Posted inଫୁରସତ

କାର୍‌ ବାଇକ୍‌ ବଦଳରେ ଏଠାରେ ଲୋକେ କେବଳ କିଣନ୍ତି ବୋଟ୍‌, କାରଣ ଜାଣିଲେ…

ଦୁନିଆର ଯେକୌଣସି ସ୍ଥାନକୁ ସଂଯୋଗ କରିବାରେ ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କେବଳ ରାସ୍ତା ଦେଇ ଯାତାୟାତ କରିଥାନ୍ତି। କିନ୍ତୁ ଦୁନିଆର ଏମିତି ଏକ ଗାଁ ଅଛି, ଯେଉଁଠି ଆଦୌ ସଡ଼କ ପଥ ନାହିଁ। ତେଣୁ ଏହି ଗାଁରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କେବଳ ଜଳପଥ ଉପରେ ନିର୍ଭର କରିଥାନ୍ତି।

ଏପରି ଏକ ଗାଁ ହେଉଛି ନେଦରଲାଣ୍ଡର ‘ଗିର୍ଥାନ’। ଏହି ଗାଁ ଦେଖିବାକୁ ବହୁତ ସୁନ୍ଦର। ଏହାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନଲୋଭା। କିନ୍ତୁ ଏହି ଗାଁର ସ୍ବତନ୍ତ୍ର ବୈଶିଷ୍ଟତା ପାଇଁ ଏହା ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି। ଏହି ଗାଁକୁ ଗୋଟିଏ ହେଲେ ରାସ୍ତା ନାହିଁ। ଏଥିପାଇଁ ଏହାକୁ ନେଦରଲାଣ୍ଡର ଭେନିସ୍‌ ମଧ୍ୟ କୁହାଯାଏ। ଯେହେତୁ ଏଠାରେ ରାସ୍ତା ନାହିଁ, ଏହି କାରଣରୁ ଲୋକମାନେ କୌଣସି ଗାଡ଼ିମୋଟର କିଣନ୍ତି ନାହିଁ। ସମସ୍ତେ କେବଳ ବୋଟ୍‌ ବା ଡଙ୍ଗା ହିଁ କିଣିଥାନ୍ତି। ଦୂରଦୂରାନ୍ତରୁ ଲୋକମାନେ ଏହି ଗାଁ ପରିଦର୍ଶନ କରିବାକୁ ଆସନ୍ତି ଏବଂ ଏହି ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି।

ଗାଡ଼ିମୋଟର ଚାଲୁ ନ ଥିବାରୁ ଗାଁରେ ପ୍ରଦୂଷଣର କୌଣସି ଚିହ୍ନ ନାହିଁ। ଏଠାରେ ଅନେକ କାଠ ପୋଲ ରହିଛି। ଯାହା ତଳେ ଡଙ୍ଗାଗୁଡ଼ିକ ଯିବା ବେଳେ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳେ। ଗାଁରେ ସମୁଦାୟ ୧୮୦ଟି ପୋଲ ଅଛି। ଏହି ଗାଁର ମୋଟ୍‌ ଜନସଂଖ୍ୟା ପ୍ରାୟ ୩ ହଜାର। ଯଦିଓ ଅଧିକାଂଶ ମୋଟର ଡଙ୍ଗା ଏଠାରେ ଚାଲିଥାଏ, କିନ୍ତୁ ପ୍ରତ୍ୟେକ ପରିବାରର ନିଜସ୍ବ ଡଙ୍ଗା ଅଛି। ଶୀତଦିନେ ଏହି ସ୍ଥାନରେ ବରଫ ଜମା ହୋଇଥାଏ। ଯେଉଁଥିପାଇଁ ଲୋକମାନେ ବରଫ ସ୍କେଟିଂକୁ ଉପଭୋଗ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri