କରୋନାର ତୃତୀୟ ଲହର ପାଇଁ ଦାୟୀ ରହିବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧୦ ।୭: ଯଦି ଦେଶରେ କରୋନାର ତୃତୀୟ ଲହର ଆସିବ ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦାୟୀ କରାଯାଇପାରେ । ଆଇଏଏନ୍‌ଏସ୍‌-ସି-ଭୋଟର-ସର୍ଭେ ଅନୁସାରେ ୫୭ ପ୍ରତିଶତ ଲୋକଙ୍କ ମତ ହେଉଛି ସାଧାରଣ ଜନତା କରୋନା ନିୟମ ପାଳନ କରୁ ନ ଥିବାରୁ ତୃତୀୟ ଲହର ଆସିବାର ଆଶଙ୍କା ବୃଦ୍ଧି ପାଉଛି । ବାକି ୩୪ ପ୍ରତିଶତ ଲୋକଙ୍କ ମତ ହେଉଛି ତୃତୀୟ ଲହର ପାଇଁ ସରକାର ଦାୟୀ ରହିବେ । ଅନ୍ୟପଟେ ଟିକାକରଣକୁ ନେଇ ସାଧାରଣ ଜନତା ଚିନ୍ତା ପ୍ରକଟ କରିଛନ୍ତି । ୪୭ ପ୍ରତିଶତ ଲୋକ କୁହନ୍ତି ଟିକା ଏପର୍ଯ୍ୟନ୍ତ ସୁବିଧାରେ ମିଳିପାରୁ ନାହିଁ । ଏଥିପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଆଉ ୪୨ ପ୍ରତିଶତ ଲୋକ କହିଛନ୍ତି ଟିକା ସୁବିଧାରେ ମିଳି ଯାଉଛି । ଆହୁରି ମଧ୍ୟ ଅଭିଯୋଗ ରହିଛି ଯେ ସରକାର ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଇ ପାରୁ ନାହାନ୍ତି । ତେଣୁ ସାଧାରଣ ଜନତା ସଚେତନ ହୋଇ କରୋନା ନିୟମ ପାଳନ କଲେ ହୁଏତ ତୃତୀୟ ଲହର ଆସି ନ ପାରେ । ଆଉ ଯଦି ବି ଆସିବ ତାହା ଏତେ ଭୟଙ୍କର ହୋଇ ନ ପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରର ପୁଅ ଘରକୁ ଫେରିଲେ: ମମତା

କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ...

ପିତାଙ୍କ ପରେ କରୋନାକୁ ହରାଇଲେ ପୁଅ

ଗାଜିଆବାଦ,୨୦।୩: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବା ବେଳେ ଏଥିରେ...

ଭାଜପା ବିଜ୍ଞାପନରେ କେବଳ ମୋଦି, ନୀତିଶ ଗାଏବ୍‌

ପାଟନା, ୨୬।୧୦: ଆସନ୍ତା ଅକ୍ଟୋବର ୨୮ରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। କିନ୍ତୁ ଏହାର ଠିକ ପୂର୍ବରୁ ଭାଜପା ଖବରକାଗଜରେ ଏକ...

ସୋନିଆ ଗାନ୍ଧୀ କାହିଁକି ହୋଇ ପାରିବେନି ପ୍ରଧାନମନ୍ତ୍ରୀ୍‌, ରାମଦାସଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୯: କେନ୍ଦ୍ରୀୟ ମନ୍ତ୍ରୀ ତଥା ଆର୍‌ପିଆଇ ନେତା ରାମଦାସ ଉଠାଓ୍ବଲେ ସୋନିଆ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ...

ବିଧାୟକଙ୍କ ସହ କ୍ରିକେଟ ଖେଳିଲେ ୟେଦୁରପ୍ପା

ବେଙ୍ଗାଲୁରୁ, ୧୭ା୭ : କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାବେଳେ ପ୍ରଦେଶ ଭାଜପା ମୁଖ୍ୟ ବି.ଏସ୍‌. ୟେଦୁରପ୍ପା ଦଳର ବିଧାୟକଙ୍କ ସହିତ ମିଶି ମଙ୍ଗଳବାର ବେଙ୍ଗାଲୁରୁରେ...

ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ: ୭୩ ବର୍ଷ ତଳେ ପାକିସ୍ତାନ କରିଥିଲା ଆକ୍ରମଣ

ଶ୍ରୀନଗର, ୨୨।୧୦: ଗୁରୁବାର ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ କରାଯାଉଛି। ୭୩ ବର୍ଷ ତଳେ ୧୯୪୭ ଅକ୍ଟୋବର ୨୨ରେ ପାକିସ୍ତାନ ସୈନ୍ୟ କବାୟଲିଙ୍କ ସହିତ ମିଳିତ...

ପୃଥିବୀରୁ ଶେଷ ହୋଇ ନ ପାରେ କରୋନା ମହାମାରୀ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୪।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢୁଛି। ଏପରିସ୍ଥଳେ...

୪ ବର୍ଷ ପରେ ଜେଲ୍‌ରୁ ଘରକୁ ଫେରିଲେ ଶଶିକଳା

ବେଙ୍ଗାଲୁରୁ, ୨୭।୧: ତାମିଲନାଡୁର ଏଆଇଏଡିଏମ୍‌କେର ପୂର୍ବତନ ସଦସ୍ୟା ଭି.କେ. ଶଶିକଳା ୪ ବର୍ଷ ଜେଲ୍‌ରେ ରହିବା ପରେ ବୁଧବାର ଘରକୁ ବାହୁଡ଼ିଛନ୍ତି। ୬୩ ବର୍ଷ ବୟସ୍କା...

Advertisement
Archives

Model This Week