Posted inଫୁରସତ

ମହାକାଶରେ ରୋମାନ୍ସ କରିବେ ଲୋକେ

ପ୍ରେମ ଏପରି ଏକ ଅନୁଭବ, ଯେଉଁଠି ପ୍ରେମୀଯୁଗଳ ଅନ୍ୟ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ ସବୁବେଳେ ଏକାଠି ସମୟ ବିତାଇବାକୁ ଚାହିଁଥାନ୍ତି। ତାହା ପୁଣି ଜନଗହଳିଠୁ ଦୂରରେ। ପ୍ରେମର ଏହି ଅନୁଭବକୁ ସ୍ବତନ୍ତ୍ର କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଏ। ନିଜ ସାଥୀଙ୍କୁ ସ୍ବତନ୍ତ୍ର ଅନୁଭବ କରିବା ପାଇଁ ଅନେକ ପ୍ରକାରର ଆଶ୍ଚର୍ଯ୍ୟକର କାର୍ଯ୍ୟ ବି କରିବାକୁ ପସନ୍ଦ କରିଥାନ୍ତି। ଯଦି ଏପରି କେହି ସ୍ବତନ୍ତ୍ର ଅନୁଭବ ଚାହୁଁଛନ୍ତି, ତେବେ ନାସା ଆପଣଙ୍କ ପାଇଁ ଏକ ବିଶେଷ ସୁଯୋଗ ଆଣୁଛି।

ନାସା ଅନୁଯାୟୀ, ଏପର୍ଯ୍ୟନ୍ତ ମହାକାଶରେ କେହି ସମ୍ପର୍କ ସ୍ଥାପନ କରିନାହାନ୍ତି। ଯଦି ସାଥୀଙ୍କ ସହିତ ମହାକାଶରେ ସମ୍ପର୍କ ଗଢ଼ିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ବୁକିଂ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହାର ନାମ ୬୮ ମାଇଲ ହାଇ କ୍ଲବ। ମହାକାଶ ପର୍ଯ୍ୟଟକମାନେ ଏହାର ଅଂଶ ହୋଇ ମହାକାଶରେ ନିଜ ସାଥୀଙ୍କ ସହ ରୋମାନ୍ସ କରିପାରିବେ। ଏସବୁ କରିବା ପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ମଧ୍ୟ ପଡ଼ିବ ନାହିଁ। ନାସାର ଯୋଜନା ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ମହାକାଶରେ ନିଜ ସାଥୀଙ୍କ ସହ ରୋମାନ୍ସ କରିବାରେ ସମର୍ଥ ହୋଇପାରିବେ।

ନାସାର ପୂର୍ବତନ ମହାକାଶଚାରୀ ଜୋସେ ଫର୍ନାଡିଜ୍‌ କହିଛନ୍ତି ଯେ, ଚଳିତ ବର୍ଷ ବାଣିଜି୍ୟକ ବିମାନ ଆରମ୍ଭ ହେବା ମାତ୍ରେ ମହାକାଶ ପର୍ଯ୍ୟଟକଙ୍କୁ ରୋମାନ୍ସ କରିବାକୁ କେହି ରୋକି ପାରିବେ ନାହିଁ। ଏହା ବେଆଇନ କିମ୍ବା ଅସମ୍ଭବ ହେବ ନାହିଁ। ତେବେ ଏପର୍ଯ୍ୟନ୍ତ କେହି ତାହା କରିନାହାନ୍ତି। ଏପରି ପରିସ୍ଥିତିରେ ଏହା କିପରି ଘଟିବ ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ।

ନାସାର ଏହି ବାଣିଜି୍ୟକ ବିମାନର ଟିକେଟ ମୂଲ୍ୟ ଆଶ୍ଚର୍ଯ୍ୟ କରିପାରେ। ଯଦି ଆପଣ ମହାକାଶରେ ଏହି ସୁଯୋଗର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୩ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ଗୋଟିଏ ଟିକେଟର ମୂଲ୍ୟ। ଦୁଇଜଣଙ୍କ ପାଇଁ ଦୁଇଗୁଣ ଅର୍ଥ ବ୍ୟୟ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri