ଝୁଲିରହିଛି ବାରବାଟୀ-କଟକ, ସାଲେପୁର

କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ମଙ୍ଗଳବାର ଘୋଷଣା କରିଛି। ଏଥିମଧ୍ୟରୁ କଟକ ଜିଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୭ଟି ତଥା ଚୌଦ୍ୱାର-କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ପ୍ରକାଶ ସେଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡରୁ ଅଭୟ ବାରିକ, ନିଆଳିରୁ ଛବି ମଲ୍ଲିକ, ବଡମ୍ବାରୁ ସମ୍ବିତ ତ୍ରିପାଠୀ ଓ ମାହାଙ୍ଗାରୁ ସୁମନ୍ତ ଘଡେଇଙ୍କ ନାଁ ଏବେ ସାମ୍ନାକୁ ଆସିଛି। ୭ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଦୁଇଟି ତଥା ଚୌଦ୍ୱାର-କଟକ ଓ ନିଆଳି ନିର୍ବାଚନ ମଣ୍ଡଳୀରେ ପୁରୁଣା ଚେହେରାକୁ ରିପିଟ କରିଛି ଦଳ। ତେବେ ଚୌଦ୍ୱାର-କଟକରୁ ନୟନ ମହାନ୍ତି ୧୯୯୫ ମସିହାରେ ନିର୍ବାଚନ ଲଢ଼ିଥିଲେ। ପରେ ୧୯୯୯ ମସିହାରେ ଦଳ ତାଙ୍କୁ ବ୍ରେକ ଦେଇଥିଲା। ପରେ ୨୦୦୪, ୨୦୦୯, ୨୦୧୪, ୨୦୧୯ ମସିହାରେ ସେ ପୁନର୍ବାର ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିଲେ। ଚଳିତଥର ଷଷ୍ଠଥର ପାଇଁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି। ସେହିପରି ୨୦୧୯ରେ ନିଆଳି ନିର୍ବାଚନ ମଣ୍ଡଳୀରୁ ପ୍ରଥମକରି ଟିକେଟ ପାଇଥିଲେ ଛବି ମଲ୍ଲିକ ଏବଂ ୨୦୨୪ରେ ଦ୍ୱିତୀୟ ଥର ପାଇଁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେହିପରି ଅନ୍ୟ ୫ଟି ନିର୍ବାଚନ ମଣ୍ଡଳୀରେ ନୂଆ ଚେହେରା ୨୦୨୪ ନିର୍ବାଚନରେ ଦଳ ସାମ୍ନାକୁ ଆଣିଛି। ସେମାନଙ୍କ ମଧ୍ୟରୁ ବାଙ୍କୀ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ୧୦ ବର୍ଷ ହେବ ଭାଜପା ସହ ଯୋଡ଼ି ହୋଇ କାର୍ଯ୍ୟ କରିଆସୁଛନ୍ତି। ସେହିପରି ବଡମ୍ବାର ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଗତ ୬ମାସ ହେବ ଭାଜପାରେ ଯୋଗଦେଇ କାର୍ଯ୍ୟ କରୁଛନ୍ତି। ଆଠଗଡର ବିଧାୟକ ପ୍ରାର୍ଥୀ ଅଭୟ ବାରିକ ଓ ମାହାଙ୍ଗାର ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ଚଳିତ ନିର୍ବାଚନ ପୂର୍ବରୁ ଦଳରେ ଯୋଗଦେଇଛନ୍ତି। କଟକ ସଦରର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ ଜଣେ ସଫ୍ଟୱେର ଇଞ୍ଜିନିୟର। ସେ ଚାକିରି ଛାଡି ଏବେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ହେଲେ ୨୦୧୯ରୁ ଦଳରେ ନ ଥାଇ ମଧ୍ୟ ସେ ଦଳ ପାଇଁ କାର୍ଯ୍ୟ କରିଆସୁଛନ୍ତି। କଟକ ଜିଲାର ୭ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବାରବାଟୀ-କଟକ ଓ ସାଲେପୁର ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ନାଁ ଏବେ ଦଳ ଘୋଷଣା କରି ନ ଥିବା ବେଳେ ଦଳରେ ଅଙ୍କକଷା ଛିଣ୍ଡୁ ନ ଥିବା ଏବଂ ବିଜେଡି ପରି ନୀତି ଭାଜପା ଆପଣାଉଥିବା ନେଇ ଲୋକେ ଆଲୋଚନା କରୁଛନ୍ତି। ବାରବାଟୀ-କଟକ ପାଇଁ ପୂର୍ବରୁ ମାଳମାଳ ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ହେଲେ ଏବେ ବିଜେଡି ଛାଡି ପଦ୍ମ ଧରିଥିବା ଅରିନ୍ଦମ ରାୟ ଏବଂ ଅନୁଭବ ମହାନ୍ତିଙ୍କ ନାମ ଆଶାୟୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ପୂର୍ବରୁ ଯେଉଁ ନେତା ଓ ନେତ୍ରୀମାନେ ଟିକେଟ ନେଇ ଆଶାୟୀ ରହିଛନ୍ତି ସେମାନଙ୍କ ପାଇଁ ଯେପରି ଏବେ ଅରିନ୍ଦମ ଓ ଅନୁଭବ କଣ୍ଟା ସାଜିଛନ୍ତି ବୋଲି ଲୋକେ ଟୁପୁରୁଟାପୁରୁ ହେଉଛନ୍ତି। ତେବେ ଏନେଇ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ବାଚନରେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାଜପାକୁ ବାରବାଟୀ-କଟକର ଭୋଟର ଅଧିକ ଭଲ ପାଇବା ଦେଇ ଆସୁଛନ୍ତି। ତେଣୁ ଆଶା ରହିଛି ଚଳିତ ନିର୍ବାଚନରେ ଅଧିକରୁ ଅଧିକ ଭଲ ପାଇବା ଦେବେ। ଦଳ ଯେବେ ବି ବାରବାଟୀ-କଟକ ପାଇଁ ପ୍ରାର୍ଥୀ ଘୋଷଣା କରିବ ଏବଂ ଯାହା ନାଁ ଘୋଷଣା କରିବ ତାଙ୍କୁ ସମସ୍ତ କର୍ମୀ ସମର୍ଥନ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?