ମୋବାଇଲ ଫୋନର ବ୍ୟବହାର ଆବଶ୍ୟକତାଠାରୁ ଅଧିକ କରୁଛନ୍ତି ଲୋକେ: ମୋବାଇଲ ଉଦ୍ଭାବକ ମାର୍ଟିନ କୁପର…

ଓ୍ବାଶିଂଟନ,୩୦।୩ : ମୋବାଇଲ ଫୋନ ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ, କିନ୍ତୁ ଏହାର ସମସ୍ୟା ହେଉଛି ଲୋକମାନେ ଏହାକୁ ଆବଶ୍ୟକତାଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି। ୫୦ ବର୍ଷ ପୂର୍ବେ ମୋବାଇଲ ଫୋନ ଉଦ୍ଭାବନ କରିଥିବା ଆମେରିକୀୟ ଇଞ୍ଜିନିୟର ମାର୍ଟିନ କପୁର୍‌ କହିଛନ୍ତି। ତାଙ୍କୁ ମୋବାଇଲ ଫୋନର ପିତା କୁହାଯାଏ। ସେ କୁହନ୍ତି ଯେ ଆମ ପକେଟରେ ଥିବା ସୁନ୍ଦର ଛୋଟ ଉପକରଣର ବହୁ କ୍ଷମତା ରହିବା ସହିତ ବିଭିନ୍ନ ପ୍ରକାର ଉପଯୋଗିତା ରହିଛି। ଏହା ଦିନେ ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଭଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ। କିନ୍ତୁ ବର୍ତ୍ତମାନ, ଆମେ ମୋବାଇଲ ଫୋନ ସହିତ ଟିକେ ଜଡ଼ିତ ରହିଥିବା ପରି ମନେ ହେଉଛି ।

କାଲିଫର୍ନିଆର ଡେଲ ମାର୍ସ୍ଥିତ କାର୍ଯ୍ୟାଳୟରେ ୯୪ ବର୍ଷିୟ ମାର୍ଟିନ କୁପର୍‌ କହିଛନ୍ତି, ଯେତେବେଳେ ମୁଁ ରାସ୍ତାରେ ଯାଉଥିବା ସମୟରେ କେହି ଜଣେ ତାଙ୍କ ମୋବାଇଲ ଫୋନ ବ୍ୟବହାର କରୁଥିବାର ଦେଖେ, ମୁଁ ଆଶ୍ଚର୍ଯ୍ୟ ହୋଇଯାଏ। ଏହା ଯୋଗୁ ବେଳେବେଳେ ଛୋଟବଡ ଦୁର୍ଘଟଣା ମଧ୍ୟ ହୋଇଥାଏ।

ମାର୍ଟିନ କୁପର୍‌ ଏକ ଆପଲ ୱାଚ ପିନ୍ଧନ୍ତି ଏବଂ ଏକ ଟପ-ଏଣ୍ଡ ଆଇଫୋନ ବ୍ୟବହାର କରନ୍ତି। ତାଙ୍କ ଇମେଲ, ଫଟୋ, ୟୁଟ୍ୟୁବ ଏବଂ ତାଙ୍କ ଶ୍ରବଣ ସହାୟତା ନିୟନ୍ତ୍ରଣ ଯନ୍ତ୍ର ମଧ୍ୟରେ ଯୋଗାଯୋଗ କରିବାକୁ ପ୍ରୟାସ କରିଥାନ୍ତି।
୩ ଏପ୍ରିଲ ୧୯୭୩ ରେ, ପ୍ରଥମ ଥର ପାଇଁ ସେ ମୋବାଇଲ ଫୋନ କଲ କରିବା ପାଇଁ ବ୍ୟବହାର କରିଥିଲେ। ସେତେବେଳେ ସେ ମୋଟରୋଲା କମ୍ପାନୀରେ କାମ କରୁଥିଲେ। ସେ ଡିଜାଇନର୍‌ ଏବଂ ଇଞ୍ଜିନିୟର୍ମାନଙ୍କର ଏକ ଦଳକୁ ଆଗେଇ ନେଉଥିଲେ, ଯେଉଁମାନେ ପ୍ରଥମ ସଠିକ ମୋବାଇଲ ଟେକ୍ନୋଲୋଜି ଆଣିବା ପାଇଁ ନିୟୋଜିତ ଥିଲେ । ୧୮୭୭ ମସିହାରେ ମୋଟରୋଲା ପ୍ରତିଷ୍ଠା ହେବା ପରଠାରୁ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଆମେରିକୀୟ ଟେଲି ଯୋଗାଯୋଗ ଉପରେ ପ୍ରାଧାନ୍ୟ ଦେଇଥିବା ବେଲ ସିଷ୍ଟମକୁ ଶେଷ କରିବାକୁ ଆଶା କରି କମ୍ପାନୀ ମୋବାଇଲ ଫୋନ୍‌ ପ୍ରକଳ୍ପରେ ଲକ୍ଷ ଲକ୍ଷ ଡଲାର ବିନିଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?