ୱାଗନ୍‌ ବ୍ଲାଷ୍ଟିଂରେ ଲୋକେ ଥରହର

ଯାଜପୁର,୧୪।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି କଳାପଥର ଲୁଟ୍‌ ଜୋର ଧରିଛି। ଖଣି ଓ ରାଜସ୍ବ ବିଭାଗ ମିଳିତ ଭାବେ ଏହି ଲୁଟ୍‌କୁ ରୋକିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ ଓଲଟା ତାହା ବଢ଼ିବାରେ ଲାଗିଛି। ଜରିମାନା ଭୟରେ ଲିଜ୍‌ଧାରୀମାନେ ସରକାରୀ ସ୍ବୀକୃତି ଅଞ୍ଚଳକୁ ବାଦ୍‌ ଦେଇ ପାଖ ଖାଦାନଗୁଡ଼ିକରୁ ଏକାଧିକ ମେଶିନ ଲଗାଇ ଦୈନିକ ବହୁ ଲକ୍ଷ ଟଙ୍କାର କଳାପଥର ଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ସେଥିମଧ୍ୟରୁ ଢେଙ୍କାନାଳ ଜିଲା ସୀମାନ୍ତ ବାରମାଣ ଓ ବରଡ଼ା ମୌଜାର ପ୍ରାୟ ୧୦୦ ଏକର ଅନାବାଦି ଜଙ୍ଗଲ ଜମିରୁ ୱାଗନ ବ୍ଲାଷ୍ଟିଂ କରି କଳାପଥର ଉତ୍ତୋଳନ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଥିରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସ୍ବାମୀ ୧୦ ଜଣଙ୍କୁ ନିୟୋଜିତ କରି ଦୈନିକ ପ୍ରାୟ ୨୦ ଲକ୍ଷ ଟଙ୍କାର କଳାପଥର ଉତ୍ତୋଳନ କରୁଛନ୍ତି। ବିନା ଟ୍ରାନଜିଟ୍‌ ପାସ୍‌ (ଟିପି)ରେ ଉତ୍ତୋଳିତ କଳାପଥର ଆଖପାଖ ଅଞ୍ଚଳରେ ଥିବା କ୍ରଶରଗୁଡ଼ିକରେ ଜମା ହୋଇଥିବା ତାହାର ପ୍ରମାଣ ବୋଲି ଅଞ୍ଚଳବାସୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଉଚ୍ଚ କ୍ଷମତା ସମ୍ପନ୍ନ ୱାଗନ ବ୍ଲାଷ୍ଟିଂ ଯୋଗୁ ଖାଦାନଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି ବୋଲି ମତପ୍ରକାଶ ପାଇଛି।
ବେଆଇନ କଳାପଥର କାରବାର ଉପରେ ୨୦୨୨-୨୩ ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କଠାରୁ ୩୨୦ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ତେବେ କେତେକ ଜରିମାନା ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ତାହା ଆଦାୟ ହୋଇ ପାରିନାହିଁ। ତହସିଲ ପ୍ରଶାସନ ପକ୍ଷରୁ ଜରିମାନା ଦେଇ ପାରି ନଥିବା ବ୍ୟକ୍ତିମାନଙ୍କୁ ଆଉ କୌଣସି ଖାଦାନ ଲିଜ୍‌ ସୂତ୍ରରେ ଦିଆଯାଇ ନାହିଁ। ତେବେ ସେମାନେ ପୂର୍ବ ଅଭ୍ୟାସ ଛାଡ଼ି ପାରି ନ ଥିବାରୁ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ବେଆଇନ ଭାବେ କଳାପଥର ଲୁଟ୍‌ ଜାରି ରଖିଛନ୍ତି। ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସ୍ବାମୀଙ୍କ ନେତୃତ୍ୱରେ ଧର୍ମଶାଳା ତହସିଲ ଅନ୍ତର୍ଗତ ବାରମାଣ ଓ ବରଡ଼ା ମୌଜାରେ ଆଲୋକ, କୈଳାସ, ମଧୁ, ବାଦଲ, ଶିବୁନା, ଭୀମ, କଳାକାର, ଋଷି, ତପନ, ରମାକାନ୍ତ ପ୍ରମୁଖଙ୍କୁ ନିୟୋଜିତ ହୋଇ ସରକାରଙ୍କ ଅନେକ କୋଟି ଟଙ୍କାର ରାଜସ୍ବ ହାନି କରୁଥିବା ଅଭିଯୋଗ ହେଉଛି। ଏଥିରେ ଜଙ୍ଗଲ ଓ ପରିବେଶ, ମାଇନିଂ ପ୍ଲାନ, ୱାଗନ ଡ୍ରିଲିଂ ପ୍ରଭୃତି ଅନୁମତି ନ ଥାଇ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ବେଆଇନ ଖନନ ଜାରି ରହିଛି। ୱାଗନ ବ୍ଲାଷ୍ଟିଂ ବନ୍ଦ ନ ହେଲେ ଏଠାରେ ଜୀବନଜୀବିକା ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଇଛି। ୱାଗନ ବ୍ଲାଷ୍ଟିଂ ଯୋଗୁ ବଡ଼ ବଡ଼ ପୋଖରୀ ସୃଷ୍ଟି ହୋଇଛି। ଏହାସହ ୧୫୦ରୁ ୨୫୦ ଫୁଟ ଗଭୀର ପର୍ଯ୍ୟନ୍ତ ଭୂତଳ ଜଳସ୍ତରରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶୁଥିବାରୁ ପାନୀୟ ଜଳ ବିଷାକ୍ତ ହେଉଛି। ଏହାକୁ ବ୍ୟବହାର କରି ଗ୍ରାମବାସୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ଜନବସତିଠାରୁ ୫୦୦ ମିଟର ଦୂର ମଧ୍ୟରେ ୱାଗନ ଡ୍ରିଲିଂ ନ କରିବାକୁ ସରକାରୀ ଭାବେ କଟକଣା କରାଯାଇଛି। କିନ୍ତୁ ଏହାକୁ ଭ୍ରୂକ୍ଷେପ ନ କରି ପଥର ବ୍ୟବସାୟୀମାନେ ୱାଗନ ଡ୍ରିଲିଂ କରିଚାଲିଛନ୍ତି। ଫଳରେ ଅଞ୍ଚଳରେ ମୃଦୁ ଭୂମିକମ୍ପ ଭଳି ସ୍ଥିତି ସୃଷ୍ଟି ହେଉଛି। ବାରମାଣ ଓ ବରଡ଼ା ମୌଜା ଅଞ୍ଚଳରେ ପ୍ରାୟ ୧୦ଟି ପଥର ଖାଦାନରେ ନିୟମିତ ଭାବରେ ୱାଗନ ଡ୍ରିଲିଂ କରାଯାଇ ପଥର ଉତ୍ତୋଳନ କରାଯାଉଛି। ୨୦୦ରୁ ୩୦୦ ଫୁଟ ପର୍ଯ୍ୟନ୍ତ ଗାତ କରାଯାଇ ସେଥିରେ ଆମୋନିଆ, ପଟାସ, ଗନ ପାଉଡର ପ୍ରଭୃତି ରାସାୟନିକ ଦ୍ରବ୍ୟ ଭର୍ତ୍ତି କରି ମେଶିନ ସାହାଯ୍ୟରେ ୱାଗନ ଡ୍ରିଲିଂ ହେଉଛି ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ କଳାପଥର ନିୟନ୍ତ୍ରଣ କରିବାକୁ କ୍ଲଷ୍ଟରରେ ଏକ ସ୍କ୍ବାଡ୍‌ ଗଠନ କରାଯାଇଛି। ଭଦ୍ରକ କ୍ଲଷ୍ଟର ଅଧୀନରେ ଯାଜପୁର ଜିଲା ଯାଉଛି। ଏଥିରେ ଖଣି ବିଭାଗର ମାଇନିଂ ଅଫିସର ନେତୃତ୍ୱ ନେଉଛନ୍ତି। ତେଣୁ ଏହି ବେଆଇନ କଳାପଥର ଉତ୍ତୋଳନ ଅଭିଯୋଗ ଉପରେ ସେମାନଙ୍କ ସହଯୋଗ ନିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri