ଅନୁପ୍ରବେଶ, ଡାର୍କ ଟୁରିଜମ୍‌

ପର୍ଯ୍ୟଟନର ଅର୍ଥ କୌଣସି ସ୍ଥାନ ଭ୍ରମଣ କରିବା ଓ ସେ ସ୍ଥାନର ଭୌଗୋଳିକ ତଥା ପ୍ରାକୃତିକ ଦୃଶ୍ୟରାଜି ଉପଭୋଗ କରିବା। ପର୍ଯ୍ୟଟନ ସାଧାରଣତଃ ତିନିପ୍ରକାରର ଯଥା ସ୍ଥାନୀୟ, ଦେଶୀୟ ଓ ଆନ୍ତର୍ଜାତିକ। ପର୍ଯ୍ୟଟନ ଅବଧି ସ୍ବଳ୍ପକାଳ କିମ୍ବା ଦୀର୍ଘ ପରିବ୍ୟାପ୍ତ ହୋଇପାରେ। ପୂର୍ବେ ଜଳଯାତ୍ରା ଥିଲା ବିଦେଶ ଭ୍ରମଣର ଉପଯୁକ୍ତ ମାଧ୍ୟମ। ସେ ଯୁଗରେ ଜାହାଜରେ ଜଳଯାତ୍ରା କଲେ ଧର୍ମନଷ୍ଟ ହେବାର ଭୟ ହିନ୍ଦୁମାନଙ୍କ ମନରେ ଥିଲା। ତଥାପି ଅନନ୍ୟୋପାୟ ହୋଇ ଜଳଯାତ୍ରା କରିବାକୁ ହେଉଥିଲା। ଗାନ୍ଧିଜୀଙ୍କର ଜଳଯାତ୍ରାରେ ବିଦେଶ ଗମନ କିପରି ପ୍ରତିବନ୍ଧକ ସୃଷ୍ଟି କରିଥିଲା, ତାହା ସେ ତାଙ୍କ ଆତ୍ମଜୀବନୀ ‘ମାଇଁ ଏକ୍ସପେରିମେଣ୍ଟସ୍‌ ଉଇଥ୍‌ ଦି ଟ୍ରୁଥ୍‌’ରେ ବର୍ଣ୍ଣନା କରିଛନ୍ତି। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆମ ଦେଶକୁ ଆସନ୍ତି ଓ ଶହଶହ ଭାରତୀୟ ବିଦେଶ ଯାତ୍ରା କରୁଛନ୍ତି। ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥିତି ବେଶ୍‌ ସୁଦୃଢ଼। ୨୦୧୪-୧୫ ସୁଦ୍ଧା ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୭୬ ଲକ୍ଷରୁ ଅଧିକ, ଯାହା ୨୦୨୩ରେ ଏକ କୋଟିରେ ପହଞ୍ଚତ୍ଛି। ସେହିପରି ୨୦୧୪-୧୫ରେ ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୬୭ ହଜାର ଥିବା ବେଳେ ୨୦୨୩ରେ ଏହା ପାଖାପାଖି ଏକ ଲକ୍ଷ ରହିଛି।
ଅପରପକ୍ଷେ ବିନାନୁମତିରେ କୌଣସି ଦେଶରେ ବିଦେଶୀଟିଏ ପ୍ରବେଶ କଲେ ତାକୁ ଅନୁପ୍ରବେଶ ରୂପେ ବିବେଚନା କରାଯାଏ। ୧୯୭୫ରେ କେତେକ ଥାଇଲାଣ୍ଡ ଧୀବର ଭାରତର ସମୁଦ୍ରସୀମା ମଧ୍ୟକୁ ପ୍ରବେଶ କରିଥିଲେ। ସେମାନଙ୍କୁ ଧରାଯାଇ ଜଗତ୍‌ସିଂହପୁର ଅଦାଲତରେ ବିଚାର କରାଯାଇ ଆଳିପିଙ୍ଗଳ ଜେଲରେ ରଖାଗଲା। କିଛିବର୍ଷ ପରେ ସେମାନଙ୍କୁ ମୁକ୍ତି ମିଳିଲା ସତ; କିନ୍ତୁ ସେ ଦେଶର ସରକାର ସେମାନଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ। ଫଳରେ ସେମାନେ ସ୍ଥାନୀୟ ଅଞ୍ଚଳରେ ମୂଲ ମଜୁରି ଖଟି ଜୀବିକା ନିର୍ବାହ କଲେ। ସେମାନେ ସ୍ଥାନୀୟ ଅଧିବାସୀଙ୍କ ସହିତ ବନ୍ଧୁଭାବେ ଚଳିଲେ। ଏବେ ସେମାନଙ୍କ ମଧ୍ୟରୁ ବୋଧହୁଏ କେହି ଜୀବିତ ନାହାନ୍ତି। ୨୦୦୭ରେ ଖୋକନ ଶେଖ୍‌ ନାମକ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀ ପାରାଦୀପ ପୋଲିସ ଦ୍ୱାରା ଗିରଫ ହୋଇ କୁଜଙ୍ଗ ପ୍ରଥମ ଶ୍ରେଣୀ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲା ଓ ତିନିବର୍ଷ ଜେଲଦଣ୍ଡ ଓ ତିନିହଜାର ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲା। ସଂପ୍ରତି ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅସହ୍ୟ ଅତ୍ୟାଚାରରେ ଅତିଷ୍ଠ ହୋଇ ସେମାନେ ବାସଚ୍ୟୁତ ଭାବେ ଜଳପଥରେ ଓଡ଼ିଶା ମଧ୍ୟକୁ ପ୍ରବେଶ ପାଇଁ ଉଦ୍ୟମରତ। ଅନୁପ୍ରବେଶକୁ ରୋକିବା ପାଇଁ ଓଡ଼ିଶାର ତଟବର୍ତ୍ତୀ ଛଅ ଗୋଟି ସାମୁଦ୍ରିକ ଥାନା ଓ ସୀମାସୁରକ୍ଷା ବାହିନୀର ମିଳିତ ଉଦ୍ୟମ ଜାରି ରହିଛି। ଅନୁପ୍ରବେଶ ଆଜି ନୂଆ ନୁହେଁ। ପୂର୍ବରୁ ବିଭିନ୍ନ ସମୟରେ ବାଂଲା ଶରଣାର୍ଥୀମାନେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଅଞ୍ଚଳରେ ପ୍ରବେଶ କରି ସେଠାରେ ସ୍ଥାୟୀ ବସତି ସ୍ଥାପନ କରୁଛନ୍ତି। ସେମାନଙ୍କୁ ମିଳିଛି ସିନା ଅହେତୁକ ରାଜନୈତିକ ସମର୍ଥନ ; କିନ୍ତୁ ସେମାନଙ୍କ ଆଧିପତ୍ୟକୁ ମୂଳ ଅଧିବାସୀମାନେ ସହ୍ୟ କରିପାରୁନାହାନ୍ତି। ବିଦେଶୀଙ୍କ ଅନୁପ୍ରବେଶ ଦ୍ୱାରା ମୂଳଭୂଖଣ୍ଡର ସମସ୍ୟା ଗୁରୁତର ହୋଇଥାଏ।
