Posted inଜାତୀୟ

ପେଗାସସ୍‌ ମାମଲା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୪ା୯:ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଗୁରୁବାର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏକ ବୈଷୟିକ ଟିମ୍‌ ଗଠନ କରିବେ, ଯାହାର ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି. ରମନା ବରିଷ୍ଠ ଆଇନଜୀବୀ ତଥା
ଆବେଦନକାରୀ ଉଦୟ ସିଂଙ୍କୁ କହିଛନ୍ତି। ଏହି ସପ୍ତାହରେ ରାୟ ପ୍ରକାଶ ପାଇବାର ଥିଲା। ମାତ୍ର ବୈଷୟିକ ଟିମ୍‌ରେ ସାମିଲ ହେବାକୁ ଥିବା କେତେଜଣ ସଦସ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ସମୟ ଚାହୁଁଥିବାରୁ ସେମାନଙ୍କ ଅନୁରୋଧକୁ ରକ୍ଷା କରି ଆସନ୍ତା ସପ୍ତାହରେ ସଦସ୍ୟଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପରେ ଘୋଷଣା କରାଯିବ ବୋଲି ରମନା କହିଛନ୍ତି। ଗତ ୧୩ତାରିଖରେ ପ୍ରଧାନ ବିଚାରପତି ଏନ୍‌. ଭି. ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ସେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପେଗାସସ୍‌ ବ୍ୟବହାର ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିବା ଉଚିତ ହେବ ନାହିଁ। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ଏହାକୁ ସର୍ବସାଧାରଣରେ ପ୍ରକାଶ ଯୋଗ୍ୟ ଭଳି ବିତର୍କ କରିବା ଠିକ୍‌ ନୁହେଁ। ସୁରକ୍ଷା ବ୍ୟବସ୍ଥା ପାଇଁ ସରକାର ପେଗାସସ୍‌କୁ ବ୍ୟବହାର କରିଛନ୍ତି କି ନାହିଁ ତାହା ପ୍ରକାଶ କରାଯାଇ ପାରିବ ନାହିଁ। ବିଶେଷକରି ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏହା ସୁହାଇବ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏକ ନିରପେକ୍ଷ ବୈଷୟିକ କମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଉକ୍ତ କମିଟି ତା’ର ରିପୋର୍ଟ ସର୍ବୋଚ୍ଚ ଅଦାଲତରେ ଉପସ୍ଥାପନ କରିବେ ବୋଲି ମେହେଟ୍ଟା କହିଥିଲେ। ମେହେଟ୍ଟାଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ କହିଥିଲେ ଯେ, ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ସମ୍ପର୍କିତ କି ନୁହେଁ ଆମେ ତାହା ଜାଣିବାକୁ ଚାହୁଁ ନାହୁଁ। କେବଳ ଏହା ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ଗୁପ୍ତରେ ନଜର ରଖିବା ନେଇ ଆଗତ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଚାହୁଁଛୁ। ସରକାର ଆଇନ ବାହାରକୁ ଯାଇ ଏହାକୁ ବ୍ୟବହାର କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଖଣ୍ଡପୀଠ ଆଗ୍ରହୀ ବୋଲି ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠ, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri