Posted inଖେଳ

୩ ବିବାହ କରିଥିଲେ ପେଲେ, ରହିଛନ୍ତି ୭ ସନ୍ତାନ; କିଛି ଏଭଳି ଥିଲା ମହାନ ଫୁଟବଲରଙ୍କ ବ୍ୟକ୍ତିଗତ ଜୀବନ

ସାଓପାଓଲା,୩୦।୧୨: ବ୍ରାଜିଲର ମହାନ ଫୁଟବଲର ରାଜା ପେଲେଙ୍କ ୮୨ ବର୍ଷରେ ପରଲୋକ ଘଟିଛି। ସେ ଦୀର୍ଘଦିନରୁ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲୁଥିଲେ ହେଁ ପେଲେଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଶେଷରେ ତାଙ୍କର ମୃତ୍ୟୁ ସମ୍ପର୍କରେ ଝିଅ କେଲି ନାସିମେଣ୍ଟୋ ଇନଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ।
ତେବେ ଏହି ମହାନ ଫୁଟବଲର୍‌ ବ୍ରାଜିଲ ଟିମ୍‌କୁ ୩ ଥର ଫିଫା ବିଶ୍ୱକପ୍‌ ବିଜେତା କରାଇଛନ୍ତି। ମଇଦାନରେ ନିଜର ସ୍ବତନ୍ତ୍ର ଖେଳ ପ୍ରଦର୍ଶନ ସହ ଲୋକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପେଲେ ବ୍ୟକ୍ତିଗତ ଜୀବନରେ ଜଣେ ରୋମାଣ୍ଟିକ ଏବଂ ମିଳାମିଶାକୁ ଭଲପାଉଥିବା ବ୍ୟକ୍ତି ଥିଲେ। ସେ ତାଙ୍କ ଜୀବନରେ ୩ ବିବାହ କରିଥିଲେ। ଏହାଛଡ଼ା ତାଙ୍କର ଅନେକ ମଡେଲ ଏବଂ ଗାୟିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ୩ ପତ୍ନୀଙ୍କଠାରୁ ପେଲେଙ୍କ ୭ ସନ୍ତାନ ରହିଛି। ସେମାନଙ୍କ ମଧ୍ୟରେ ୫ ଝିଅ ଏବଂ ୨ ପୁଅ ଅଛନ୍ତି। ସମସ୍ତେ ଏକାଠି ଖୁସିରେ ଜୀବନ ଅତିବାହିତ କରୁଛନ୍ତି।

पेले की पहली पत्नी

ପେଲେ ରୋଜ୍‌ମେରି ଦୋସ୍‌ ରେଇସ୍‌ ଚୋଲବିଙ୍କ ସହ ପ୍ରଥମେ ବିବାହ କରିଥିଲେ। ୧୯୬୦ରେ ଏହି ବିବାହ ହୋଇଥିଲା। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ସନ୍ତାନ ରହିଛି।

ପ୍ରଥମ ବିବାହର କିଛି ବର୍ଷ ପରେ ପେଲେ ବ୍ରାଜିଲ ଗାୟିକା ଜୁକ୍ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ୧୯୮୬ରେ ଦୁହେଁ ଅଲଗା ହୋଇଥିଲେ।

पेले की दूसरी पत्नी

ପେଲେ ୧୯୯୬ରେ ଆସିରିଆ ଲେମୋସ୍‌ ସେକ୍ସାସଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ସମୟରେ ପେଲେ ଯମଜ ସନ୍ତାନର ଜନକ ହୋଇଥିଲେ। ଏହି ବିବାହ ୧୨ ବର୍ଷ ଚାଲିଥିଲା। ପରେ ଦୁହେଁ ଅଲଗା ହୋଇଯାଇଥିଲେ।

तीसरी पत्नी के साथ पेले

ଏହାପରେ ପେଲେ ୨୦୧୬ରେ ତୃତୀୟ ଥର ଲାଗି ମାରସିଆ ସାଇବେଲେ ଆଓକିଙ୍କୁ ବିବାହ କରିଥିବା ସ୍ବୀକାର କରିଥିଲେ। ଏହି ବିବାହରୁ ତାଙ୍କର ଦୁଇଟି ସନ୍ତାନ ରହିଛି। ଏହି ବିବାହରୁ ତାଙ୍କର ଦୁଇ ଝିଅ ଅଛନ୍ତି।

पेले के बच्चे

ତେବେ ପେଲେ ନିଜ ପରିବାର ସହ ବହୁତ ଖୁସି ଥିଲେ। ହେଲେ ସେ କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri