ନୂଆଦିଲ୍ଲୀ,୨୪ ।୯: ପଞ୍ଜାବ ରାଜନୀତିରେ ଲାଗି ରହିଛି ଟାଣା ଭିଡା । ଗୁରୁବାର ରାତିରେ ପଞ୍ଜାବର କଂଗ୍ରେସ ନେତା, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ବୈଠକରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବି ଉପସ୍ଥିତ ଥିଲେ । ପାଖାପାଖି ୪ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା । ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ହରିଶ ରାୱତ ଓ ଅଜୟ ମକାନ ବି ଉପସ୍ଥିତ ଥିଲେ । ରାତି ପ୍ରାୟ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବୈଠକ ରାତି ୨ଟା ଶେଷ ହେଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ନାମ ଗୁଡିକ ମଧ୍ୟ ଏହି ବୈଠକରେ ସ୍ଥିର ହୋଇ ସାରିଛି ।