Posted inଖେଳ

ସମାଲୋଚନା ପରେ ଭୁଲ ସୁଧାରିଲା ପିସିବି: ଡକ୍ୟୁମେଣ୍ଟାରୀରେ ଇମ୍ରାନ ଖାନ ଅନ୍ତର୍ଭୁକ୍ତ…

ଇସଲାମାବାଦ,୧୭।୮ : ସମାଲୋଚନା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜର ଭୁଲ ସୁଧାରିଛି। ୧୪ ଅଗଷ୍ଟରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରକାଶ କରାଯାଇଥିଲା। ଦେଶର କ୍ରିକେଟ ଇତିହାସରେ ଭେଟେରାନଙ୍କ ଅମୂଲ୍ୟ ଅବଦାନକୁ ପିସିବି ଦର୍ଶାଇଥିଲା।

ଏହି ଭିଡିଓରେ ୧୯୬୨ମସିହାରେ ପାକିସ୍ତାନର ନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁରୁ ଆରମ୍ଭ କରି ୨୦୨୨ ଟି -୨୦ ବିଶ୍ୱକପ ପର୍ଯ୍ୟନ୍ତ ସ୍ମୃତି ଦିଆଯାଇଥିଲା। କିନ୍ତୁ ୧୯୯୨ରେ ବିଶ୍ୱକପ ଜିତିଥିବା ଅଧିନାୟକ ଇମ୍ରାନ ଖାନ ଏଥିରେ ନ ଥିଲେ। ଏହି କାରଣରୁ, ପିସିବିକୁ ବହୁତ ସମାଲୋଚନା କରାଯାଇଥିଲା। ତେବେ ବର୍ତ୍ତମାନ ପିସିବି ଏକ ନୂତନ ଭିଡିଓ ରିଲିଜ କରିଛି। ଯେଉଁଥିରେ ଇମ୍ରାନ ସ୍ଥାନ ପାଇଛନ୍ତି।

ଭିଡିଓରେ ଇମ୍ରାନ ଖାନଙ୍କ ଅନୁପସ୍ଥିତି ନେଇ ପୂର୍ବତନ ଅଧିନାୟକ ତଥା ଭେଟେରାନ ଫାଷ୍ଟ ବୋଲର ୱାସିମ ଆକ୍ରାମ କ୍ରୋଧିତ ହୋଇଥିଲେ। ସେ ତାଙ୍କ ସୋସିଆଲ ମିଡିଆରେ ଏକ ପିସିବିକୂ କଡ଼ା ସମାଲୋଚନା କରିଥିଲେ। ଭିଡିଓ ଅପସାରଣ କରି କ୍ଷମା ମାଗିବାକୁ ଆକ୍ରାମ କହିଥିଲେ। କିଛି ଘଣ୍ଟା ପରେ, ପିସିବି ଭୁଲ ସଂଶୋଧନ କରି ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ପୋଷ୍ଟ କରିଥିଲା। ଏଥିରେ ଇମ୍ରାନ ଖାନ ବିଶ୍ୱକପ ଟ୍ରଫି ସହିତ ନଜର ଆସିଥିଲେ।

ପିସିବି ଏକ୍ସ(ଟୁଇଟର) ରେ ଲେଖିଛି, କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଏକ ପ୍ରୋତ୍ସାହନ ଅଭିଯାନ ପିସିବି ଆରମ୍ଭ କରିଛି। ୧୪ ଅଗଷ୍ଟ ୨୦୨୩ ରେ ଏନେଇ ଏକ ଭିଡିଓ ଅପଲୋଡ ହୋଇଥିଲା। ତେବେ ଲମ୍ବା ଭିଡିଓଟିକୁ ଛୋଟ ହୋଇଯିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କ୍ଲିପ ନିଖୋଜ ହୋଇ ଯାଇଥିଲା। ଭିଡିଓର ସମ୍ପୂର୍ଣ୍ଣ ସଂସ୍କରଣରେ ଏହାକୁ ସଂଶୋଧନ କରାଯାଇଛି ବୋଲି ପିସିବି ସଫେଇ ଦେଇଥିଲା।

ଇମ୍ରାନଙ୍କ ଅଧିନାୟକତ୍ୱରେ ଆକ୍ରାମ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଆତ୍ମଜୀବନୀରେ ଆକ୍ରାମ ଇମ୍ରାନ ଖାନ କିପରି ତାଙ୍କର ପ୍ରିୟ ବ୍ୟକ୍ତି ହୋଇ ରହିଥିଲେ ତାହା ବର୍ଣ୍ଣନା କରିଥିଲେ ।
ପିସିବିକୁ ସମାଲୋଚନା କରି ୱାସିମ ଆକ୍ରାମ ଏକ୍ସରେ ଲେଖିଥିଲେ ରାଜନୈତିକ ପାର୍ଥକ୍ୟ ଅଲଗା, କିନ୍ତୁ ଇମ୍ରାନ ଖାନ ବିଶ୍ୱ କ୍ରିକେଟର ଏକ ଆଇକନ ଏବଂ ତାଙ୍କ ସମୟରେ ପାକିସ୍ତାନକୁ ଏକ ଶକ୍ତିଶାଳୀ ସଂସ୍ଥାରେ ବିକଶିତ କରି ଆମକୁ ଏକ ବାଟ ଦେଖାଇଥିଲା। ପିସିବି ଭିଡିଓ ଅପସାରଣ କରି କ୍ଷମା ମାଗିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?