ଖରା ସାଙ୍ଗକୁ ବଢୁଛି ଅଘୋଷିତ ବିଦ୍ୟୁତ୍‌କାଟ, ଲୋକେ ଅତିଷ୍ଠ

ଉମରକୋଟ, ୨୫।୪(ସ୍ବ.ପ୍ର.): ବଢ଼ିଲାଣି ତାତି। ନବରଙ୍ଗପୁର ଜିଲା ଉମରକୋଟରେ ଏବେ ତାପମାତ୍ରା ୩୫ରୁ ୪୨ ଡିଗ୍ରୀ ରହୁଛି। ଏହା ମଧ୍ୟରେ ବୋଝ ଉପରେ ନଳିତା ବିଡା ଭଳି କାର୍ଯ୍ୟ କରୁଛି ବିଦ୍ୟୁତ୍‌ ବିଭାଗ। ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଲୋକେ ଅତିଷ୍ଠ ହୋଇଗଲେଣି। ଏହି ସମସ୍ୟାର ସମାଧାନ ତୁରନ୍ତ ନ ହେଲେ ଆନ୍ଦୋଳନ ହେଇପାରେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି।
ପୂର୍ବରୁ ଡାବୁଗାଁ ବିଦ୍ୟୁତ୍‌ ଷ୍ଟେଶନ ଦେଇ ଉମରକୋଟକୁ ବିଜୁଳି ଆସୁଥିଲା। ତାର ପୁରୁଣା ଥିବାରୁ କରେଣ୍ଟ ବାରମ୍ବାର କଟୁଛି ବୋଲି ଅଧିକାରୀମାନେ ସେତେବେଳେ କହୁଥିଲେ। ଏହାପରେ ଉମରକୋଟ ବ୍ଲକ ଅଧୀନ ଅଧିକାରୀଗୁଡାରେ ଏକ ଗ୍ରୀଡ଼ ଷ୍ଟେଶନ କରାଗଲା। ଆଖପାଖ ଅଞ୍ଚଳର ସବୁ ପୁରୁଣା ତାର ବଦଳାଇ ନୂଆ ତାର ଲଗାଗଲା। କିଛି ଦିନ ପାଇଁ ସ୍ଥିତିରେ ସାମାନ୍ୟ ସୁଧାର ଆସିଲା। ଏବେ କିନ୍ତୁ ପୁଣି ଅଘୋଷିତ ବିଦ୍ୟୁତକାଟ ଆରମ୍ଭ ହୋଇଯାଇଛି। ଦିନତମାମ ବାରମ୍ବାର ବିଦ୍ୟୁତକାଟ ହେବାରୁ ଛାତ୍ରୀଛାତ୍ର, ବୟସ୍କ ଲୋକେ, ବ୍ୟବସାୟୀ ଅଧିକ ମାତ୍ରାରେ ହଇରାଣ ହେଉଛନ୍ତି। ସନ୍ଧ୍ୟାରେ କରେଣ୍ଟ ସମସ୍ୟା ଯୋଗୁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ ହୋଇପଡୁଛି। ବର୍ତ୍ତମାନ ପରୀକ୍ଷା ସମୟ ଥିବାରୁ କରେଣ୍ଟ ଯିବା ଆସିବା ଫଳରେ ଛାତ୍ରୀଛାତ୍ର ବିରକ୍ତ ହୋଇ ପାଠ ପ୍ରତି ଧ୍ୟାନ ଦେଉନାହାନ୍ତି। ମେଣ୍ଟେନାନ୍ସ ନାମରେ ଦିନରେ କରେଣ୍ଟ ରହୁଛି। ସା ସମୟରେ ଗଛ ମଧ୍ୟ ସାମାନ୍ୟ ହଲିଗଲେ ବିଦ୍ୟୁତ କାଟ କରାଯାଉଛି। ଥରେ କରେଣ୍ଟ ଗଲେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଆସୁନି। ଏପଟେ କିନ୍ତୁ ବିଦ୍ୟୁତ୍‌ ଦର ବଢିବାରେ ଲାଗିଛି। ବିଦ୍ୟୁତ୍‌ ବିଲ୍‌ ନ ବାନ୍ଧିଲେ ବିଦ୍ୟୁତ୍‌ କାଟି ଦେବୁ ବୋଲି ଧମକ ମିଳୁଛି। ବିଲ୍‌ ପୈଠ କଲେ ମଧ୍ୟ ସେବା ଠିକ୍‌ଭାବେ ମିଳୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଅଘୋଷିତ ବିଦ୍ୟୁତ୍‌ କାଟ ନ କରିବାକୁ ଦାବିପତ୍ର ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ସମାଧାନ ହେଉନି। ଏ ନେଇ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଜ୍ଞାନବର୍ଦ୍ଧନ ବେହେରାଙ୍କୁ ପଚାରିବାରୁ ଖରାଦିନ ଯୋଗୁ ବିଦ୍ୟୁତ୍‌ ବ୍ୟବହାର ବଢିଯାଇଛି। ଆବଶ୍ୟକତା ତୁଳନାରେ ବିଦ୍ୟୁତ୍‌ ଯୋଗାଣ ଟିକେ କମ ହେଉଛି। କିଛି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ଭୁବନେଶ୍ୱର କଣ୍ଟ୍ରୋଲ ରୁମରୁ ବାଲାନ୍ସ ପରିଚାଳନା କରାଯାଉଛି। ଭୁବନେଶ୍ୱରରୁ ଖବର ଆସିଲେ ଏପଟେ ବିଦ୍ୟୁତ୍‌କାଟ ହେଉଛି ବୋଲି ସେ କହିଛନ୍ତି। ବିଦ୍ୟୁତ୍‌ ବିଭାଗ ଏଥିପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?