ପେଣ୍ଠକଟାରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ପୁରୀ ଅଫିସ, ୮।୯:  ପୁରୀ ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସଜଡ଼ା ଯିବ। ସେମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ହେବ। ସେମାନେ କିପରି ଭଲଭାବେ ସେମାନଙ୍କ ମାଛ ବିକ୍ରି କରିବେ ସେ ନେଇ ଭିତ୍ତିଭୂମି ତିଆରି କରାଯିବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ରବିବାର ପୁରୀ ଗସ୍ତରେ ଆସି ଏ ସବୁର ଅନୁଧ୍ୟାନ କରିଛନ୍ତି। ନିର୍ଦ୍ଦେଶକ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ପୁରୀ ଜିଲାପାଳ ବଲୱନ୍ତ ସିଂ, ଜିଲା ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ବାଲିନୋଳିଆ ସାହି ଓ ପେଣ୍ଠକଟା ବେଳାଭୂମି ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର ନେତାଙ୍କ ସହ ସେମାନେ ଆଲୋଚନା କରିଥିଲେ। ମତ୍ସ୍ୟଜୀବୀଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଏବଂ ଭିତ୍ତିଭୂମି ଉପରେ ଏହି ଆଲୋଚନା ହୋଇଥିଲା।
ସମୁଦ୍ରରୁ ମାଛ ମାରି ଫେରୁଥିବା ମତ୍ସ୍ୟଜୀବୀମାନେ ଡଙ୍ଗାକୁ ଏଠିସେଠି ରଖୁଛନ୍ତି। ଫଳରେ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ତେଣୁ ଦିଗବାରିଣୀଠାରୁ ଲାଇଟ୍‌ ହାଉସ୍‌ ମଧ୍ୟରେ ଏଣିକି କୌଣସି ଡଙ୍ଗା ରଖାଯିବ ନାହିଁ। ଲାଇଟ୍‌ ହାଉସ୍‌ ସମ୍ମୁଖରେ ମତ୍ସ୍ୟଜୀବୀଙ୍କ ପାଇଁ ସେଫ୍‌ ବୋଟ୍‌ ପାର୍କିଂ (ଏସ୍‌ବିପି) କରାଯିବ। ଏହି ଗୋଟିଏ ଜାଗାରେ ସେମାନେ ଡଙ୍ଗା ରଖିବେ। ସେହିପରି ପେଣ୍ଠକଟାରେ ହଜାର ହଜାର ମତ୍ସ୍ୟଜୀବୀ ରହିଥିବାରୁ ଗଙ୍ଗାମାତା ନିକଟରେ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର (ଏଫ୍‌ଏଲସି) ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ସେଠାରେ ଥିବା ସରକାରୀ ଜାଗାକୁ ଅନୁଧ୍ୟାନ କରିଛନ୍ତି ନିର୍ଦ୍ଦେଶକ। ଏଫ୍‌ଏଲସି ନିର୍ମାଣ କରାଗଲେ ସେଠାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯିବେ ଏବଂ ମାଛ ଆଣି ସେହିଠାରେ ବିକ୍ରି କରିପାରିବେ। ତେବେ ଏସବୁର ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରାଯିବା ପରେ ଏହାର ଭିତ୍ତିଭୂମି ବିକାଶ କରାଯିବ ବୋଲି ଆଲୋଚନା ହୋଇଛି। ସେହିପରି ବେଳାଭୂମିକୁ ସ୍ବଚ୍ଛ ଏବଂ ସୁନ୍ଦର ରଖିବା ଲାଗି ପ୍ରତ୍ୟେକ ମତ୍ସ୍ୟଜୀବୀ ଯନତ୍ବାନ ହେବେ। ଏହାଦ୍ୱାରା ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହେବେ ବୋଲି ମତ୍ସ୍ୟଜୀବୀ ନେତାଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହାପରେ ନିର୍ଦ୍ଦେଶକ ଏବଂ ଅଧିକାରୀମାନେ ତାଳବଣିଆଠାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ଯାଇଥିଲେ। ଏହି ମାର୍କେଟ କିପରି ଏବଂ କେବେଠାରୁ ନିର୍ମାଣ ଆରମ୍ଭ କରାଯିବ ତାହା ଉପରେ ଆଲୋଚନା କରିଥିଲେ। ସୂଚନାଥାଉ କି, ମତ୍ସ୍ୟ ବିଭାଗ ଭିତ୍ତିଭୂମି ପାଣ୍ଠିରୁ ପୁରୀରେ ଏକ ସ୍ବାସ୍ଥ୍ୟକର ଅତ୍ୟାଧୁନିକ ମାଛ ମାର୍କେଟ ନିର୍ମାଣ କରାଯିବ। ଏହାର ପ୍ରାକ୍‌ ଆକଳନ ୬ କୋଟି ଟଙ୍କା ରହିଥିବାବେଳେ ଏଥିଲାଗି ତାଳବଣିଆରେ ୨.୫ ଏକର ଜମି ଚିହ୍ନଟ ସରିଛି। ଏଠାରେ ପ୍ରଥମେ ୧୦୦ରୁ ଊର୍ଦ୍ଧ୍ୱ ମାଛ ବିକାଳୀଙ୍କୁ ମାଛ, କଙ୍କଡ଼ା ବିକିବାକୁ ସୁଯୋଗ ଦିଆଯିବ। ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଏହାକୁ ୨/୩ ମହଲା ବିଶିଷ୍ଟ କରାଯିବା ଯୋଜନା ରହିଛି। ଗୋଟିଏ ଛାତ ତଳେ ସବୁ ପ୍ରକାର ମାଛ, କଙ୍କଡ଼ା ଏପରି କି ଜୀଅନ୍ତା ମାଛ ବି ପାଇପାରିବେ ଗ୍ରାହକ। ସବୁଠୁ ବଡ଼ କଥା ହେଉଛି ସ୍ବାସ୍ଥ୍ୟକର ପରିବେଶକୁ ଅଧିକ ଗୁରୁତ୍ୱ ଦେଉଛି ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୪୫ ଡିଗ୍ରୀ ଟପିଗଲା ତାତି

ଭୁବନେଶ୍ୱର,୨୦।୪: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା। ଶନିବାର ବୌଦ୍ଧରେ ସର୍ବୋଚ୍ଚ ଦିନ...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri