ପେଣ୍ଠକଟାରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ପୁରୀ ଅଫିସ, ୮।୯:  ପୁରୀ ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସଜଡ଼ା ଯିବ। ସେମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ହେବ। ସେମାନେ କିପରି ଭଲଭାବେ ସେମାନଙ୍କ ମାଛ ବିକ୍ରି କରିବେ ସେ ନେଇ ଭିତ୍ତିଭୂମି ତିଆରି କରାଯିବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ରବିବାର ପୁରୀ ଗସ୍ତରେ ଆସି ଏ ସବୁର ଅନୁଧ୍ୟାନ କରିଛନ୍ତି। ନିର୍ଦ୍ଦେଶକ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ପୁରୀ ଜିଲାପାଳ ବଲୱନ୍ତ ସିଂ, ଜିଲା ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ବାଲିନୋଳିଆ ସାହି ଓ ପେଣ୍ଠକଟା ବେଳାଭୂମି ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର ନେତାଙ୍କ ସହ ସେମାନେ ଆଲୋଚନା କରିଥିଲେ। ମତ୍ସ୍ୟଜୀବୀଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଏବଂ ଭିତ୍ତିଭୂମି ଉପରେ ଏହି ଆଲୋଚନା ହୋଇଥିଲା।
ସମୁଦ୍ରରୁ ମାଛ ମାରି ଫେରୁଥିବା ମତ୍ସ୍ୟଜୀବୀମାନେ ଡଙ୍ଗାକୁ ଏଠିସେଠି ରଖୁଛନ୍ତି। ଫଳରେ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ତେଣୁ ଦିଗବାରିଣୀଠାରୁ ଲାଇଟ୍‌ ହାଉସ୍‌ ମଧ୍ୟରେ ଏଣିକି କୌଣସି ଡଙ୍ଗା ରଖାଯିବ ନାହିଁ। ଲାଇଟ୍‌ ହାଉସ୍‌ ସମ୍ମୁଖରେ ମତ୍ସ୍ୟଜୀବୀଙ୍କ ପାଇଁ ସେଫ୍‌ ବୋଟ୍‌ ପାର୍କିଂ (ଏସ୍‌ବିପି) କରାଯିବ। ଏହି ଗୋଟିଏ ଜାଗାରେ ସେମାନେ ଡଙ୍ଗା ରଖିବେ। ସେହିପରି ପେଣ୍ଠକଟାରେ ହଜାର ହଜାର ମତ୍ସ୍ୟଜୀବୀ ରହିଥିବାରୁ ଗଙ୍ଗାମାତା ନିକଟରେ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର (ଏଫ୍‌ଏଲସି) ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ସେଠାରେ ଥିବା ସରକାରୀ ଜାଗାକୁ ଅନୁଧ୍ୟାନ କରିଛନ୍ତି ନିର୍ଦ୍ଦେଶକ। ଏଫ୍‌ଏଲସି ନିର୍ମାଣ କରାଗଲେ ସେଠାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯିବେ ଏବଂ ମାଛ ଆଣି ସେହିଠାରେ ବିକ୍ରି କରିପାରିବେ। ତେବେ ଏସବୁର ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରାଯିବା ପରେ ଏହାର ଭିତ୍ତିଭୂମି ବିକାଶ କରାଯିବ ବୋଲି ଆଲୋଚନା ହୋଇଛି। ସେହିପରି ବେଳାଭୂମିକୁ ସ୍ବଚ୍ଛ ଏବଂ ସୁନ୍ଦର ରଖିବା ଲାଗି ପ୍ରତ୍ୟେକ ମତ୍ସ୍ୟଜୀବୀ ଯନତ୍ବାନ ହେବେ। ଏହାଦ୍ୱାରା ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହେବେ ବୋଲି ମତ୍ସ୍ୟଜୀବୀ ନେତାଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହାପରେ ନିର୍ଦ୍ଦେଶକ ଏବଂ ଅଧିକାରୀମାନେ ତାଳବଣିଆଠାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ଯାଇଥିଲେ। ଏହି ମାର୍କେଟ କିପରି ଏବଂ କେବେଠାରୁ ନିର୍ମାଣ ଆରମ୍ଭ କରାଯିବ ତାହା ଉପରେ ଆଲୋଚନା କରିଥିଲେ। ସୂଚନାଥାଉ କି, ମତ୍ସ୍ୟ ବିଭାଗ ଭିତ୍ତିଭୂମି ପାଣ୍ଠିରୁ ପୁରୀରେ ଏକ ସ୍ବାସ୍ଥ୍ୟକର ଅତ୍ୟାଧୁନିକ ମାଛ ମାର୍କେଟ ନିର୍ମାଣ କରାଯିବ। ଏହାର ପ୍ରାକ୍‌ ଆକଳନ ୬ କୋଟି ଟଙ୍କା ରହିଥିବାବେଳେ ଏଥିଲାଗି ତାଳବଣିଆରେ ୨.୫ ଏକର ଜମି ଚିହ୍ନଟ ସରିଛି। ଏଠାରେ ପ୍ରଥମେ ୧୦୦ରୁ ଊର୍ଦ୍ଧ୍ୱ ମାଛ ବିକାଳୀଙ୍କୁ ମାଛ, କଙ୍କଡ଼ା ବିକିବାକୁ ସୁଯୋଗ ଦିଆଯିବ। ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଏହାକୁ ୨/୩ ମହଲା ବିଶିଷ୍ଟ କରାଯିବା ଯୋଜନା ରହିଛି। ଗୋଟିଏ ଛାତ ତଳେ ସବୁ ପ୍ରକାର ମାଛ, କଙ୍କଡ଼ା ଏପରି କି ଜୀଅନ୍ତା ମାଛ ବି ପାଇପାରିବେ ଗ୍ରାହକ। ସବୁଠୁ ବଡ଼ କଥା ହେଉଛି ସ୍ବାସ୍ଥ୍ୟକର ପରିବେଶକୁ ଅଧିକ ଗୁରୁତ୍ୱ ଦେଉଛି ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?