ରେଲଓ୍ବେକୁ ଜାଗା ଦେଇ ହଇରାଣ ହେଉଛନ୍ତି ଲୋକେ

ସୁନାବେଡା, ୪ା୪ (ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡିସ୍ଥିତ ନାଲ୍‌କୋ ଭିଆଇପି ଅତିଥି ଭବନରେ ଅବିଭକ୍ତ କୋରାପୁଟ ଜିଲାର ରେଲୱେ ଜମିହରା ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କ କୋରାପୁଟ ଜିଲା ଗସ୍ତ ଅବସରରେ ସଂଘ ଏହି ଦାବିପତ୍ର ଦେଇଥିଲା। ଦୀର୍ଘବର୍ଷ ହେବ କୋରାପୁଟଠାରୁ ରାୟଗଡ଼ା ପର୍ଯ୍ୟନ୍ତ ନିର୍ମିତ ରେଳ ଲାଇନ ପାଇଁ ୧୦୯ଟି ଗ୍ରାମର ୧୩୮୦ ଜଣ ୨୬୫୭.୬୨ ଏକର ଜମି ହରାଇଥିଲେ । ଯେଉଁଥିରେ ୧୧ ପରିବାର ନିଜ ଘରଡିହ ହରାଇଥିବା ବେଳେ ୧୧୦ ପରିବାର ନିଜର ସମ୍ପୂର୍ଣ୍ଣ ଚାଷଜମି, ୧୦୨୭ଜଣ ୨୫ରୁ ୫୦ ଭାଗ,୧୪୮ଜଣ ୭୫ ଭାଗ, ୮୭ଜଣ ୫୦ରୁ ୭୫ଭାଗ ଚାଷଜମି ହରାଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୮୮ ଜଣଙ୍କୁ ରେଲଓ୍ବେ ଥଇଥାନ କରିଛି। ରେଲଓ୍ବେ ସେମାନଙ୍କ ଜମି ନେଇଥିବାରୁ ସେମାନଙ୍କୁ ଥଇଥାନ କରି ଚାକିରି ଦେବ ବୋଲି ଏହି ଜମିହରାମାନେ ଆଶା ରଖିଥିଲେ। ମାତ୍ର ରେଲଓ୍ବେ ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରିନି କି ଚାକିରି ମଧ୍ୟ ଦେଇନି। ଫଳରେ ଜାଗାବାଡି ଦେଇ ଏବେ ଲୋକେ ହଇରାଣ ହେଉଛନ୍ତି। ଘରବାଡି ହରାଇଥିବା ଅବଶିଷ୍ଟ ୧୧୯୨ ଜଣଙ୍କୁ ରେଲଓ୍ବେ କେବେ ଚାକିରି ଦେଇ ଥଇଥାନ କରିବ ସେନେଇ ସଂଘ ପ୍ରଶ୍ନ ଉଠାଇଛି। ଏ ଦିଗରେ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରେଳ ଧାରଣାରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି ଜମିହରା ସଂଘ ସମ୍ପାଦକ ପଦନ ଗୌଡ଼। ସୂଚନାଯୋଗ୍ୟ, ଏ ସମ୍ପର୍କରେ ଆଜିକୁ ୬ ବର୍ଷରୁ ଊଦ୍ଧର୍‌ବ ହେବ ଜିଲା ପ୍ରଶାସନଠାରୁ ଆରମ୍ଭକରି ରାଜ୍ୟ ସରକାର,ରେଲଓ୍ବେର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ସଂଘ ସଭାପତି ଜଳନ୍ଧର ଖିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାଧନ: ସୁପ୍ରିମକୋର୍ଟଙ୍କୁ ଦିଆଗଲାଣି ୮ ରିପୋର୍ଟ

କଟକ,୨୯।୧୧ (କାର୍ତ୍ତିକ ସାହୁ): କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଦଶମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ...

ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ

ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ନିୟମଗିରି ପାଦଦେଶରେ ଷ୍ଟ୍ରବେରି ଚାଷ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଡଙ୍ଗରିଆମାନେ କଦଳୀ, ସପୁରି, ହଳଦୀ,...

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି...

ବୈପାରୀଗୁଡା ଆଇଆଇସି ଗିରଫ

ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ।...

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ...

ପାନୀୟ ଜଳ ହେଉଛି ବିଷାକ୍ତ

ଯାଜପୁର/ରଗଡ଼ି,୨୮ା୧୧(ହର୍ଷବର୍ଦ୍ଧନ ବେହେରା/ଯତିଶ ମଲ୍ଲିକ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ରେ ଏବେ କୋରେଇ ବ୍ଲକ ମଞ୍ଜୁରୀ ମୌଜା ଅଞ୍ଚଳର ବିଭିନ୍ନ...

କୋବି ଚାଷକରି ମଡେଲ ସାଜିଲେ ସରପଞ୍ଚ

ଦାରିଙ୍ଗବାଡି,୨୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଅନେକ ସମୟରେ ଅତି ଭଲ ପନିପରିବା ଚାଷ ହୋଇଥାଏ। ଜିଲାର ଦାରିଙ୍ଗବାଡିରେ ବନ୍ଧା ଓ ଫୁଲ କୋବି ସହ ବିନ୍‌,...

ବୈପାରିଗୁଡ଼ା ଥାନା ଅଧିକାରୀଙ୍କ କ୍ବାର୍ଟର୍ସରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ୱର,୨୮।୧୧: କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ନଗଦ ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri