ଚୋରକୁ ଧରି ପାରୁ ନ ଥିଲା ପୋଲିସ : ଲୋକେ ଧରି ଦେଲେ ଜିମା

ପୁରୁଷୋତ୍ତମପୁର,୨୯।୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘନ ଘନ ଚୋରି ଘଟଣା ଯୋଗୁ ଲୋକଙ୍କ ନିିଦ ହଜିଯାଇଛି। ଏହାକୁ ନେଇ ଲୋକେ ପୋଲିସରେ ଅଭିଯୋଗ କରୁଥିଲେ ପୋଲିସ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିଲା କି ଚୋରକୁ ଧରୁ ନ ଥିଲା। ଏପରିକି ଲୋକଙ୍କ ଲିଖିତ ଅଭିଯୋଗକୁ ରେଜିଷ୍ଟ୍ରେସନ ମଧ୍ୟ କରୁନାହାନ୍ତି। ଏହାକୁ ନେଇ ଏଠାରେ ଜନ ଅସନ୍ତୋଷ ଲାଗିରହିଛି । ପୋଲିସ ଉପରୁ ଭରସା ତୁଟାଇ ଲୋକେ ନିଜେ ଚୋରକୁ ଧରିବା ଲାଗି ରାତି ରାତି ନ ଶୋଇ ଜଗି ରହିବାରେ ଲାଗିଛନ୍ତି। ଇତିମଧ୍ୟରେ ବୁଧବାର ରାତିରେ କାଳୀ ମନ୍ଦିର ଛକ ନିକଟରେ ଥିବା ଅଖିଳ ଦାଶଙ୍କ ପରିବାର ଲୋକେ ଘର ବାହାରେ ବସି କଥାବାର୍ତ୍ତା ହେଉଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଜଣ ଯୁବକ ବାରିପଟୁ ଘରେ ପଶି ଆଲମାରି ଭାଙ୍ଗି ସୁନା ଗହଣା ବାହାର କରୁଥିବା ବେଳେ ଶବ୍ଦ ହୋଇଥିଲା। ଏହା ଶୁଣି ସମସ୍ତେ ଘର ମଧ୍ୟକୁ ଯାଇ ଦେଖିବା ବେଳେ ଚୋର ମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଅନ୍ଧାରର ସୁଯୋଗ ନେଇ ଜଣେ ଚମ୍ପଟ ମାରିଥିବା ବେଳେ ଅନ୍ୟ ଜଣକୁ ଗୋଡାଇ ଗୋଡାଇ କାବୁ କରିଥିଲେ। କାବୁ କରିଥିବା ଯୁବକ ହେଲେ ପୁରୁଷୋତ୍ତମପୁର ମେନ ରୋଡ ହନୁମାନ ବଜାରର ହୃଷିକେଶ ପଣ୍ଡା ଓରଫ ହୃଷି। ତାଙ୍କ ଠାରୁ ୨୦ ଗ୍ରାମର ସୁନା ହାରକୁ ଉଦ୍ଧାର କରିବା ସହ ଅଟକ ରଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଯିବା ପରେ ହୃଷିକୁ ଜିମା ଦେଇଥିଲେ। ଏଥିନେଇ ଅଖିଳ ପୋଲିସରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ସେ ପୂର୍ବରୁ ଏଭଳି ବିଭିନ୍ନ ସ୍ଥାନରେ ଚୋରି କରି ବହୁବାର ଜେଲ ଯାଇଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପବନ୍ଧୁ ଭବନକୁ ଐତିହ୍ୟ ମାନ୍ୟତା ଦାବିରେ କଂଗ୍ରେସର ରାଲି

ବାରିପଦା ଅଫିସ,୧୦ା୨: ବାରିପଦାରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ଭବନକୁ ଐତିହ୍ୟ ସ୍ଥଳର ମାନ୍ୟତା, ସଂଗ୍ରହାଳୟ ପ୍ରତିଷ୍ଠା ଓ ପାଠାଗାରର ପୁନରୁଦ୍ଧାର ନିମନ୍ତେ ମୟୂରଭଞ୍ଜ ଜିଲା କଂଗ୍ରେସ...

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା: ଜଣେ ସନ୍ଦିଗ୍ଧ ଚିହ୍ନଟ, ୪ ଜେଟିପିଙ୍କୁ ଜେରା

ପୁରୀ ଅଫିସ,୫।୪: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଚିହ୍ନଟ କରାଯାଇଛି। ତେବେ ସେ ସେବାୟତ କି ନୁହେଁ ତାହା...

କୁମ୍ଭୀରଭରା ନଦୀରେ ଜୀବନ ବାଜି

ମହାକାଳପଡ଼ା,୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜୀବିକା ପାଇଁ ଜୀବନ ମରଣ ଦୋଛକିରେ ଅଭାବୀ ମଣିଷ। ପେଟ ଚାଖଣ୍ଡେ ପାଇଁ କୁମ୍ଭୀର ଭରା ନଦୀରେ ଦୈନଦିନ ଚାଲିଛି ଜୀବିକା...

ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବୁଧବାର ୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ...

କୁଜଙ୍ଗ ବଳାତ୍କାର ଘଟଣା: ୧୮ ସୁଦ୍ଧା ଅଭିଯୁକ୍ତ ଗିରଫ ନ ହେଲେ ରେଳରୋକୋ କରିବ ଭାଜପା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟରେ ନାରୀ ନିର୍ଯାତନା, ମହିଳା ଓ ନାବାଳିକା ବଳାତ୍କାର ଭଳି ନିନ୍ଦନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ରାଜ୍ୟର ବହୁଚର୍ଚ୍ଚିତ ବଳାତ୍କାର ଏବଂ...

ଦେବଗଡରେ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ

ଦେବଗଡ, ୬ା୫(ଡି.ଏନ.ଏ.): କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ଦେବଗଡ ଜିଲା ନିମନ୍ତେ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଶକ୍ତି ବିଭାଗର ସଚିବ ବିଷ୍ଫୁପଦ ସେଠୀ ଏବଂ ସ୍ବତନ୍ତ୍ର...

ହାତବାନ୍ଧି ବସିଛନ୍ତି ଶତାଧିକ ବୁଣାକାର ପରିବାର

ବଲାଙ୍ଗୀର ଅଫିସ, ୨୦ା୪: ଲକ୍‌ଡାଉନ୍‌ ଯୋଗୁ ବଲାଙ୍ଗୀର ଜିଲା ବୁଣାକାରମାନେ ସେମାନଙ୍କ ଜୀବନଜୀବିକା ନେଇ ଚିନ୍ତାରେ ପଡିଛନ୍ତି। ଲୋଇସିଂହା ବ୍ଲକ ଅନ୍ତର୍ଗତ ତାଲଜୁରୀ ଗ୍ରାମର ଶତାଧିକ...

ଚୌଦ୍ୱାର-କଟକ ବସ୍‌ ଚଳାଚଳ ଦାବି କଲେ ଲୋକେ

ଚୌଦ୍ୱାର,୧୧ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଗତ ମାର୍ଚ୍ଚ ୨୩ରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ...

Advertisement
Archives

Model This Week