‘ପ୍ରଶାସନକୁ ଲୋକାଭିମୁଖୀ କରିବା ପ୍ରାଥମିକତା ରହିବ’

କଟକ,୩୦ା୧ (କାର୍ତ୍ତିକ ସାହୁ):କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆର୍‌ଡିସି) ଭାବେ ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରଞ୍ଜନ କୁମାର ଦାସ ସୋମବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ତାଙ୍କ ଚାକିରିକାଳ ମଧ୍ୟରେ ଯାଜପୁର ଜିଲାପାଳ, ସଂସ୍କୃତି ବିଭାଗ ସଚିବ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରି ସେ ପ୍ରଶଂସା ସାଉଁଟିଛନ୍ତି। ଏଥିସହ ସେ ଜଣେ ବିଶିଷ୍ଟ ଲେଖକ ଭାବେ ଓଡ଼ିଶାର ପାଠିକାପାଠକଙ୍କ ପାଖରେ ପରିଚିତ। କଟକସ୍ଥିତ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରି ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି।
-ଆର୍‌ଡିସି ଭାବେ ଦାୟିତ୍ୱ ଗ୍ରହଣ ପରେ ଆପଣଙ୍କ ପାଇଁ ଆହ୍ବାନ କ’ଣ ରହିବ?
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅଞ୍ଚଳ ସମସ୍ୟାବହୁଳ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଗୁଡ଼ିକ ଆଗାମୀ ଦିନରେ ନିଶ୍ଚିତ ଭାବେ ଆହ୍ବାନ ସୃଷ୍ଟି କରିବ।
ଆଗାମୀ ନିର୍ବାଚନ ପରିଚାଳନା ଉପରେ କ’ଣ କହିବେ?
ନିର୍ବାଚନ ପାଖେଇ ଆସିଲାଣି। ସବୁଠି ପରିବେଶ ଚଳଚଞ୍ଚଳ ରହିବ। ବିଶେଷକରି ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ବର୍ତ୍ତମାନ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ।
-ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ କି ପଦକ୍ଷେପ ନେବେ?
ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ଜିଲା ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବି।
-ଏକସଙ୍ଗେ ଦୁଇଟି ଆର୍‌ଡିସି ଦାୟିତ୍ୱ କିପରି ସମ୍ଭାଳିବେ?
କେନ୍ଦ୍ରାଞ୍ଚଳ ସମସ୍ୟା ଗୋଟେ ପ୍ରକାର, ହେଲେ ଦକ୍ଷିଣାଞ୍ଚଳ ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ତାହା ଅଲଗା। ପାର୍ବତ୍ୟାଞ୍ଚଳ ହେତୁ ଉପକୂଳ ଅଞ୍ଚଳ ଅପେକ୍ଷା ସେଠାରେ ଉନ୍ନୟନ କାର୍ଯ୍ୟ କଷ୍ଟକର।
-ଜଣେ ଦକ୍ଷ ପ୍ରଶାସକ ହିସାବରେ କାହାକୁ ପ୍ରାଥମିକତା ଦେବେ?
ଲୋକଙ୍କ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯିବାକୁ ଗୁରୁତ୍ୱ ଦେବି। ପ୍ରଶାସନକୁ ଲୋକାଭିମୁଖୀ କରିବା ପ୍ରାଥମିକତା ରହିବ।
-ଜମିଜମା ଓ ରାଜସ୍ବ ମାମଲାଗୁଡ଼ିକ ଅନେକ ଦିନ ଧରି ପଡ଼ିରହୁଛି। ଏହାକୁ ନେଇ କ’ଣ କହିବେ?
ସାଧାରଣ ବ୍ୟକ୍ତିଙ୍କ ପାଇଁ ଜମି ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ସେ ସଂକ୍ରାନ୍ତୀୟ ମାମଲାଗୁଡ଼ିକ ସୁଚାରୁରୂପେ ସମାଧାନ ହୋଇପାରିଲେ ଲୋକମାନେ ଅଧିକ ଆଶ୍ୱସ୍ତ ଅନୁଭବ କରନ୍ତି। ତହସିଲଠାରୁ ଆରମ୍ଭ କରି ଜିଲାସ୍ତର ପର୍ଯ୍ୟନ୍ତ ରାଜସ୍ବ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଧ୍ୟାନ ଦେବି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଆଣିବା ଉପରେ ଅଧିକ ଦୃଷ୍ଟି ଦେବି।
-କଟକରେ ନିଜ କର୍ମକ୍ଷେତ୍ରକୁ କିଭଳି ଦୃଷ୍ଟିରେ ଦେଖୁଛନ୍ତି?
କଟକର ସ୍କୁଲ ଓ କଲେଜରେ ମୁଁ ପାଠ ପଢିଛି। ପୁଣି ଏହି ସହରରେ ଚାକିରି କରିବାର ଅନୁଭବ ନିଆରା ଓ କାମ କରିବାର ଆନନ୍ଦ ରହିବ। ଏଠି ବହୁ ବୁଦ୍ଧିଜୀବୀ ଅଛନ୍ତି। ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଛି। ଏଠାକାର ବୁଦ୍ଧିଜୀବୀ ଓ ବହୁ ଅନୁଷ୍ଠାନ ସହ ମୋର ସମ୍ପର୍କ ରହିଛି।
-ସାଧାରଣ ଲୋକଙ୍କ ସମସ୍ୟା ଓ ବୁଦ୍ଧିଜୀବୀଙ୍କୁ ନେଇ ଆପଣଙ୍କ ମତ?
ବୁଦ୍ଧିଜୀବୀମାନେ ଆମର ସମ୍ପତ୍ତି। ସେମାନଙ୍କ ବୁଦ୍ଧି ସାଧାରଣ ଲୋକଙ୍କ ହିତ ପାଇଁ ବିନିଯୋଗ ହେବା ଦରକାର। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri