ଚିଟ୍‌ଫଣ୍ଡରେ ଟଙ୍କା ରଖି ଲୋକେ ହତାଶ: ବଣ୍ଡ୍‌ ଧରି ଥାନାରେ ପହଞ୍ଚିଲେ ହିତାଧିକାରୀ

ଚିତ୍ରକୋଣ୍ଡା,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁର ଲୋକେ ଦୀର୍ଘ ବର୍ଷ ହେଲା ଚିଟ୍‌ଫଣ୍ଡରେ ଟଙ୍କା ରଖି ଠକେଇର ଶିକାର ହୋଇଛନ୍ତି। ଏପରିକି ଆଜିପର୍ଯ୍ୟନ୍ତ ଟଙ୍କା ଫେରି ପାଇବା କିମ୍ବା କ୍ଷତିପୂରଣ ପାଇବାର କୌଣସି ବିକଳ୍ପ ନ ପାଇ ହତାଶ ହୋଇ ଶେଷରେ ହିତାଧିକାରୀ ବଣ୍ଡ୍‌ ଧରି ପାପରମେଟେଲା ଥାନାରେ ଏଜେଣ୍ଟଙ୍କ ନାମରେ ଏତଲା ଦେଇଥିବା ଜଣାପଡ଼ିଛି।

ଗତ ୨୦.୧୦.୨୦ରେ ବିଭିନ୍ନ ପଞ୍ଚାୟତ ଶହ ଶହ ଚିଟ୍‌ଫଣ୍ଡ ଜମାକାରୀ ନିଜର ବଣ୍ଡ୍‌ ଧରି କ୍ଷତିପୂରଣ ପାଇଁ ଆନ୍ଦୋଳନ କରି ପଦକ୍ଷେପ ନେବାକୁ ଦାବି କରିଥିଲେ ମଧ୍ୟ ତା’ର କୌଣସି ସୁଫଳ ପାଇନାହାନ୍ତି। ସନସାଇନ୍‌ କମ୍ପାନୀ ଓ ପିଏସିଏଲ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀର ଏଜେଣ୍ଟଙ୍କ ନାମରେ ଏନେଇ ଲୋକେ ଅଭିଯୋଗ କରିଛନ୍ତି। କେବଳ କଦଳୀବନ୍ଧା ନୁହେଁ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବହୁ ଗ୍ରାମ ଲୋକ ଟଙ୍କା ରଖି ହତାଶ ହୋଇଛନ୍ତି। ଅଭିଯୋଗକାରୀ ଲେକୁ ଖୀଲ,ଏରାନା ଖିଲ,ସନୁ ହାନ୍ତାଲ, ଲେସେ ହନ୍ତାଳ ପ୍ରମୁଖ ଏଜେଣ୍ଟ ପୀତାମ୍ବର ଖେମୁଡୁ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପାପରମେଟେଲା ଥାନାଧିକାରୀ ଲଷ୍ମୀନାରାୟଣ ମୁଦୁଲିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଅଭିଯୋଗ କରାଯାଇଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri