ପଥଚାରୀଙ୍କ ପାଇଁ କାଳ ପେଲେଟ

ଯାଜପୁର ଅଫିସ,୨୩।୭: ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କର୍ତ୍ତୃପକ୍ଷଙ୍କ ମନମାନି ଅଣାୟତ୍ତ ହେବାରେ ଲାଗିଛି। ଯାଜପୁରରୋଡ-ଡୁବୁରୀ ରାସ୍ତାର ବିଆର୍‌ପିଏଲ୍‌ କାରଖାନା ସମ୍ମୁଖରେ ଲୁହାପଥର ଗୋଲି (ପେଲେଟ) ପଡ଼ି ପଥଚାରୀଙ୍କ ଜୀବନ ପ୍ରତି କାଳ ହେଉଛି। ଏହି ରାସ୍ତାଦେଇ ବିଭିନ୍ନ କାରଖାନାକୁ କାମ କରିବାକୁ ବାଇକ ଯୋଗେ ଯାଉଥିବା ଶ୍ରମିକ ଓ କର୍ମଚାରୀଙ୍କ ସମେତ ଆଖପାଖ ଗ୍ରାମବାସୀ ବିଭିନ୍ନ ସମୟରେ ପେଲେଟ ସଂସ୍ପର୍ଶରେ ଆସି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ବହୁବାର ଅଭିଯୋଗ କରି ଆସୁଥିଲେ ହେଁ କେହି ଶୁଣୁନାହାନ୍ତି। ଗୁରୁବାର ରାସ୍ତାର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ସଂଖ୍ୟାରେ ପେଲେଟ ଆଚ୍ଛାଦିତ ହୋଇଥିବାବେଳେ ଲୋକମାନେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗାଡିଗୁଡିକରେ ଓଭରଲୋଡିଂ କରି ପେଲେଟ ପରିବହନ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ମତପ୍ରକାଶ ପାଇଛି। ସ୍ଥାନୀୟ ସାରଙ୍ଗପୁର ଗ୍ରାମର ସୁକାନ୍ତ ନାୟକଙ୍କ କହିବା ହେଲା ରାସ୍ତାରେ ପେଲେଟ୍‌ ବିକ୍ଷିପ୍ତ ହୋଇ ପଡ଼ିବା ଯୋଗୁ ବାଇକ୍‌ ଓ ସାଇକେଲ୍‌ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିପାଇଁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଅପରପକ୍ଷରେ ବିଆର୍‌ପିଏଲ୍‌ରେ ସ୍ଥାନୀୟ ଓ ରାଜ୍ୟ ବାହାରର କେତେ ସଂଖ୍ୟକ ପରିବହନ ଗାଡ଼ି ନିୟୋଜିତ ହୋଇଛି ସେନେଇ ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରେ ତଥ୍ୟ ମଗାଯାଇଥିଲେ ହେଁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଅସହାୟତା ପ୍ରକାଶ କରିଛନ୍ତି। ବିଆର୍‌ପିଏଲ୍‌ କର୍ତ୍ତୃପକ୍ଷଙ୍କୁ ଏନେଇ ତଥ୍ୟ ପ୍ରଦାନ କରିବାକୁ କଳିଙ୍ଗନଗର ଏଡିଏମ୍‌ଙ୍କ କାର୍ଯ୍ୟାଳୟରୁ ୩ଥର ପତ୍ର ଲେଖାଯାଇଥିଲେ ହେଁ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ କୌଣସି ଉତ୍ତର ଦେଇ ନାହାନ୍ତି ବୋଲି ସୂଚନା କର୍ମୀ ସଂଗ୍ରାମ ବାରିକଙ୍କୁ ଏଡିଏମ୍‌ ଜଣାଇଛନ୍ତି। ଏଥିରୁ କାରଖାନା କର୍ତ୍ତୃପକ୍ଷଙ୍କ ଏକଚାଟିଆ ନୀତି ଜଳଜଳ ଦିଶୁଛି ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଆର୍‌ପିଏଲ୍‌ ବାର୍ଷିକ ୪ମେଟ୍ରିକଟନ ଲୌହଧାତୁ ପେଲେଟ କାରଖାନା ପ୍ରତିଷ୍ଠା କରିଛି। ଏଥିପାଇଁ ବଡବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୨୦ କିଲୋମିଟର ଦୀର୍ଘ ଲୌହ ସ୍ଲରି ସ୍ଥାନାନ୍ତର ପାଇପ ଲାଇନ୍‌ରେ ଲୌହଧାତୁ ଆସୁଛି। ସେହି ଲୌହଧାତୁକୁ ବିଶୋଧନ କରି କଳିଙ୍ଗନଗର କାରଖାନାରେ ପେଲେଟ ତିଆରି ହେଉଛି। ଏଥିପାଇଁ ପାରାଦୀପରୁ ବିପୁଳ ଫର୍ନେସ ଅଏଲ(ଏଫ୍‌ଓ) ଆସୁଛି। ପାରାଦୀପରୁ ୫୩ ନଂ. ଜାତୀୟ ରାଜପଥରେ ଚଣ୍ଡିଖୋଲ ପଟକୁ ରେଲୱେ ଓଭରବ୍ରିଜ ନିକଟ ବାମପାର୍ଶ୍ୱରେ ଏହି ଫର୍ନେସ ଅଏଲକୁ ଅପମିଶ୍ରଣ କରାଯାଇ ଲକ୍ଷାଧିକ ଟଙ୍କା କାରବାର ହେଉଛି। ଫର୍ନେସ ଅଏଲ ନିମ୍ନମାନର ହେଲେ ପେଲେଟର ଗୁଣବତ୍ତା ମଧ୍ୟ ହ୍ରାସ ପାଇଥାଏ ବୋଲି ବିଆର୍‌ପିଏଲ୍‌ର ଜଣେ କର୍ତ୍ତୃପକ୍ଷ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଗୁରୁବାର ରାସ୍ତାରେ ପଡିଥିବା ପେଲେଟ ମଧ୍ୟରୁ ଶତାଧିକ ପେଲେଟର ଆକୃତି ସମ୍ପୂର୍ଣ୍ଣ ଗୋଳା ଆକାର ନ ହୋଇ ଅର୍ଦ୍ଧଗୋଳା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ପେଲେଟକୁ ବିଭିନ୍ନ ସ୍ଥାନକୁ ପରିବହନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ଗାଡ଼ି ନିୟୋଜିତ ହୋଇଛି। ଏନେଇ ଆର୍‌ଟିଆଇ କର୍ମୀ ବାରିକ ୧୫ା୪ା୨୦୨୦ରେ କଳିଙ୍ଗନଗର ଏଡିଏମଙ୍କୁ ବିଆର୍‌ପିଏଲ୍‌ରେ ନିୟୋଜିତ ଗାଡ଼ି ସମ୍ପର୍କରେ ରାଜ୍ୟର, ରାଜ୍ୟ ବାହାରର, ପରିବହନ ସଂସ୍ଥାର ନାମ ଇତ୍ୟାଦି ତଥ୍ୟ ମାଗିଥିଲେ। ଏନେଇ ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ, ପତ୍ରସଂଖ୍ୟା ୪୫୮/୧୯ା୪ା୨୦୨୧, ୫୮୬/ ୭ା୫ା୨୦୨୧ ଓ ୬୨୪/ ୧୭ା୫ା୨୦୨୧ରେ ବିଆର୍‌ପିଏଲ୍‌ର ପରିଚଳନା ନିର୍ଦ୍ଦେଶକଙ୍କୁ ଉପରୋକ୍ତ ତଥ୍ୟ ଯୋଗାଇଦେବାକୁ ସୂଚିତ କରାଯାଇଥିଲା। ହେଲେ ତଥ୍ୟ ନ ମିଳିବାରୁ ତାହା ଦିଆଯାଇ ପାରିନାହିଁ। ତଥ୍ୟ ମିଳିବା ପରେ ଦିଆଯିବ ବୋଲି ତାଙ୍କ ପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର, ୧।୪(ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଏପ୍ରିଲ୍‌ ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡଲାଇନ୍‌ ଏପ୍ରିଲ୍‌ ୧ରୁ ୩୦ତାରିଖ...

ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ

ପୁରୀ ଅଫିସ,୧୯।୮: ପୁରୀରେ ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ପୁରୀ ବେଳାଭୂମିରେ ଆୟୋଜନ ହୋଇଥିଲା ସଫେଇ...

ରାଶନକାର୍ଡ ଅନିୟମିତତାର ତଦନ୍ତ ପାଇଁ ଓଏଚ୍‌ଆର୍‌ସିଙ୍କୁ ଅଭିଯୋଗ

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଯାଜପୁର ଜିଲାର ଧର୍ମଶାଳା, ବିଞ୍ଝାରପୁର ଓ ଓରେଇ ଆଦି ଅଞ୍ଚଳରେ ଭୂତ କାର୍ଡ ମାଧ୍ୟମରେ ହିତାଧିକାରୀଙ୍କ ସାମଗ୍ରୀ ଓ ଟଙ୍କା ହରିଲୁଟ ହେଉଛି।...

ବୋହୂ ଋଣ ପାଇଁ ଶାଶୁଙ୍କୁ ତାଲା

ରାଜକନିକା,୨୭ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାର ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ କମ୍‌ ସୁଧ ହାରରେ...

ବିଜେଡିର ସୋସିଆଲ ମିଡିଆ ବନାମ କଂଗ୍ରେସର ପୋଷ୍ଟର

ବିଷମକଟକ,୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାୟଗଡ଼ା ଜିଲାରେ ବିଭିନ୍ନ ଦଳ ପକ୍ଷରୁ ନିଜ ଢଙ୍ଗରେ ପ୍ରଚାର ଚାଲିଛି। ହେଭିଓ୍ବେଟ୍‌ ନେତାଙ୍କ...

ବୀମା ଅର୍ଥ ନ ମିଳିବା, ଡାକ୍ତର ଅଭାବ ନେଇ ଉଦ୍‌ବେଗ

ଛତ୍ରପୁର,୧୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାପରିଷଦର ସାଧାରଣ ଅଧିବେଶନ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ ା ଚାଷୀଙ୍କୁ...

ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ: କହିଲେ ‘କୋଭିଡ-୧୯ ସମଗ୍ର ମାନବଜାତି ପାଇଁ ଆହ୍ବାନ, ରବିବାର ସମସ୍ତେ ଘରେ ରୁହନ୍ତୁ’

ଭୁବନେଶ୍ୱର,୨୦।୩(ବ୍ୟୁରୋ): ମହାମାରୀ କରୋନା ଭୂତାଣୁକୁ ନେଇ ସୃଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ବାର୍ତ୍ତା ଦେଇଛନ୍ତି। ମାର୍ଚ୍ଚ ୨୨(ରବିବାର)ରେ ‘ଜନତା...

ତିଳେଇବଣି ବ୍ଲକଠାରେ କୋଭିଡ-୧୯ ଟିକାକରଣ

ଦେବଗଡ,୧୯ା୧ (ଡ଼ି.ଏନ୍‌.ଏ.)- ଦେବଗଡ ଜିଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଭିଡ଼୍‌-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ା ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର...

Advertisement
Archives

Model This Week