୁ ଦେଢ଼ବର୍ଷ ଭିତରେ ବିଦାୟୀ ପ୍ରତିରକ୍ଷାମନ୍ତ୍ରୀ ଓଲେକ୍ସି ରେଜ୍‌ନିକୋଭ୍‌ଙ୍କ ବିରୋଧରେ ସୈନ୍ୟଙ୍କ ପାଇଁ ୨,୩୩,୦୦୦ ଓ୍ବିଣ୍ଟର ଜାକେଟ କିଣା ଦୁର୍ନୀତି ଅଭିଯୋଗ ଆସିବାରୁ ସେ ବିବାଦୀୟ ହୋଇପଡ଼ିଥିଲେ। ତେଣୁ ତାଙ୍କ ସ୍ଥାନରେ ରୁସ୍ତମ୍‌ଙ୍କୁ ଅବସ୍ଥାପିତ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?