Posted inଫୁରସତ

ଚିନ୍ତାରେ ବିଶେଷଜ୍ଞ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିଟରେ ୨ ମାସ ପରେ ମଧ୍ୟ ଦେଖାଯାଉଛି ଲକ୍ଷଣ

ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏସବୁ ସତ୍ତ୍ୱେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଖରେ କିଛି ସପ୍ତାହ ପରେ ପୁଣି ଲକ୍ଷଣ ଦେଖାଯାଉଛି। ଜାମା ଜର୍ନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏଭଳି ନିଷ୍କର୍ସ ବାହାରିଛି।

ଇଟାଲୀର ୧୪୩ କରୋନା ସଂକ୍ରମିତଙ୍କ ଉପରେ ଏହି ରିସର୍ଚ୍ଚ(ଅନୁସନ୍ଧାନ) କରାଯାଇଥିଲା। ରୋମ ହସ୍ପିଟାଲର ଜଣେ ଡାକ୍ତର ଏଞ୍ଜେଲୋ କାର୍ଫି ଏହାର ନେତୃତ୍ୱ ନେଇଥିଲେ। ତେବେ କରୋନା ସଂକ୍ରମିତମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କଠାରେ ରୋଗ ଆରମ୍ଭ ହେବାର ୨ ମାସ ପରେ ମଧ୍ୟ କିଛି ଲକ୍ଷଣ ମିଳିଥିଲା। ସେମାନଙ୍କୁ ଥକ୍କା ଲାଗିବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା, ଆଣ୍ଠୁଗଣ୍ଠିରେ ବ୍ୟଥା ଆଦି ହେଉଥିଲା।

ସେହିଭଳି ଡେଲି ମେଲ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ରିସର୍ଚ୍ଚରୁ ଜଣାପଡ଼ିଛି ରୋଗ ହେବାର ପାଖାପାଖି ୬୦ ଦିନ ପରେ ମାତ୍ର ୧୨.୬% ଲୋକ କରୋନା ଲକ୍ଷଣରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରୁଛନ୍ତି।

ଏହାପୂର୍ବରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, କରୋନାରେ ସ୍ବାଦ ଜାଣିବା ଏବଂ ଶୁଙ୍ଘିବା ଶକ୍ତି ଚାଲିଯାଇଥାଏ। ଏଥିରେ ୧୦% ରୋଗୀଙ୍କ ପାଖରେ ଏକ ମାସ ପରେ ଲକ୍ଷଣ ଦେଖାଯାଇ ନ ଥାଏ। ହେଲେ ଇଟାଲୀରେ କରାଯାଇଥିବା ଅଧ୍ୟୟନରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ପ୍ରାୟ ୫୫% ଲୋକଙ୍କ ନିକଟରେ ଦୁଇ ମାସ ପରେ ପରେ ମଧ୍ୟ ତିନିରୁ ଅଧିକ ଲକ୍ଷଣ ପ୍ରକାଶ ପାଉଛି। ୩୨% ରୋଗୀଙ୍କ ପାଖରେ ଗୋଟିଏରୁ ଦୁଇଟି ଲକ୍ଷଣ ରହିଛି। ସେହିଭଳି ୪୩%ଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜୁଥିଲା। କରୋନା ନେଗେଟିଭ୍‌ ଘୋଷଣା ହେବା ପରେ ମଧ୍ୟ ଏଭଳି ହେଉଥିବା ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରପୋଜ୍‌ ଡେ’ରେ ସାଥୀଙ୍କୁ ଏମିତି କୁହନ୍ତୁ ମନକଥା, ନଚେତ୍‌ ହୋଇଯିବେ ହାତଛଡ଼ା

ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି।...

କ୍ୱାରାଣ୍ଟାଇନରେ ଥିବା ସମୟରେ ଗଲେ କେଶ କାଟିବାକୁ : ଲାଗିଲା ଏତିକି ଟଙ୍କାର ଜରିମାନା

ହୋମ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ କେଶ କାଟିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ୭,୬୦୦ ଡଲାର ଫାଇନ୍‌ ଲାଗିଛି। ଯାହାକି ଭାରତୀୟ ମୂଲ୍ୟରେ...

ବ୍ରେନ୍‌ ଡେଡ୍‌ ମହିଳାଙ୍କ ଅଙ୍ଗ ୪ ଜଣଙ୍କ ଜୀବନ ବଞ୍ଚାଇଲା

ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ରେନ୍‌ ଡେଡ୍‌ ମହିଳାଙ୍କ ଅଙ୍ଗଦାନ ଫଳରେ ୪ ଜଣଙ୍କ ଜୀବନ ବଞ୍ଚତ୍ପାରିଛି। ତାଙ୍କ ଯକୃତ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ...

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି...

ସବୁଠୁ ରଙ୍ଗିନ କାଫେ

ଯଦି ଆପଣ ଥାଇଲାଣ୍ଡ, ବ୍ୟାଙ୍କକ୍‌ ଯିବାକୁ ଯୋଜନା କରିଛନ୍ତି। ଆଉ ଆପଣ ୟୁନିକର୍ନ, ପୋନି ଏବଂ ରଙ୍ଗକୁ ଭଲ ପାଆନ୍ତି। ତେବେ ସେଠାକାର ସିଲୋମରେ ଥିବା...

ବିଦ୍ୟୁତ୍‌ତାରରେ ଲାଗିଥିଲା ପକ୍ଷୀ, ଏମିତି ଉଦ୍ଧାର କଲା ହେଲିକପ୍ଟର

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ ମଧ୍ୟରୁ କିଛି ଭିଡିଓ ଚକିତ କରିଦେବା ପରି ହୋଇଥାଏ। ଏବେ ସେମିତି...

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ...

ଭୁଟାନ ରାଜାଙ୍କ ପରାମର୍ଶ ନେଇ ପୃଥିବୀ ସାରା ଚର୍ଚ୍ଚା

ଥିମ୍ପୁ,୧୮।୩: ଭୁଟାନର ରାଜା ଜିଗ୍‌ମେ ଖେସାର ନାମଗେୟଲ ଓ୍ବାଙ୍ଗଚୁକ୍‌ ଗତ ଫେବୃୟାରୀ ୨୧ରେ ନିଜ ୪୦ ତମ ଜନ୍ମଦିନ ପାଳନ ଅବସରରେ ଦେଶବାସୀଙ୍କୁ ବୃକ୍ଷଚାରା ରୋପଣ...

Advertisement
Archives

Model This Week