ନିୟମ ନ ମାନିଲେ ୧୦ ହଜାର ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର, ୧।୧୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୁବ୍‌ ଶୀଘ୍ର ପେଟ୍‌ ଆନିମଲ୍‌ ଗାଇଡ୍‌ଲାଇନ୍‌ ଆଣିବାକୁ ଯାଉଛି। ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ ଏହାକୁ ଅନୁମୋଦନ ପରେ ସାର୍ବଜନୀନ କରାଯିବ। ପରେ ଲୋକଙ୍କ ପରାମର୍ଶ ଏବଂ ଅନ୍ୟ ସମସ୍ତ ଦିଗକୁ ଭିତ୍ତିକରି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯିବ। ତେବେ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଅନୁଯାୟୀ କୁକୁରମାନଙ୍କର ରେଜିଷ୍ଟ୍ରେଶନ ଏବଂ ପ୍ରାଣୀ ଚିକିତ୍ସକଙ୍କ ଠାରୁ ଟିକାକରଣର ସାର୍ଟିଫିକେଟ ରଖିବା ବାଧ୍ୟତାମୂଳକ କରାଯାଇଛି। ରେଜିଷ୍ଟ୍ରେଶନ ପାଇଁ ୫ଶହ ଏବଂ ରିନ୍ୟୁ କରିବା ପାଇଁ ୨୫୦ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ରେଜିଷ୍ଟ୍ରେଶନ ଏକ୍ସପାଏରୀ ହେବା ପରେ ରିନ୍ୟୁ କଲେ ୩୫୦ଟଙ୍କା ଦେବାକୁ ପଡିବ। କୁକୁର ମାଲିକମାନଙ୍କୁ ମେଟାଲ ଟୋକନ୍‌ କିମ୍ବା ଟ୍ୟାଗ୍‌ ପ୍ରଦାନ କରାଯିବ, ଜଣେ ମାଲିକ ମାତ୍ର ୨ଟି କୁକୁର ରଖିପାରିବେ। ତେବେ ଯେଉଁ ବ୍ୟକ୍ତି ବୁଲାକୁକୁର ବା ରାସ୍ତାକଡ଼ର କୁକୁର ରଖିବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେଶନ ଫି’ ଛାଡ କରାଯିବ। ସେହିପରି ମୃତ କୁକୁରର ସମାଧି ପାଇଁ ବିଏମ୍‌ସି ପକ୍ଷରୁ ଭ୍ୟାନ ଯୋଗାଇ ଦିଆଯିବ। ଏଥିପାଇଁ ମାଲିକଙ୍କୁ ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଦେୟ ଦେବାକୁ ପଡିବ। ସେହିପରି ଯେଉଁବ୍ୟକ୍ତିମାନେ ନିଜ ପୋଷା କୁକୁରଙ୍କୁ ବିଭିନ୍ନ ଖେଳ, ଏବଂ ଡଗ୍‌ ଶୋ’ରେ ସାମିଲ କରାଇବେ ସେମାନଙ୍କୁ ବିଏମ୍‌ସି ଠାରୁ ଗେମ୍‌ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟ୍‌ ନେବାକୁ ପଡିବ। ଏଥିପାଇଁ ସେମାନଙ୍କୁ ପ୍ରତି କୁକୁର ପିଛା ୨ଶହ ଟଙ୍କା ଦେବାକୁ ପଡିବ। କୁକୁର ମାଲିକି ଏହି ନିୟମକୁ ଉଲ୍ଲଂଘନ କଲେ ପଞ୍ଜୀକରଣ ପ୍ରାଧୀକରଣ ଦ୍ୱାରା ତାଙ୍କୁ ଦଣ୍ଡିତ ହେବାକୁ ପଡିବ, ଏପରିକି ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଯଦି ଏହି ଉଲ୍ଲଂଘନ ଜାରି ରହେ ତେବେ ଅତିରିକ୍ତ ଭାବେ ଦିନକୁ ୨ଶହ ଟଙ୍କା ଜରିମାନା ୭ଦିନ ପର୍ଯ୍ୟନ୍ତ ଦେବେ ଏହାପରେ ସମ୍ପୃକ୍ତ କୁକୁରକୁ ସିଜ୍‌ କରାଯିବ ଏବଂ ତାହାର ରକ୍ଷଣାବେକ୍ଷଣ ପାଇଁ ଦିନକୁ ୨ଶହ ଟଙ୍କା ହିସାବରେ ମାଲିକଙ୍କୁ ଦେବାକୁ ପଡିବ। ୭ଦିନ ଭିତରେ କୁକୁରକୁ ମାଲିକ ନ ନେଲେ ରେଜିଷ୍ଟ୍ରେଶନ ବାତିଲ କରିବା ସହ କୁକୁରକୁ ସାର୍ବଜନିନ ଭାବେ ବିକ୍ରୟ କିମ୍ବା ଆଡପ୍ଟ କରାଯିବ। ସେହିପରି ଗୋଟିଏ ବର୍ଷରେ ଅତି କମ୍‌ରେ ୩ଥର ନିୟମର ଉଲ୍ଲଂଘନ କଲେ ମଧ୍ୟ ରେଜିଷ୍ଟ୍ରେଶନ ବାତିଲ କରାଯିବ। କୁକୁର ଆକ୍ରମଣରେ କାହାକୁ ଆଘାତ ଲାଗିଲେ ବା ମୃତ୍ୟୁ ହେଲେ ଏଥିପାଇଁ ମାଲିକ ଦାୟୀ ରହିବେ। ଏହାବାଦ୍‌ ବ୍ୟବସାୟିକ ଭିତ୍ତିରେ କୁକୁରଙ୍କୁ ବ୍ୟବହାର କରିବା, ପାଗଳ ଏବଂ ହିଂସ୍ର କୁକୁରଙ୍କୁ କିପରି ଆୟତ୍ତରେ ରଖାଯିବ ଏ ସମସ୍ତ ଦିଗକୁ ଧ୍ୟାନ ଦେଇ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ସମସ୍ତ ପ୍ରକ୍ରିୟା ସରିବା ପରେ ଏନେଇ ଟେଣ୍ଡର ଡକାଯିବ ବୋଲି ସୂଚନା ଦିଆଯାଇଛି।

ବୁଲା ପ୍ରାଣୀଙ୍କ ଚିକିତ୍ସା ପାଇଁ ଜାରିହେବ ହେଲ୍ପଲାଇନ୍‌

ବୁଲା ପ୍ରାଣୀଙ୍କ ସୁରକ୍ଷା ପାଇଁ ଆଉ ଏକ ଯୋଜନା ପ୍ରସ୍ତୁତ କରୁଛି ବିଏମ୍‌ସି। ରାସ୍ତାରେ ଅନେକ ସମୟରେ ବିଭିନ୍ନ ବୁଲା ପ୍ରାଣୀ କ୍ଷତାକ୍ତ ହୋଇ କଷ୍ଟ ପାଉଥିବା ଦେଖିବାକୁ ମିଳେ। ମାତ୍ର ଅନେକ ଲୋକ ଏନେଇ କାହାକୁ ସୂଚନା ଦେବେ ତାହା ଜାଣି ନ ଥାନ୍ତି। ଆହତ ପ୍ରାଣୀମାନେ କଷ୍ଟ ପାଇବା ସହ ଅନେକ ସମୟରେ ମୃତ୍ୟୁମୁଖରେ ପଡନ୍ତି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ବିଏମ୍‌ସି ପକ୍ଷରୁ ଖୁବ୍‌ଶୀଘ୍ର ଆନିମଲ ଟ୍ରିଟ୍‌ମେଣ୍ଟ ହେଲ୍ପ ଲାଇନ୍‌ ନଂ ୧୯୬୨ ଜାରି କରାଯିବ। ମହନଗର ନିଗମାଞ୍ଚଳରେ କୌଣସ ଆହତ ପ୍ରାଣୀ ଦେଖିଲେ ଏହି ନମ୍ବରକୁ କଲ୍‌ କରି ସୂଚନା ଦେଇପାରିବେ। ଏହି ସ୍ବତନ୍ତ୍ର ଟିମ୍‌ରେ ପ୍ରାଣୀ ଚିକିତ୍ସକଙ୍କ ସହ ପ୍ରୋଗ୍ରାମ କୋର୍ଡିନେଟର ଏବଂ ଅନ୍ୟାନ୍ୟ ସଦସ୍ୟ ରହିବେ। ଏମାନେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବେ। ଏଥିପାଇଁ ଖୁବ୍‌ ଶୀଘ୍ର ଟେଣ୍ଡର ଡକାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri