ମୋବାଇଲ ଫୋନର ବ୍ୟବହାର ଆବଶ୍ୟକତାଠାରୁ ଅଧିକ କରୁଛନ୍ତି ଲୋକେ: ମୋବାଇଲ ଉଦ୍ଭାବକ ମାର୍ଟିନ କୁପର…

ଓ୍ବାଶିଂଟନ,୩୦।୩ : ମୋବାଇଲ ଫୋନ ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ, କିନ୍ତୁ ଏହାର ସମସ୍ୟା ହେଉଛି ଲୋକମାନେ ଏହାକୁ ଆବଶ୍ୟକତାଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି। ୫୦ ବର୍ଷ ପୂର୍ବେ ମୋବାଇଲ ଫୋନ ଉଦ୍ଭାବନ କରିଥିବା ଆମେରିକୀୟ ଇଞ୍ଜିନିୟର ମାର୍ଟିନ କପୁର୍‌ କହିଛନ୍ତି। ତାଙ୍କୁ ମୋବାଇଲ ଫୋନର ପିତା କୁହାଯାଏ। ସେ କୁହନ୍ତି ଯେ ଆମ ପକେଟରେ ଥିବା ସୁନ୍ଦର ଛୋଟ ଉପକରଣର ବହୁ କ୍ଷମତା ରହିବା ସହିତ ବିଭିନ୍ନ ପ୍ରକାର ଉପଯୋଗିତା ରହିଛି। ଏହା ଦିନେ ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଭଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ। କିନ୍ତୁ ବର୍ତ୍ତମାନ, ଆମେ ମୋବାଇଲ ଫୋନ ସହିତ ଟିକେ ଜଡ଼ିତ ରହିଥିବା ପରି ମନେ ହେଉଛି ।

କାଲିଫର୍ନିଆର ଡେଲ ମାର୍ସ୍ଥିତ କାର୍ଯ୍ୟାଳୟରେ ୯୪ ବର୍ଷିୟ ମାର୍ଟିନ କୁପର୍‌ କହିଛନ୍ତି, ଯେତେବେଳେ ମୁଁ ରାସ୍ତାରେ ଯାଉଥିବା ସମୟରେ କେହି ଜଣେ ତାଙ୍କ ମୋବାଇଲ ଫୋନ ବ୍ୟବହାର କରୁଥିବାର ଦେଖେ, ମୁଁ ଆଶ୍ଚର୍ଯ୍ୟ ହୋଇଯାଏ। ଏହା ଯୋଗୁ ବେଳେବେଳେ ଛୋଟବଡ ଦୁର୍ଘଟଣା ମଧ୍ୟ ହୋଇଥାଏ।

ମାର୍ଟିନ କୁପର୍‌ ଏକ ଆପଲ ୱାଚ ପିନ୍ଧନ୍ତି ଏବଂ ଏକ ଟପ-ଏଣ୍ଡ ଆଇଫୋନ ବ୍ୟବହାର କରନ୍ତି। ତାଙ୍କ ଇମେଲ, ଫଟୋ, ୟୁଟ୍ୟୁବ ଏବଂ ତାଙ୍କ ଶ୍ରବଣ ସହାୟତା ନିୟନ୍ତ୍ରଣ ଯନ୍ତ୍ର ମଧ୍ୟରେ ଯୋଗାଯୋଗ କରିବାକୁ ପ୍ରୟାସ କରିଥାନ୍ତି।
୩ ଏପ୍ରିଲ ୧୯୭୩ ରେ, ପ୍ରଥମ ଥର ପାଇଁ ସେ ମୋବାଇଲ ଫୋନ କଲ କରିବା ପାଇଁ ବ୍ୟବହାର କରିଥିଲେ। ସେତେବେଳେ ସେ ମୋଟରୋଲା କମ୍ପାନୀରେ କାମ କରୁଥିଲେ। ସେ ଡିଜାଇନର୍‌ ଏବଂ ଇଞ୍ଜିନିୟର୍ମାନଙ୍କର ଏକ ଦଳକୁ ଆଗେଇ ନେଉଥିଲେ, ଯେଉଁମାନେ ପ୍ରଥମ ସଠିକ ମୋବାଇଲ ଟେକ୍ନୋଲୋଜି ଆଣିବା ପାଇଁ ନିୟୋଜିତ ଥିଲେ । ୧୮୭୭ ମସିହାରେ ମୋଟରୋଲା ପ୍ରତିଷ୍ଠା ହେବା ପରଠାରୁ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଆମେରିକୀୟ ଟେଲି ଯୋଗାଯୋଗ ଉପରେ ପ୍ରାଧାନ୍ୟ ଦେଇଥିବା ବେଲ ସିଷ୍ଟମକୁ ଶେଷ କରିବାକୁ ଆଶା କରି କମ୍ପାନୀ ମୋବାଇଲ ଫୋନ୍‌ ପ୍ରକଳ୍ପରେ ଲକ୍ଷ ଲକ୍ଷ ଡଲାର ବିନିଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri