‘ପ୍ରଶାସନକୁ ଲୋକାଭିମୁଖୀ କରିବା ପ୍ରାଥମିକତା ରହିବ’

କଟକ,୩୦ା୧ (କାର୍ତ୍ତିକ ସାହୁ):କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆର୍‌ଡିସି) ଭାବେ ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରଞ୍ଜନ କୁମାର ଦାସ ସୋମବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ତାଙ୍କ ଚାକିରିକାଳ ମଧ୍ୟରେ ଯାଜପୁର ଜିଲାପାଳ, ସଂସ୍କୃତି ବିଭାଗ ସଚିବ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରି ସେ ପ୍ରଶଂସା ସାଉଁଟିଛନ୍ତି। ଏଥିସହ ସେ ଜଣେ ବିଶିଷ୍ଟ ଲେଖକ ଭାବେ ଓଡ଼ିଶାର ପାଠିକାପାଠକଙ୍କ ପାଖରେ ପରିଚିତ। କଟକସ୍ଥିତ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରି ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି।
-ଆର୍‌ଡିସି ଭାବେ ଦାୟିତ୍ୱ ଗ୍ରହଣ ପରେ ଆପଣଙ୍କ ପାଇଁ ଆହ୍ବାନ କ’ଣ ରହିବ?
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅଞ୍ଚଳ ସମସ୍ୟାବହୁଳ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଗୁଡ଼ିକ ଆଗାମୀ ଦିନରେ ନିଶ୍ଚିତ ଭାବେ ଆହ୍ବାନ ସୃଷ୍ଟି କରିବ।
ଆଗାମୀ ନିର୍ବାଚନ ପରିଚାଳନା ଉପରେ କ’ଣ କହିବେ?
ନିର୍ବାଚନ ପାଖେଇ ଆସିଲାଣି। ସବୁଠି ପରିବେଶ ଚଳଚଞ୍ଚଳ ରହିବ। ବିଶେଷକରି ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ବର୍ତ୍ତମାନ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ।
-ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ କି ପଦକ୍ଷେପ ନେବେ?
ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ଜିଲା ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବି।
-ଏକସଙ୍ଗେ ଦୁଇଟି ଆର୍‌ଡିସି ଦାୟିତ୍ୱ କିପରି ସମ୍ଭାଳିବେ?
କେନ୍ଦ୍ରାଞ୍ଚଳ ସମସ୍ୟା ଗୋଟେ ପ୍ରକାର, ହେଲେ ଦକ୍ଷିଣାଞ୍ଚଳ ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ତାହା ଅଲଗା। ପାର୍ବତ୍ୟାଞ୍ଚଳ ହେତୁ ଉପକୂଳ ଅଞ୍ଚଳ ଅପେକ୍ଷା ସେଠାରେ ଉନ୍ନୟନ କାର୍ଯ୍ୟ କଷ୍ଟକର।
-ଜଣେ ଦକ୍ଷ ପ୍ରଶାସକ ହିସାବରେ କାହାକୁ ପ୍ରାଥମିକତା ଦେବେ?
ଲୋକଙ୍କ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯିବାକୁ ଗୁରୁତ୍ୱ ଦେବି। ପ୍ରଶାସନକୁ ଲୋକାଭିମୁଖୀ କରିବା ପ୍ରାଥମିକତା ରହିବ।
-ଜମିଜମା ଓ ରାଜସ୍ବ ମାମଲାଗୁଡ଼ିକ ଅନେକ ଦିନ ଧରି ପଡ଼ିରହୁଛି। ଏହାକୁ ନେଇ କ’ଣ କହିବେ?
ସାଧାରଣ ବ୍ୟକ୍ତିଙ୍କ ପାଇଁ ଜମି ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ସେ ସଂକ୍ରାନ୍ତୀୟ ମାମଲାଗୁଡ଼ିକ ସୁଚାରୁରୂପେ ସମାଧାନ ହୋଇପାରିଲେ ଲୋକମାନେ ଅଧିକ ଆଶ୍ୱସ୍ତ ଅନୁଭବ କରନ୍ତି। ତହସିଲଠାରୁ ଆରମ୍ଭ କରି ଜିଲାସ୍ତର ପର୍ଯ୍ୟନ୍ତ ରାଜସ୍ବ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଧ୍ୟାନ ଦେବି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଆଣିବା ଉପରେ ଅଧିକ ଦୃଷ୍ଟି ଦେବି।
-କଟକରେ ନିଜ କର୍ମକ୍ଷେତ୍ରକୁ କିଭଳି ଦୃଷ୍ଟିରେ ଦେଖୁଛନ୍ତି?
କଟକର ସ୍କୁଲ ଓ କଲେଜରେ ମୁଁ ପାଠ ପଢିଛି। ପୁଣି ଏହି ସହରରେ ଚାକିରି କରିବାର ଅନୁଭବ ନିଆରା ଓ କାମ କରିବାର ଆନନ୍ଦ ରହିବ। ଏଠି ବହୁ ବୁଦ୍ଧିଜୀବୀ ଅଛନ୍ତି। ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଛି। ଏଠାକାର ବୁଦ୍ଧିଜୀବୀ ଓ ବହୁ ଅନୁଷ୍ଠାନ ସହ ମୋର ସମ୍ପର୍କ ରହିଛି।
-ସାଧାରଣ ଲୋକଙ୍କ ସମସ୍ୟା ଓ ବୁଦ୍ଧିଜୀବୀଙ୍କୁ ନେଇ ଆପଣଙ୍କ ମତ?
ବୁଦ୍ଧିଜୀବୀମାନେ ଆମର ସମ୍ପତ୍ତି। ସେମାନଙ୍କ ବୁଦ୍ଧି ସାଧାରଣ ଲୋକଙ୍କ ହିତ ପାଇଁ ବିନିଯୋଗ ହେବା ଦରକାର। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?