ଏକାଧିକ କ୍ରଶର ଉପରେ ଆୟକର ବିଭାଗର ଚଢ଼ାଉ

ଚଢ଼େଇଧରା, ୪।୪(ଡି.ଏନ.ଏ.): ଧର୍ମଶାଳା ବ୍ଲକର ବରଡା, ଲୁଣିବେର, ବିଛାଖଣ୍ଡି ଓ ରାହାଡପୁରଠାରେ ଥିବା ଏକାଧିକ କ୍ରସର ଉପରେ ସୋମବାର ଆୟକର ବିଭାଗ ତରଫରୁ ଚଢାଉ କରାଯାଇଛି। ସକାଳୁ ଆରମ୍ଭ ହୋଇଥିବା ଚଢାଉରେ ବହୁ ସଂଖ୍ୟକ କର୍ମଚାରୀ ସାମିଲ ହୋଇଥିଲେ। ବରଡା ମୌଜାରେ ରହିଥିବା ଅମିତ କ୍ରସର, ଉତ୍କଳ କ୍ରସର, ମୁଦୁଲି କ୍ରସର ଓ ଏକ ତେଲ ଟାଙ୍କି ଉପରେ ଚଢାଉ ହୋଇଥିବା ସୂଚନା ମିଳିଛି। ତେବେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ମିଳିନାହିଁ। ଚଢାଉରେ ସାମିଲ ଥିବା ଅଧିକାରୀମାନେ କିଛି କହିବାକୁ ମନା କରିଛନ୍ତି। ତେବେ ଏହା ଆୟକର ବିଭାଗର ଚଢାଉ ବୋଲି କହିଛନ୍ତି। ଚଢାଉ ସମୟରେ ଏକାଧିକ କମ୍ପ୍ୟୁଟରର ହାର୍ଡ ଡିକ୍ସ ଜବତ କରିଥିବା ସୁଚନା ମିଳିଛି। ଏଭଳି ଚଢାଉ ୨୦୨୨ ଜୁଲାଇ ୧୬ରେ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ତଥ୍ୟ ମିଳିପାରି ନାହିଁ। ଅନ୍ୟପକ୍ଷେ ବହୁ ବଡ କ୍ରସର ଏହି ଚଢାଉରୁ ବାଦ ପଡିଛି। ବରଡା ମୌଜାରେ ଥିବା ମା ଓ ଚଣ୍ଡୀ କ୍ରସରରେ ଚଢାଉ କରାଯାଇ ନାହିଁ। ଏହି ଚଢାଉ ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ଧର୍ମଶାଳା ଅଞ୍ଚଳରେ ଚାଲିଥିବା କ୍ରସରଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିଲେ ୨୩ ପ୍ରବାସୀ ଓଡିଆ

ବନ୍ତ,୫।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ୍‌ ସମୟରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆ ମାନେ ଏବେ ବସ୍‌ ଯୋଗେ ଆସି ନିଜ ଗ୍ରାମରେ ପହଞ୍ଚିଥିବାର ଦେଖାଯାଇଛି। ଭଦ୍ରକ...

ସିରିଜ ଚୋରି ଘଟଣା : ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର ଓ ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୧।୭: ସଦର ଥାନା ପୋଲିସ ଫେରାର ଥିବା ଏକ ପେସାଦାର ଚୋର ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର...

ଭଙ୍ଗା ପାଇପ ସଜାଡ଼ିବାକୁ ମିସ୍ତ୍ରୀ ମାଗିଲେ ୪ ଲକ୍ଷ, ବିଲ୍‌ ଭାଇରାଲ

ବ୍ରିଟେନର ଜଣେ ପ୍ଲମ୍ବର ବା ପାଇପ୍‌ ମିସ୍ତ୍ରୀଙ୍କ ବିଲ୍‌ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ଲମ୍ବର ଜଣକ ତାଙ୍କର ଜଣେ ଛାତ୍ରଙ୍କ ଘରେ ଭଙ୍ଗା ପାଇପ...

ସିଲଭର୍‌ ସିଟିରେ ଇ-ଟଏଲେଟ ବ୍ୟବସ୍ଥା; ଟଙ୍କାଏ ଦେଲେ ଖୋଲିବ କବାଟ

କଟକ ଅଫିସ, ୨୭।୧୦: ସିଲଭର୍‌ ସିଟିରେ ଆରମ୍ଭ ହେଲା ଇ-ଟଏଲେଟ ବ୍ୟବସ୍ଥା। ବୁଧବାର ମଧୁପାଟଣା ଏବଂ ଓଏମ୍‌ପି ଛକରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର...

ଅନ୍ତ୍ୟେଷ୍ଟି କ୍ରିୟାରେ ନିମ୍ନମାନର ଘିଅ ବ୍ୟବହାର

ପୁରୀ ଅଫିସ,୧୪।୯: ପୁରୀ ସ୍ବର୍ଗଦ୍ୱାରରେ ସତ୍କାର କଲେ ମୃତବ୍ୟକ୍ତିଙ୍କୁ ପୁଣ୍ୟ ପ୍ରାପ୍ତି ହେଉଥିବା ବିଶ୍ୱାସରେ ଲୋକେ ଏଠାକୁ ଆସନ୍ତି। ହେଲେ ସ୍ବର୍ଗଦ୍ୱାରରେ ପୂଜା ଓ ଅନ୍ତ୍ୟେଷ୍ଟି...

ପଞ୍ଚାୟତ ବୈଠକରେ ଓ୍ବାର୍ଡ ସଭ୍ୟଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡ଼ା ପଞ୍ଚାୟତରେ ଶନିବାର ଅନୁଷ୍ଠିତ ପଞ୍ଚାୟତ ବୈଠକ ବେଳେ ଏକ ରାସ୍ତା କାମକୁ ନେଇ ଜଣେ ବ୍ୟକ୍ତି ଓ୍ବାର୍ଡ...

ଜିଲାରେ ହେବ ବରିଷ୍ଠ ନାଗରିକ ପୁର୍ନବାସ କେନ୍ଦ୍ର

ଯାଜପୁର ଅଫିସ,୨୮।୮- ଯାଜପୁର ଜିଲାରେ ପ୍ରାୟ ୨୫ଏକର ପରିମିତ ଜାଗାରେ ବରିଷ୍ଠ ନାଗରିକ ପୁନର୍ବାସ କେନ୍ଦ୍ର କରାଯିବ ା ଏଥିରେ ବିବିଧ ସୁବିଧା ଓ ବରିଷ୍ଠ...

ସ୍ତ୍ରୀ ଅଧ୍ୟକ୍ଷା, ସ୍ବାମୀ ଉପାଧ୍ୟକ୍ଷ

ଗୁଣପୁର,୭ା୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦକୁ ଦଖଲ କରିଛନ୍ତି ସ୍ତ୍ରୀ ଏବଂ ସ୍ବାମୀ। ସ୍ବାଧୀନ ପ୍ରାର୍ଥତ୍ନୀ ମମତା ଗୌଡ଼ ପୌରାଧ୍ୟକ୍ଷ ହୋଇଥିବା ବେଳେ ସ୍ବାମୀ...

Advertisement
Archives

Model This Week