ବିକି ଦେଉଛନ୍ତି ଆବାସ

ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ ): କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସରକାରଙ୍କ କାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ସେମାନେ ସୁଫଳ ପାଉ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଗ୍ରାମକୁ ରାସ୍ତା ନ ଥିବାରୁ ପକ୍କାଘର ଅବା ଆବାସ ଯୋଜନାରେ ସେମାନଙ୍କୁ ମିଳୁଥିବା ଘର ନିର୍ମାଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଫଳରେ ସେମାନେ ବାଧ୍ୟହୋଇ ଏହାକୁ ଅନ୍ୟ ଗ୍ରାମର ଲୋକଙ୍କୁ ବିକ୍ରିକରି ଦେଉଥିବା ପ୍ରକାଶ କରିଛନ୍ତି ଲୋରେଶବାସୀ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି।

ଏହି ଗ୍ରାମରେ ୩୦ ଘର ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି। ଗ୍ରାମବାସୀ ଏଯାଏ ସରକାରଙ୍କ କୌଣସି ଯୋଜନାରୁ କିଛି ସୁଫଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ଗ୍ରାମଟି ଦଶମନ୍ତପୁର ବ୍ଲକଠାରୁ ୯ କି.ମି. ଦୂରରେ ଥିବା ବେଳେ ମରିଚଗୁଡ଼ା ଗ୍ରାମଠାରୁ ୫ କି.ମି. ଦୂରରେ ରହିଛି। ମରିଚଗୁଡ଼ା ଗ୍ରାମ ନିକଟରେ ପ୍ରବାହିତ ଅନ୍ଧରୀଗାଡ଼ ନଦୀ ଏବଂ ଖଣ୍ଡାଧାର ପାହାଡ଼ ସେମାନଙ୍କ ଉନ୍ନତିରେ ପ୍ରତିବନ୍ଧକ ସାଜିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କେବଳ ସ୍ବାସ୍ଥ୍ୟସେବା ବ୍ୟତୀତ ପକ୍କାରାସ୍ତା, ଶିକ୍ଷା, ପାନୀୟ ଜଳ, ଖାଉଟି ଯୋଜନା, ବିଦ୍ୟୁତୀକରଣରୁ ଏଯାଏ ବଞ୍ଚତ୍ତ ହୋଇ ରହିଛନ୍ତି ବୋଲି ଗ୍ରାମର ରାଜୀବ ଜମ୍ବେକା, ଧନୁର୍ଜୟ କମାର, ଭୀମ ପାଇକ, ଇଶୁଦାସ ସାଉଁନ୍ତା, ପ୍ରତାପ ସାଉଁନ୍ତା, ରଞ୍ଜ ମିଣିଆକା, ଜୁନେଶ ସାଉଁନ୍ତା କହିଛନ୍ତି। ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଥିବାରୁ ସାଇକେଲରେ ଯିବା ମଧ୍ୟ କଷ୍ଟକର ହୋଇପଡିଛ। ଗ୍ରାମରେ ବିଦ୍ୟାଳୟଟିଏ ନାହିଁ। ଗ୍ରାମର ପାଠ ପଢୁଥିବା ୧୬ ଛାତ୍ରୀଛାତ୍ର ଜୀବନକୁ ବାଜି ଲଗାଇ ଖଣ୍ଡାଧାର ପାହାଡ଼ ଡେଇଁ ମରିଚଗୁଡ଼ା ବିଦ୍ୟାଳୟକୁ ଯାଉଥିବା ସେମାନେ କହିଛନ୍ତି। ରାସ୍ତା ନ ଥିବାରୁ ପକ୍କା ଘର ଅବା ଅବାସ ଯୋଜନାରେ ମିଳୁଥିବା ଘର ନିର୍ମାଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଫଳରେ ସେମାନେ ବାଧ୍ୟ ହୋଇ ଏହାକୁ ଅନ୍ୟ ଗ୍ରାମର ଲୋକଙ୍କୁ ବିକ୍ରିକରି ଦେଉଥିବା ଗ୍ରାମର ଉଦ୍ଧବ ସାଉଁନ୍ତା, ଚନ୍ଦ୍ର ପାଇକ, କାଳିଆ ଜାନୀ, ଲୋଚ ସାଉଁନ୍ତା, କୁମ କମାର କହିିଛନ୍ତି। ଏ ସମ୍ପର୍କରେ ବିଡିଓ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମ ପାଇଁ ମୁଖ୍ୟତଃ ରାସ୍ତା ସମସ୍ୟା ଯୋଗୁ ଯୋଜନାର ସୁଫଳ ଳୋକଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଏ ଦିଗରେ କ’ଣ କରାଯାଇପାରିବ ସେ ପଦକ୍ଷେପନେଇ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ଅଧରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାବୁଲାଙ୍କ ଜୀବନ

ବୀରମହାରାଜପୁର,୯।୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମରକେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri