ପଥଚାରୀଙ୍କ ପାଇଁ କାଳ ପେଲେଟ

ଯାଜପୁର ଅଫିସ,୨୩।୭: ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କର୍ତ୍ତୃପକ୍ଷଙ୍କ ମନମାନି ଅଣାୟତ୍ତ ହେବାରେ ଲାଗିଛି। ଯାଜପୁରରୋଡ-ଡୁବୁରୀ ରାସ୍ତାର ବିଆର୍‌ପିଏଲ୍‌ କାରଖାନା ସମ୍ମୁଖରେ ଲୁହାପଥର ଗୋଲି (ପେଲେଟ) ପଡ଼ି ପଥଚାରୀଙ୍କ ଜୀବନ ପ୍ରତି କାଳ ହେଉଛି। ଏହି ରାସ୍ତାଦେଇ ବିଭିନ୍ନ କାରଖାନାକୁ କାମ କରିବାକୁ ବାଇକ ଯୋଗେ ଯାଉଥିବା ଶ୍ରମିକ ଓ କର୍ମଚାରୀଙ୍କ ସମେତ ଆଖପାଖ ଗ୍ରାମବାସୀ ବିଭିନ୍ନ ସମୟରେ ପେଲେଟ ସଂସ୍ପର୍ଶରେ ଆସି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ବହୁବାର ଅଭିଯୋଗ କରି ଆସୁଥିଲେ ହେଁ କେହି ଶୁଣୁନାହାନ୍ତି। ଗୁରୁବାର ରାସ୍ତାର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ସଂଖ୍ୟାରେ ପେଲେଟ ଆଚ୍ଛାଦିତ ହୋଇଥିବାବେଳେ ଲୋକମାନେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗାଡିଗୁଡିକରେ ଓଭରଲୋଡିଂ କରି ପେଲେଟ ପରିବହନ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ମତପ୍ରକାଶ ପାଇଛି। ସ୍ଥାନୀୟ ସାରଙ୍ଗପୁର ଗ୍ରାମର ସୁକାନ୍ତ ନାୟକଙ୍କ କହିବା ହେଲା ରାସ୍ତାରେ ପେଲେଟ୍‌ ବିକ୍ଷିପ୍ତ ହୋଇ ପଡ଼ିବା ଯୋଗୁ ବାଇକ୍‌ ଓ ସାଇକେଲ୍‌ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିପାଇଁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଅପରପକ୍ଷରେ ବିଆର୍‌ପିଏଲ୍‌ରେ ସ୍ଥାନୀୟ ଓ ରାଜ୍ୟ ବାହାରର କେତେ ସଂଖ୍ୟକ ପରିବହନ ଗାଡ଼ି ନିୟୋଜିତ ହୋଇଛି ସେନେଇ ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରେ ତଥ୍ୟ ମଗାଯାଇଥିଲେ ହେଁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଅସହାୟତା ପ୍ରକାଶ କରିଛନ୍ତି। ବିଆର୍‌ପିଏଲ୍‌ କର୍ତ୍ତୃପକ୍ଷଙ୍କୁ ଏନେଇ ତଥ୍ୟ ପ୍ରଦାନ କରିବାକୁ କଳିଙ୍ଗନଗର ଏଡିଏମ୍‌ଙ୍କ କାର୍ଯ୍ୟାଳୟରୁ ୩ଥର ପତ୍ର ଲେଖାଯାଇଥିଲେ ହେଁ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ କୌଣସି ଉତ୍ତର ଦେଇ ନାହାନ୍ତି ବୋଲି ସୂଚନା କର୍ମୀ ସଂଗ୍ରାମ ବାରିକଙ୍କୁ ଏଡିଏମ୍‌ ଜଣାଇଛନ୍ତି। ଏଥିରୁ କାରଖାନା କର୍ତ୍ତୃପକ୍ଷଙ୍କ ଏକଚାଟିଆ ନୀତି ଜଳଜଳ ଦିଶୁଛି ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଆର୍‌ପିଏଲ୍‌ ବାର୍ଷିକ ୪ମେଟ୍ରିକଟନ ଲୌହଧାତୁ ପେଲେଟ କାରଖାନା ପ୍ରତିଷ୍ଠା କରିଛି। ଏଥିପାଇଁ ବଡବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୨୦ କିଲୋମିଟର ଦୀର୍ଘ ଲୌହ ସ୍ଲରି ସ୍ଥାନାନ୍ତର ପାଇପ ଲାଇନ୍‌ରେ ଲୌହଧାତୁ ଆସୁଛି। ସେହି ଲୌହଧାତୁକୁ ବିଶୋଧନ କରି କଳିଙ୍ଗନଗର କାରଖାନାରେ ପେଲେଟ ତିଆରି ହେଉଛି। ଏଥିପାଇଁ ପାରାଦୀପରୁ ବିପୁଳ ଫର୍ନେସ ଅଏଲ(ଏଫ୍‌ଓ) ଆସୁଛି। ପାରାଦୀପରୁ ୫୩ ନଂ. ଜାତୀୟ ରାଜପଥରେ ଚଣ୍ଡିଖୋଲ ପଟକୁ ରେଲୱେ ଓଭରବ୍ରିଜ ନିକଟ ବାମପାର୍ଶ୍ୱରେ ଏହି ଫର୍ନେସ ଅଏଲକୁ ଅପମିଶ୍ରଣ କରାଯାଇ ଲକ୍ଷାଧିକ ଟଙ୍କା କାରବାର ହେଉଛି। ଫର୍ନେସ ଅଏଲ ନିମ୍ନମାନର ହେଲେ ପେଲେଟର ଗୁଣବତ୍ତା ମଧ୍ୟ ହ୍ରାସ ପାଇଥାଏ ବୋଲି ବିଆର୍‌ପିଏଲ୍‌ର ଜଣେ କର୍ତ୍ତୃପକ୍ଷ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଗୁରୁବାର ରାସ୍ତାରେ ପଡିଥିବା ପେଲେଟ ମଧ୍ୟରୁ ଶତାଧିକ ପେଲେଟର ଆକୃତି ସମ୍ପୂର୍ଣ୍ଣ ଗୋଳା ଆକାର ନ ହୋଇ ଅର୍ଦ୍ଧଗୋଳା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ପେଲେଟକୁ ବିଭିନ୍ନ ସ୍ଥାନକୁ ପରିବହନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ଗାଡ଼ି ନିୟୋଜିତ ହୋଇଛି। ଏନେଇ ଆର୍‌ଟିଆଇ କର୍ମୀ ବାରିକ ୧୫ା୪ା୨୦୨୦ରେ କଳିଙ୍ଗନଗର ଏଡିଏମଙ୍କୁ ବିଆର୍‌ପିଏଲ୍‌ରେ ନିୟୋଜିତ ଗାଡ଼ି ସମ୍ପର୍କରେ ରାଜ୍ୟର, ରାଜ୍ୟ ବାହାରର, ପରିବହନ ସଂସ୍ଥାର ନାମ ଇତ୍ୟାଦି ତଥ୍ୟ ମାଗିଥିଲେ। ଏନେଇ ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ, ପତ୍ରସଂଖ୍ୟା ୪୫୮/୧୯ା୪ା୨୦୨୧, ୫୮୬/ ୭ା୫ା୨୦୨୧ ଓ ୬୨୪/ ୧୭ା୫ା୨୦୨୧ରେ ବିଆର୍‌ପିଏଲ୍‌ର ପରିଚଳନା ନିର୍ଦ୍ଦେଶକଙ୍କୁ ଉପରୋକ୍ତ ତଥ୍ୟ ଯୋଗାଇଦେବାକୁ ସୂଚିତ କରାଯାଇଥିଲା। ହେଲେ ତଥ୍ୟ ନ ମିଳିବାରୁ ତାହା ଦିଆଯାଇ ପାରିନାହିଁ। ତଥ୍ୟ ମିଳିବା ପରେ ଦିଆଯିବ ବୋଲି ତାଙ୍କ ପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?