ଚିଟ୍‌ଫଣ୍ଡରେ ଟଙ୍କା ରଖି ଲୋକେ ହତାଶ: ବଣ୍ଡ୍‌ ଧରି ଥାନାରେ ପହଞ୍ଚିଲେ ହିତାଧିକାରୀ

ଚିତ୍ରକୋଣ୍ଡା,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁର ଲୋକେ ଦୀର୍ଘ ବର୍ଷ ହେଲା ଚିଟ୍‌ଫଣ୍ଡରେ ଟଙ୍କା ରଖି ଠକେଇର ଶିକାର ହୋଇଛନ୍ତି। ଏପରିକି ଆଜିପର୍ଯ୍ୟନ୍ତ ଟଙ୍କା ଫେରି ପାଇବା କିମ୍ବା କ୍ଷତିପୂରଣ ପାଇବାର କୌଣସି ବିକଳ୍ପ ନ ପାଇ ହତାଶ ହୋଇ ଶେଷରେ ହିତାଧିକାରୀ ବଣ୍ଡ୍‌ ଧରି ପାପରମେଟେଲା ଥାନାରେ ଏଜେଣ୍ଟଙ୍କ ନାମରେ ଏତଲା ଦେଇଥିବା ଜଣାପଡ଼ିଛି।

ଗତ ୨୦.୧୦.୨୦ରେ ବିଭିନ୍ନ ପଞ୍ଚାୟତ ଶହ ଶହ ଚିଟ୍‌ଫଣ୍ଡ ଜମାକାରୀ ନିଜର ବଣ୍ଡ୍‌ ଧରି କ୍ଷତିପୂରଣ ପାଇଁ ଆନ୍ଦୋଳନ କରି ପଦକ୍ଷେପ ନେବାକୁ ଦାବି କରିଥିଲେ ମଧ୍ୟ ତା’ର କୌଣସି ସୁଫଳ ପାଇନାହାନ୍ତି। ସନସାଇନ୍‌ କମ୍ପାନୀ ଓ ପିଏସିଏଲ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀର ଏଜେଣ୍ଟଙ୍କ ନାମରେ ଏନେଇ ଲୋକେ ଅଭିଯୋଗ କରିଛନ୍ତି। କେବଳ କଦଳୀବନ୍ଧା ନୁହେଁ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବହୁ ଗ୍ରାମ ଲୋକ ଟଙ୍କା ରଖି ହତାଶ ହୋଇଛନ୍ତି। ଅଭିଯୋଗକାରୀ ଲେକୁ ଖୀଲ,ଏରାନା ଖିଲ,ସନୁ ହାନ୍ତାଲ, ଲେସେ ହନ୍ତାଳ ପ୍ରମୁଖ ଏଜେଣ୍ଟ ପୀତାମ୍ବର ଖେମୁଡୁ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପାପରମେଟେଲା ଥାନାଧିକାରୀ ଲଷ୍ମୀନାରାୟଣ ମୁଦୁଲିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଅଭିଯୋଗ କରାଯାଇଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ,୨୯।୧୦: ଭଦ୍ରକ ଟାଉନ ଥାନା ଅଧୀନ ମୋଟେଲ ଛକରୁ ସୋମବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ସୂଚନାଯୋଗ୍ୟ, କୌଣସି...

ବାଳିକା ଉଚ୍ଚ ବିଦ୍ୟାଳୟରୁ ଚୋରି କରି ୨ଗିରଫ

ବଡ଼ବିଲ,୧।୧୦(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ନଗର ବାଳିକା ଉଚ୍ଚ ବିଦ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରୀ ଅଭିଯୋଗରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ...

ବିପଦସଙ୍କୁଳ ଅବସ୍ଥାରେ ଝୁଲୁଛି ଶୁଖିଲା ଗଛ

ଅମରପାଲି,୨ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କଲୋନୀରେ ଏକ ବିରାଟକାୟ ଶୁଖିଲା ଗଛ ବିପଦ ସଂକୁଳ ଅବସ୍ଥାରେ ରହିଛି। ଯେକୌଣସି ମୁହୂର୍ତ୍ତରେ ଗଛ ଭାଙ୍ଗି ପଡିବା...

ଅଟକିଲା କଟକ

କଟକ ଅଫିସ,୨୨।୩: କଟକ ସହରରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୭ଟାରୁ ସହରର ରାସ୍ତାଘାଟ ଶୂନଶାନ ହୋଇପଡିଛି। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ...

ଶତାଧିକ ଏକର ତରଭୁଜ ଚାଷ ନଷ୍ଟ

ମାଲକାନଗିରି,୨୦ା୩ (ଡି.ଏନ୍‌.ଏ.): ଚଳିତ ବର୍ଷ ମାଲକାନଗିରି ଜିଲାରେ ବହୁ ଚାଷୀ ତରଭୁଜ ସହ ପୋଟଳ, କାକୁଡି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ଭଲ ଫସଲ...

ଲୋକାର୍ପଣ ପରେ କେନାଲ ଶୁଖିଲା

କେନ୍ଦ୍ରାପଡ଼ା ଅଫିସ,୮ା୮: ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଗତ ମେ ୧୮ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ରାଜ୍ୟ ଜଳସମ୍ପଦ ବିଭାଗ...

ସରକାରୀ ନିୟମ ନ ମାନିବାକୁ ଚେତାବନୀ

ଯୋଡ଼ା,୧୫ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି କ୍ଷେତ୍ରରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟର ମାଧ୍ୟମରେ ସରକାରଙ୍କ ନିୟମକାନୁନ ନ ମାନିବା ପାଇଁ ଖୋଲାଖୋଲି ଆହ୍ବାନ...

ସ୍ବାମୀଙ୍କୁ ଚାପୁଡ଼ା ମାରି ନବବିବାହିତା ଫେରାର: ନନ୍ଦିନୀଙ୍କ ବିରୋଧରେ ୪୨୦ ଦଫା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀ ବଳରାମ ସାହୁଙ୍କୁ ଚାପୁଡ଼ା ମାରି ଫେରାର ହୋଇଯାଇଥିବା ନବବଧୂ ନନ୍ଦିନୀଙ୍କ ନାଁରେ ଭରତପୁର ଥାନା ପୋଲିସ ଗୁରୁବାର ଠକେଇ(ଦଫା ୪୨୦)ରେ ଏକ...

Advertisement
Archives

Model This Week