ଶେଷରେ ଡାର୍କ ଟୁରିଜମ୍‌ ଆଲୋଚନା ସାପେକ୍ଷ। ଡାର୍କ ଟ୍ୟୁରିଜମ ଅର୍ଥ କୌଣସି ନିଷିଦ୍ଧାଞ୍ଚଳ ଓ ଦୁଃଖଦ ଘଟଣା ଘଟିଥିବା ସ୍ଥଳକୁ ଅନେକ ଉପଭୋଗ ପାଇଁ ଭ୍ରମଣ କରିବା। ନିକଟରେ କେରଳ ଓ୍ବାୟନାଡ ଅଞ୍ଚଳରେ ବିଭୀଷିକା ପରେ ସେ ଅଞ୍ଚଳକୁ ବହୁସଂଖ୍ୟାରେ ପର୍ଯ୍ୟଟକ ଯାଇ ସେଠାରେ ଗହଳି ସୃଷ୍ଟି କଲେ। ପ୍ରଶାସନର ବାରଣ ସତ୍ତ୍ୱେ ସେମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଲା। ଭୂସ୍ଖଳନଜନିତ ଦୁର୍ବିପାକର ଏତେଦିନ ପରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଲାଗିରହିଛି। ଭୂସ୍ଖଳନ ପରେ ଯେତେବେଳେ ୪୦ଟି ଉଦ୍ଧାରକାରୀ ଦଳ ତାଙ୍କ ଉଦ୍ୟମ ଜାରି ରଖିଥିଲେ, ସେହି ସମୟରେ ବିଭିନ୍ନ ବର୍ଗର ପର୍ଯ୍ୟଟକ ସେ ଦୃଶ୍ୟର ଆନନ୍ଦ ଉପଭୋଗ କରୁଥିଲେ। ମନେହେଉଥିଲା ସତେ ଯେପରି ବିଭୀଷିକାର ଗମ୍ଭୀରତା ଓ କାରୁଣ୍ୟ ପରିସ୍ଥିତିକୁ ନେଇ ସେମାନେ ଆଦୌ ଚିନ୍ତିତ ନ ଥିଲେ। ଏକ ପକ୍ଷରେ ଜନଗହଳି ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି କରୁଥିଲା ଓ ଅପରପକ୍ଷେ ବିପଦର ସମ୍ଭାବନା ମଧ୍ୟ ଟଳି ନ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କ୍ଷୟକ୍ଷତି ଓ ଅସହାୟଙ୍କର ଅସହାୟତାକୁ ଉପଭୋଗ କରିବା ପାଇଁ ସାଧାରଣରେ ଭିଡ଼ ସୃଷ୍ଟି ହୋଇଥିଲା। ସେହିପରି ୧୯୯୯ ମହାବାତ୍ୟାରେ ଓଡ଼ିଶାର ଜଗତ୍‌ସିଂହପୁର ଜିଲାର ଉପକୂଳ ଅଞ୍ଚଳରେ ପ୍ରାୟ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ଅକଳନୀୟ ଧନଜୀବନ ସମୁଦ୍ରର ଉଗ୍ର ତରଙ୍ଗରେ ଲୀନ ହୋଇଥିଲା। ସରକାରୀ ଓ ବେସରକାରୀ ସାହାଯ୍ୟକାରୀଙ୍କଠାରୁ ଦେଖଣାହାରୀଙ୍କ ସଂଖ୍ୟା ଢେର ଅଧିକ ଥିଲା। ବନ୍ୟା ସମୟରେ ଉଦ୍ଧାରକାରୀଙ୍କଠାରୁ ଦର୍ଶକଙ୍କ ସଂଖ୍ୟା ବହୁଗୁଣରେ ଅଧିକ। କୌଣସି ସ୍ଥାନରେ ରେଳଦୁର୍ଘଟଣା କିମ୍ବା ସଡ଼କ ଦୁର୍ଘଟଣା ଘଟିଲେ ଉଦ୍ଧାରକାରୀ ଯେତିକି ନୁହନ୍ତି, ଦେଖଣାହାରୀ ତାଙ୍କଠାରୁ ଯଥେଷ୍ଟ ଅଧିକ। କିଛି ଦୁରାତ୍ମା ତ ଧନ ସମ୍ପଦ ଆହରଣରେ ବ୍ୟସ୍ତ ରହନ୍ତି। ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ ହେଲେ ସ୍ଥାନୀୟ ଜନସାଧାରଣ ଭିଡ଼ ସୃଷ୍ଟି କରନ୍ତି ଓ କେତେକ ମଧ୍ୟ ଖାଦ୍ୟସାମଗ୍ରୀ ବୋହି ନିଅନ୍ତି। ବସ୍‌ ଦୁର୍ଘଟଣାରେ ମଧ୍ୟ ସାହାଯ୍ୟକାରୀଙ୍କ ଅପେକ୍ଷା ଭ୍ରମଣକାରୀଙ୍କ ସଂଖ୍ୟା ଅଧିକ। ବାହାନଗା ରେଳ ଦୁର୍ଘଟଣା, ଯାହା ସମଗ୍ର ଭାରତବର୍ଷର ଛାତି ଥରାଇ ଦେଇଥିଲା ସେଥିରେ ଉଦ୍ଧାରକାରୀ ଦଳ ସହ ସ୍ଥାନୀୟ ଯୁବକ ସାହାଯ୍ୟର ହାତବଢ଼ାଇଥିଲେ; ଯାହା ଅତ୍ୟନ୍ତ ପ୍ରଶଂସନୀୟ। କିନ୍ତୁ ସେ ସ୍ଥାନର ଦୃଶ୍ୟ ଉପଭୋଗ ପାଇଁ ଦୂରଦୂରାନ୍ତରୁ ବହୁଲୋକ ଆସି ଭିଡ଼ କରୁଥିଲେ ଦୁର୍ଘଟଣା ସ୍ଥଳରେ। ଡାର୍କ ଟୁରିଷ୍ଟମାନେ ଫଟୋ ଉଠାଇବା କିମ୍ବା ସେଲ୍‌ଫି ନେବା ଅତ୍ୟନ୍ତ ଅଶୋଭନୀୟ। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ କୌଣସି ବ୍ୟକ୍ତିକୁ ସାହାଯ୍ୟକରିବା ପରିବର୍ତ୍ତେ ସେ ଦୃଶ୍ୟ ଅବଲୋକନ କରି ମଜା ନେବାକୁ ଲୋକେ ପଛଘୁଞ୍ଚା ଦିଅନ୍ତି ନାହିଁ। ୧୯୮୨ ବାନ୍ୟା ପରବର୍ତ୍ତୀ ଅବସ୍ଥାରେ ଲୋକେ ଯେତେବେଳେ ନଦୀବନ୍ଧ ଓ ଟାପୁ ଜାଗାରେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିଲେ ସେତେବେଳେ ସେମାନଙ୍କୁ ଦେଖିବା ପାଇଁ ଯେଉଁ ଭିଡ ଜମୁଥିଲା, ତାହା ଅପରିକଳ୍ପନୀୟ। ଏହିସବୁ ନିଷିଦ୍ଧାଞ୍ଚଳକୁ ଯାତ୍ରାକରି ସେ ସ୍ଥାନର ଦୟନୀୟ ସ୍ଥିତିକୁ ଉପଭୋଗ କରିବାର ଅନ୍ୟନାମ ଡାର୍କ ଟୁରିଜମ୍‌। ଇଂଲିଶରେ ଗୋଟିଏ ପ୍ରବାଦ ଅଛି – ‘ଟୁରିଜମ ଇଜ୍‌ ଗୁଡ୍‌, ବଟ୍‌ ଡାର୍କ ଟୁରିଜମ୍‌ ଇଜ୍‌ ନାଇଦର ପର୍‌ମିଶିବଲ୍‌ ନର ଆକ୍‌ସେପ୍ଟେବଲ।’ ଡାର୍କ ଟୁରିଜମ୍‌କୁ ଯେତେ ଅଗ୍ରାହ୍ୟ କରିବା ମାନବିକତା ଦୃଷ୍ଟିରୁ ସେତେ ଭଲ ହେବ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?