ମୋ ଘର ପ୍ରତି ଲୋକେ ବିମୁଖ

ରସୁଲପୁର,୨୪ା୭(ରଞ୍ଜିତ ରାଉତ): ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ପ୍ରତି ଲୋକେ ବିମୁଖ ହେଉଛନ୍ତି। ଜମି ସମସ୍ୟା ଓ ବ୍ୟାଙ୍କ ସହ ହିତାଧିକାରୀଙ୍କ ଚୁକ୍ତିନାମା ଭଳି କେତେକ ବ୍ୟବସ୍ଥା ଯୋଜନା ପ୍ରତି ଅନାଗ୍ରହ ସୃଷ୍ଟି କରୁଛି। ସେହିପରି ଘରବାରି ଜମି ସମସ୍ୟା ଯୋଜନାରେ ବାଧକ ସାଜୁଛି। ଫଳରେ ଏହି ଯୋଜନା ଜନହିତକର ହୋଇପାରିବା ସହ ଗରିବଙ୍କ ମୁଣ୍ଡଉପରକୁ କଂକ୍ରିଟ ଛାତ ଖଣ୍ଡିଏ ଯୋଗାଇ ଦେବା ଲକ୍ଷ୍ୟ ସଫଳ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଉକ୍ତ ଯୋଜନାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨ଜଣଙ୍କୁ ପ୍ରଥମ କିସ୍ତି ଋଣ ଯୋଗାଇ ଦିଆଯାଇଛି। ଯୋଜନା ଲାଗୁ ହେବାର ୨ ମାସ ବିତିବାକୁ ବସିଲାଣି। ହେଲେ ଏବେ ସୁଦ୍ଧା ବ୍ଲକ ଅଞ୍ଚଳରେ ଆବେଦନକାରୀଙ୍କ ସଂଖ୍ୟା ୧ ହଜାର ଛୁଇଁ ପାରିନାହିଁ। ଜୁନ୍‌ରେ ପ୍ରତ୍ୟେକ ପଞ୍ଚାୟତରୁ ଅନ୍ୟୁନ ୫୦ଜଣଙ୍କୁ ଚୟନ କରାଯିବାକୁ ନିର୍ଦ୍ଦେଶ ରହିଥିଲା। ମାତ୍ର ନିର୍ଦ୍ଧାରିତ ଟାର୍ଗେଟଠାରୁ ବହୁ କମ୍‌ ସଂଖ୍ୟକ ଲୋକ ଯୋଜନାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି।
ମୋ ଘର ଯୋଜନାରେ ଜଣେ ହିତାଧିକାରୀଙ୍କୁ ୬୦ରୁ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି। ଯୋଜନାରେ ଘର ନିର୍ମାଣ କରିବାକୁ ହେଲେ ହିତାଧିକାରୀଙ୍କୁ ବ୍ୟାଙ୍କରୁ ଋଣ ନେବାକୁ ପଡ଼ିବ। ଜଣେ ହିତାଧିକାରୀଙ୍କୁ ବ୍ୟାଙ୍କ ସର୍ବାଧିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବ। ଘର ନିର୍ମାଣ ପାଇଁ ଋଣ ଦିଆଯାଉ ଥିବାରୁ ବ୍ୟାଙ୍କର ନିୟମ ମୁତାବକ ଋଣର ଗ୍ୟାରେଣ୍ଟି ଭାବେ ଘରବାରି ପଟ୍ଟାକୁ ଗ୍ରହଣ କରାଯାଉଛି। ଯେଉଁ ହିତାଧିକାରୀ ଯୋଜନାରେ ସାମିଲ ହେବେ ତାଙ୍କ ନିଜ ନାମରେ ଘରବାରି ପଟ୍ଟାଥିବା ଦରକାର। ସମ୍ପତ୍ତି ପୈତୃକ ହୋଇଥିଲେ ଘରବାରି ପଟ୍ଟାରେ ନିଜର ଅଂଶୀଦାରଙ୍କ ସମ୍ପୃକ୍ତି ସ୍ପଷ୍ଟ କରିବା ପାଇଁ ତହସିଲରୁ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବାକୁ ପଡୁଛି। ଉତ୍ତରାଧିକାରୀ ତାଲିକାରେ ଥିବା ବ୍ୟକ୍ତିମାନେ ବ୍ୟାଙ୍କରେ ଉପସ୍ଥିତ ରହି ଆଇନଜୀବୀଙ୍କ ନିକଟରେ ସତ୍ୟପାଠ କରିବାକୁ ପଡ଼ିବ। ଏଭଳିସ୍ଥିତିରେ ବହୁ ଗରିବ ଲୋକଙ୍କ ନାମରେ ଘରବାରି ପଟ୍ଟାନାହିଁ। ପୈତୃକ ସମ୍ପତ୍ତି ଉପରେ ଘର କରିବାକୁ ହେଲେ ଅନ୍ୟ ଅଂଶୀଦାରମାନେ ସ୍ବୀକୃତି ପ୍ରଦାନ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ବ୍ୟାଙ୍କରେ ଜମି ବନ୍ଧକ ପଡ଼ିଲେ ଭବିଷ୍ୟତରେ ଜମିଜମା ସଂକ୍ରାନ୍ତିୟ ସମସ୍ୟା ଉପୁଜିବା ଭୟରେ ଅଂଶୀଦାର ସହଯୋଗ କରୁନାହାନ୍ତି। ଭୂମିହୀନମାନେ ଯୋଜନାରେ ସାମିଲ ହୋଇପାରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୋ ଘର ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବାଠାରୁ ଆରମ୍ଭ କରି ଋଣ ପ୍ରଦାନ ପର୍ଯ୍ୟନ୍ତ ବିଭିନ୍ନ ଆଳରେ ହିତାଧିକାରୀଙ୍କୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏସବୁ ପରେ ଘର ନିର୍ମାଣ ପାଇଁ ହୋଇଥିବା ଋଣର ସମସ୍ତ କିସ୍ତି ପୈଠ ନ ହେବା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ରିହାତି ଟଙ୍କା ମିଳି ପାରିବନାହିଁ। କିସ୍ତି ବାବଦକୁ ମାସିକ ୩୮୦୦ଟଙ୍କା ଆକାରରେ ପୈଠ କରିବାକୁ ହେବ। ଜଣେ ହିତାଧିକାରୀ ୩ ଲକ୍ଷ ଟଙ୍କା ଋଣ ଗ୍ରହଣ କରି ୧୦ ବର୍ଷରେ କିସ୍ତି ଆକାରେ ବ୍ୟାଙ୍କକୁ ୪.୫୬ଲକ୍ଷ ଟଙ୍କା ପ୍ରଦାନ କରିବ। ୬୦ହଜାର ରିହାତି ନେଇ ବ୍ୟାଙ୍କକୁ ୨ଗୁଣାରୁ ଅଧିକା ଟଙ୍କା ସୁଧ ଆକାରରେ ପୈଠ କରିବା ଘଟଣା ଯୋଜନା ପ୍ରତି ଅନାଗ୍ରହର ଆଉ ଏକ କାରଣ ବୋଲି କୁହାଯାଉଛି।
ଅପରପକ୍ଷରେ ଏହି ଯୋଜନା ଜରିଆରେ ଋଣ ଦେଇ ବ୍ୟାଙ୍କକୁ ବହୁ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ଋଣ ଆଦାୟ ଓ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବ୍ୟାଙ୍କଗୁଡିକ ସନ୍ଧୀହାନ ହୋଇପଡୁଛନ୍ତି। ଯୋଜନାରେ ଅର୍ଥ ଲଗାଣ କରିବାକୁ ବ୍ୟାଙ୍କଗୁଡ଼ିକ ଅନାଗ୍ରହ ପ୍ରକାଶ କରୁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ପତ୍ର ଜରିଆରେ ବ୍ୟାଙ୍କଗୁଡ଼ିକୁ ତାଗିଦ୍‌ କରାଯିବା ପରେ କେତେକ ବ୍ୟାଙ୍କ ଋଣ ପ୍ରଦାନ ନେଇ ସମ୍ମତି ପ୍ରକାଶ କରିଥିବାବେଳେ ପ୍ରତିଷ୍ଠିତ ବ୍ୟାଙ୍କଗୁଡ଼ିକ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି। ଏଭଳି ନାନା କାରଣରୁ ଯୋଜନା ଆଗକୁ କେତେ ବଢ଼ି ପାରି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେଇ ପାରିବ ତାହା ସମୟ କ୍ରମେ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଆବେଦନକାରୀଙ୍କ ସମସ୍ତ ଡକ୍ୟୁମେଣ୍ଟ୍‌ ଠିକ୍‌ଥିଲେ ଯୋଜନାରେ ଅଗ୍ରାଧିକାର ଦିଆଯାଉଛି। ବ୍ୟାଙ୍କଗୁଡ଼ିକ ହିତାଧିକାରୀଙ୍କୁ କିଭଳି ସରଳଭାବେ ଋଣ ପ୍ରଦାନ କରିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ଅଧିକ ସଚେତନ କରାଯାଇ ଯୋଜନାକୁ ସଫଳ କରିବାକୁ ପ୍ରୟାସ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?