Posted inUncategorized

ପେଙ୍ଗୁଇନ୍‌କୁ ମେଜର ଜେନେରାଲକୁ ପଦୋନ୍ନତି

ଇଡେନ୍‌ବର୍ଗ: ଦେଶର ସୁରକ୍ଷା ପାଇଁ ସୈନିକଙ୍କ ଯୋଗଦାନ ରହିଥାଏ। ହେଲେ ନିକଟରେ ଏକ ପେଙ୍ଗୁଇନ୍‌ର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ସେହି ପେଙ୍ଗୁଇନ୍‌ ସେନାର ଏକ ଅଂଶ ବୋଲି ଜଣାପଡିଛି। ବର୍ତ୍ତମାନ ଉକ୍ତ ପେଙ୍ଗୁଇନ୍‌କୁ ବ୍ରିଗେଡିୟର ପଦବୀରୁ ପଦୋନ୍ନତି କରାଯାଇ ମେଜର ଜେନେରାଲ ପଦବୀ ଦିଆଯାଇଛି। ସ୍କଟ୍‌ଲାଣ୍ଡର ଇଡେନ୍‌ବର୍ଗର ଚିଡ଼ିଆଖାନାରେ ରହୁଥିବା ସାର୍‌ ନିଲ୍ସ ଓଲାଭ୍‌ ତୃତୀୟ ନାମକ ଏକ ପେଙ୍ଗୁଇନ୍‌କୁ ନରୱିଜିୱାନ ସେନାର ବ୍ରିଗେଡିୟର ପଦବୀରୁ ମେଜର ଜେନେରାଲ ପଦବୀକୁ ପଦୋନ୍ନତି କରାଯାଇଛି। ନରୱିଜିୱାନ୍‌ ରାଜାଙ୍କ ଗାର୍ଡ ପାଇଁ ଶୁଭ ମାନୁଥିବା ଏହି ପକ୍ଷୀକୁ ଚିଡ଼ିଆଖାନାରେ ନିକଟରେ ଏକ ବିଶେଷ ସମାରୋହରେ ଏହି ପଦବୀରେ ସମ୍ମାନିତ କରାଯାଇଛି। ଏଠାରେ ପେଙ୍ଗୁଇନ୍‌କୁ ସମ୍ମାନିତ କରିବା ପରମ୍ପରା ୧୯୭୨ ମସିହାରୁ ଆରମ୍ଭ ହୋଇଛି। ସେତେବେଳେ ନରୱିଜିୱାନ୍‌ର ରାଜା ଚିଡ଼ିଆଖାନା ବୁଲିବାବେଳେ ସେଠାରେ ଏକ ପେଙ୍ଗୁଇନ୍‌କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହାକୁ ରାଜା ସେନାର ଶୁଭକାଂକ୍ଷୀ ଭାବେ ମାନିଥିଲେ। ସେବେଠାରୁ ପେଙ୍ଗୁଇନ୍‌କୁ ପଦୋନ୍ନତି କରାଯାଉଛି। ଏଠାରେ ସାର୍‌ ନିଲ୍ସ ଓଲାଭ୍‌ ତୃତୀୟକୁ ସେନାର ତୃତୀୟ ସଚ୍ଚୋଟ ର଼୍ୟାଙ୍କ୍‌ର ଅଧିକାରୀ କରାଯାଇଛି। ଏହି ପଦୋନ୍ନତି କାର୍ଯ୍ୟକ୍ରମରେ ସାର୍‌ ନିଲ୍ସ ଓଲାଭ୍‌ ତୃତୀୟ ପେଙ୍ଗୁଇନ୍‌ର ଏକ ଫଟୋ ଦେଖିବାକୁ ମିଳିଛି। ଏହି ପେଙ୍ଗୁଇନ୍‌ ଚିଡ଼ିଆଖାନାରେ ରହୁଥିବାବେଳେ ତାଙ୍କର ପଦୋନ୍ନତିର ଘୋଷଣା ଏକ୍ସ ଦ୍ୱାରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ଗିରିଜାଶଙ୍କରଙ୍କ ବିବାହ ସମ୍ପନ୍ନ

ପାଟଣା,୧୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ ଗୁରୁବାର ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ (ଶିବ ବିବାହ ଓ ଶୀତଳଷଷ୍ଠୀ) ଉତ୍ସବ…

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଜାତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଶିବ

ଛତ୍ରପୁର,୧୯ା୬(ଦିଲୀପ ସାମଲ): ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ଅଗଷ୍ଟ ୧୯ରୁ ସମ୍ପୂର୍ଣ୍ଣ ବନ୍ଦ କରି ଦେବାକୁ ନିଷ୍ପତ୍ତି…

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ…

ଜମି ବିବାଦରୁ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ପାରଳାଖେମୁଣ୍ଡି,୧୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଗୁରୁବାର ରାତିରେ ଗ୍ରାମର ଗୋଟିଏ ପରିବାରର ବାପପୁଅଙ୍କ ଉପରେ ମରଣାନ୍ତକ…

ଜଗନ୍ନାଥପୁର ପଞ୍ଚାୟତକୁ ଆଇଏସ୍‌ଓ ୯୦୦୧:୨୦୧୫ ମାନ୍ୟତା

ଲାଞ୍ଜିଗଡ଼,୧୯ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକର ଜଗନ୍ନାଥପୁର ଗ୍ରାମପଞ୍ଚାୟତ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏସ୍‌ଓ ୯୦୦୧ : ୨୦୧୫ ମାନ୍ୟତା ସହିତ ପ୍ରମାଣପତ୍ର ପ୍ରାପ୍ତ କରିଛି। ଏହି…

ରୟାଲ୍ ଏନଫିଲ୍ଡର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ‘Flying Flea C6’ ଲଞ୍ଚ୍: ଜାଣନ୍ତୁ ଦମଦାର୍ ଫିଚର୍ସ-ମୂଲ୍ୟ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡର ନୂଆ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ‘Flying Flea’ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Flying Flea C6 ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri